ପୁରୀ: ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ଲାଗି ପୁରା ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଆଜି ଧାର୍ଯ୍ୟ ସମୟ ପୂର୍ବରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଧାଡି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି କରି ଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ବଡଠାକୁର ବଳଭଦ୍ରଙ୍କୁ ରଥାରୂଢ କରାଯାଇଛି । ଶେଷରେ କାଳିଆ ଠାକୁରଙ୍କୁ ପହଣ୍ଡି କରି ରଥକୁ ଅଣାଯାଉଛି। ପହଣ୍ଡି ଶେଷ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସମ୍ପନ୍ନ ହେବ । ଏହାପରେ ଅପରାହ୍ନ ୫ଟାରୁ ରଥ ଟଣା ଆରମ୍ଭ ହେବ। ପ୍ରବଳ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା: ଲୋକାରଣ୍ୟ ଶ୍ରୀକ୍ଷେତ୍ର, ଧାର୍ଯ୍ୟ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି
Popular Categories



