www.samajalive.in
Sunday, December 7, 2025
13.1 C
Bhubaneswar

ସଂସଦ ଅଧିବେଶନ ଶେଷ, ସ୍ୱତନ୍ତ୍ର ଅଧିବେଶନ ୧୦୦%ରୁ ଅଧିକ ସଫଳ

ଡେସ୍କ: ଅଷ୍ଟାଦଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ପରେ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍୨୪ରେ ଓ ରାଜ୍ୟସଭାର ୨୬୪ତମ ଅଧିବେଶନ ଜୁନ ୨୭ ତାରିଖରେ ଆରମ୍ଭ ହୋଇଥିଲା। ଗତକାଲି ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିବା ବେଳେ ଆଜି ଅର୍ଥାତ୍ ଜୁଲାଇ ୩ରେ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି।

ମହାକାଶରୁ ଠିକ୍ ସମୟରେ ନ ଫେରିଲେ ଏହି ରୋଗର ଶିକାର ହୋଇପାରନ୍ତି ସୁନୀତା

- Advertisement -

ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସଂସଦର ଏହି ଅଧିବେଶନର କାର୍ଯ୍ୟଧାରା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଲୋକସଭାର ପ୍ରଥମ ଦୁଇ ଦିନରେ କେବଳ ଅଷ୍ଟାଦଶ ଲୋକସଭାର ନବନିର୍ବାଚିତ ସଦସ୍ୟ ଶପଥ ଗ୍ରହଣ କରିଥିଲେ। ଅଧିବେଶନରେ ସମୁଦାୟ ୫୪୨ ଜଣ ସଦସ୍ୟଙ୍କ ମଧ୍ୟରୁ ୫୩୯ ଜଣ ଶପଥ ନେଇଥିଲେ। ଜୁନ୍ ୨୬ରେ ଲୋକସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜୁନ୍୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଜୁଲାଇ ପହିଲାରେ ଆଲୋଚନା ଆରମ୍ଭ ହୋଇଥିଲା।ଲୋକସଭାରେ ୬୮ ଜଣ ସଦସ୍ୟ ବିତର୍କରେ ଭାଗ ନେଇଥିବା ବେଳେ ୫୦ରୁ ଅଧିକ ସଦସ୍ୟ ନିଜର ବକ୍ତବ୍ୟ ରଖିଥିଲେ। ଲୋକସଭାରେ ପାଖାପାଖି ୩୪ ଘଂଟାର ୭ଟି ଅଧିବେଶନ ହୋଇଥିଲା ଏବଂ ୧୦୫% ସଫଳତା ମିଳିଥିଲା।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ୭୬ ଜଣ ସଦସ୍ୟ ୨୧ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ। ରାଜ୍ୟସଭାର ମୋଟ ସଫଳତା ୧୦୦% ରୁ ଅଧିକ ରହିଛି।

୪ ବର୍ଷ ବିଳମ୍ବ ପାଇଁ ଏନଆଇଏକୁ କଡ଼ା ସମାଲୋଚନା, ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories