www.samajalive.in
Sunday, December 14, 2025
17.1 C
Bhubaneswar

ବିଶାଲଙ୍କୁ ଛାଡ଼ିଲା ଛତିଶଗଡ଼ ପୁଲିସ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ର ଏକ ହୋଟେଲରେ ଭଙ୍ଗାରୁଜା କରିବା ଅଭିଯୋଗରେ ଅଟକ ଥିବା ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଥାନାରୁ ବାହାରିଛନ୍ତି। ମାମଲା ରୁଜୁ କରିବା ପରେ ଛତିଶଗଡ଼ର ସରେଇପାଲି ଥାନା ପୁଲିସ ତାଙ୍କୁ ଏବଂ ତାଙ୍କ ସହଯୋଗୀମାନଙ୍କୁ ଛାଡ଼ି ଦେଇଛି।

ସୂଚନା ଅନୁସାରେ, ବିଶାଲ ଏବଂ ତାଙ୍କର ୧୩ ସହଯୋଗୀ ଛତିଶଗଡ଼ ଯାଇଥିଲେ। ସରେଇପାଲି ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ସେମାନେ ଅନଧିକାର ପ୍ରବେଶ କରିବା ଏବଂ ହୋଟେଲରେ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଥିଲା। ହୋଟେଲ ପରିଚାଳକ ଏ ସମ୍ପର୍କରେ ସରେଇପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ବିଭିନ୍ନ ଧାରା ଅନୁଯାୟୀ ପୁଲିସ ମାମଲା ରୁଜୁ କରିବା ସହିତ ବିଶାଲ ଏବଂ ତାଙ୍କ ସହଯୋଗୀମାନଙ୍କୁ ଅଟକ ରଖିଥିଲା। ଏପ​‌ଟେ ଓଡ଼ିଶାରେ ଝାରସୁଗୁଡ଼ା ଜିଲା କିରମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ହେଁ ତାହାର ଭୋଟ ଶୁକ୍ରବାର ବନ୍ଦ ରହିଥିଲା। ବିଶାଲ ଏବଂ ତାଙ୍କ ସହଯୋଗୀଙ୍କ ମଧ୍ୟରେ ସରପଞ୍ଚ ଓ ସମିତିସଭ୍ୟ ରହିଥିବାରୁ ସେମାନେ ଆସିପାରି ନ ଥିଲେ। ଫଳରେ ଅନାସ୍ଥା ଭୋଟ ବନ୍ଦ ରହିଥିଲା। ଏହି ପରିପ୍ରେକ୍ଷୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଶାଲଙ୍କୁ ଛାଡ଼ିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପରେ ସେଠାକାର ପୁଲିସ ବିଶାଲ ଓ ତାଙ୍କ ସହଯୋଗୀଙ୍କୁ ନୋଟିସ ଜାରି କରି ଛାଡ଼ିଥିବା ସୂଚନା ମିଳିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories