କେରଳ ପାଇଁ କୌଣସି ଆର୍ଥିକ ସହାୟତା ଘୋଷଣା କରନି ୟୁଏଇ

ନୂଆଦିଲ୍ଲୀ : ଭୟଙ୍କର ବନ୍ୟାର ଶିକାର କେରଳର ବନ୍ୟାକ୍ଲିଷ୍ଟଙ୍କ ପାଇଁ ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)ର ୭୦୦ କୋଟି ଟଙ୍କା ସହାୟତା ପ୍ରଦାନ ପ୍ରସ୍ତାବକୁ ନେଇ ରାଜ୍ୟର ଶାସକଦଳ ଏଲ୍‍ଡିଏଫ୍‍ ଏବଂ ବିରୋଧୀ ଦଳ ବିଜେପି…
Read More...

ସୁରକ୍ଷା ବାହିନୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ କୋକେର୍ନାଗଠାରେ ଶୁକ୍ରବାର ସୁରକ୍ଷା ବାହିନୀଙ୍କ ସହ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ…
Read More...

ବିଜେପି ଏବଂ ଆରଏସ୍‍ଏସ୍‍ ଭାରତକୁ ବିଭାଜିତ କରୁଛନ୍ତିି : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଭାରତବାସୀଙ୍କୁ ଏକାଠି ରହିବା ଶିଖାଉଛି ହେଲେ ବିଜେପି ଏବଂ ଆରଏସ୍‍ଏସ୍‍ ସେମାନଙ୍କୁ ବିଭାଜିତ କରି ଘୃଣାର ପ୍ରସାର କରୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଦେଶ ମାଟିରେ କହିଛନ୍ତି।…
Read More...

ଫୋନ୍‍ କଲକୁ ନେଇ ପାକିସ୍ତାନ-ଆମେରିକା ମୁହାଁମୁହିଁ

କରାଚି/ୱାଶିଂଟନ : ପାକିସ୍ତାନର ଇମ୍ରାନ ଖାନଙ୍କ ନୂଆ ସରକାର ଏବଂ ଆମେରିକାର ଟ୍ରମ୍ପ ପ୍ରଶାସନ ମଧ୍ୟରେ ପ୍ରଥମ ବିବାଦ ସାର୍ବଜନୀନ ହୋଇଛି। ଇମ୍ରାନ ଖାନଙ୍କୁ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‍ ପୋମ୍ପେଓଙ୍କ ଏକ ଫୋନ୍‍…
Read More...

ଗଙ୍ଗାରେ ଡଙ୍ଗା ବୁଡ଼ି ୨୦ ନିଖୋଜ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଜନୋର ଜିଲା ଦେଇ ପ୍ରବାହିତ ଗଙ୍ଗା ନଦୀରେ ଶୁକ୍ରବାର ଅପରାହ୍ଣରେ ଏକ ଡଙ୍ଗା ବୁଡ଼ି ୨୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। କୁହାଯାଉଛି ଡଙ୍ଗାରେ ୨୭ ଜଣ ଲୋକ ଥିଲେ। ନଦୀର ପ୍ରଖର ସ୍ରୋତରେ…
Read More...

ଏଆଇସିସି ନୂତନ ସଂପାଦକ ପଦରେ ଶରତ ରାଉତ ନିଯୁକ୍ତ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ପଦରେ ନିଯୁକ୍ତି ମିଳିଛି। ଏଆଇସିସି ପ୍ରେସ ବିଜ୍ଞପ୍ତି ଅନୁସାରେ ଶ୍ରୀ ରାଉତ ପଶ୍ଚିମବଙ୍ଗ କଂଗ୍ରେସ…
Read More...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପ୍ରତିନିଧିଙ୍କ ସହ ଅର୍ଥମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଦିଗରେ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ସମାଜକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ଗାନ୍ଧିଜୀଙ୍କ ଅହିଂସା ନୀତି ଓ…
Read More...

ଶ୍ରେଷ୍ଠ ବିଧାୟକ ପୁରସ୍କାର ବିତରଣ ଉତ୍ସବ ଆଜି

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧.୩୦ରେ ଶ୍ରେଷ୍ଠ ବିଧାୟକ ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାଯାଇଛି। ବାଚସ୍ପତି ପ୍ରଦୀପକୁମାର ଅମାତଙ୍କ ଅଧ୍ୟକ୍ଷତାରେ ବିଧାନସଭା ସମ୍ମିଳନୀ କକ୍ଷରେ…
Read More...

ବ୍ୟାଡମିଣ୍ଟନ୍‍: ସିନ୍ଧୁ, ସାଇନା ସିଙ୍ଗଲ୍‌ସ ପ୍ରିକ୍ୱାର୍ଟରକୁ ଉନ୍ନୀତ

ଜାକର୍ତ୍ତା : ଭାରତର ଦୁଇ ମହିଳା ଖେଳାଳି ପିଭି ସିନ୍ଧୁ ଓ ସାଇନା ନେହୱାଲ ଚଳିତ ଏସୀୟ କ୍ରୀଡାର ବ୍ୟାଡମିଣ୍ଟନ ସିଙ୍ଗଲ୍‍ସ ପ୍ରିକ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ…
Read More...

କବାଡ଼ି: ଭାରତୀୟ ପୁରୁଷ ସେମିରେ ପରାସ୍ତ; ମହିଳା ଦଳ ଫାଇନାଲରେ

ଜାକର୍ତ୍ତା : ଏହାକୁ ଏସୀୟ କ୍ରୀଡ଼ାରେ ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯିବ। ଗତ ୭ ଥର ଏସୀୟ କ୍ରୀଡ଼ାରେ ପୁରୁଷ କବାଡ଼ି ଖେଳା ଯାଇଥିବା ବେଳେ ପ୍ରତିଥର ଏଥିରେ ଚମ୍ପିଆନ୍‍ ହୋଇଥିବା ଭାରତୀୟ ଦଳ ଚଳିତ ଏସୀୟ କ୍ରୀଡ଼ାରେ…
Read More...

ଏସୀୟ କ୍ରୀଡ଼ାରେ ଆଜି (ଶୁକ୍ରବାର) ଭାରତ

ତୀରନ୍ଦାଜୀ: ମିକ୍ସଡ ରିକର୍ଭ କ୍ୱାର୍ଟରଫାଇନାଲ- ଅତନୁ ଦାସ/ଦୀପିକା କୁମାରୀ; ସକାଳ ୭.୫୫। କମ୍ପାଉଣ୍ଡ ମିକ୍ସଡ୍‍ କ୍ୱାର୍ଟରଫାଇନାଲ- ଅଭିଷେକ ବର୍ମା/ସୁରେଖା ଭେନମ୍‍; ସକାଳ ୯.୩୫। ଜିମ୍‍ନାଷ୍ଟିକ୍‍ସ: ବାଲାନ୍‍ସ…
Read More...

ବ୍ରାଡମ୍ୟାନ, ପଣ୍ଟିଂଙ୍କୁ ଟପିଲେ କୋହଲି

ଲଣ୍ଡନ : ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ବିଜୟୀ ହେବାପରେ ଅଧିନାୟକ ବିରାଟ କୋହଲି ଆଉ ଏକ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ଟେଷ୍ଟ ଅଧିନାୟକ ଭାବେ ନିଜ ଦଳ ଜିତିଥିବା ମ୍ୟାଚରେ ୨୦୦ କିମ୍ବା ତଦୁର୍ଦ୍ଧ୍ବ ରନ…
Read More...

ଗୋଆ ରଣଜୀ ଦଳରେ ଆଜାରୁଦ୍ଦିନଙ୍କ ପୁତ୍ର

ପାଣାଜୀ : ପୂର୍ବତନ କ୍ରିକେଟ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ ପୁଅ ମହମ୍ମଦ ଅସାଉଦ୍ଦିନ ଗୋଆ ରଣଜୀ ଦଳରେ ସ୍ଥାନ ପାଇଥିବା ଜଣାପଡିଛି। ଆଜାରୁଦ୍ଦିନ ଇତିମଧ୍ୟରେ ଗୋଆ କ୍ରିକେଟ ଆସୋସିଏସନ (ଜିସିଏ) କର୍ମକର୍ତ୍ତାଙ୍କୁ…
Read More...

ଶ୍ରୀଲଙ୍କା ଗସ୍ତ ନିମନ୍ତେ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ : ସେପ୍ଟେମ୍ବରରେ ଶ୍ରୀଲଙ୍କା ଗସ୍ତରେ ଯାଇ କ୍ରିକେଟ୍‍ ସିରିଜ୍‍ ଖେଳିବା ନିମନ୍ତେ ଗୁରୁବାର ଭାରତୀୟ ମହିଳା ଦଳ ଘୋଷିତ ହୋଇଛି। ଶ୍ରୀଲଙ୍କା ଗସ୍ତରେ ଯାଇ ଭାରତୀୟ ମହିଳା ଦଳ ୩ଟି ଦିନିକିଆ ଓ ୫ଟି…
Read More...

ନୃତ୍ୟ ପ୍ରଶିକ୍ଷଣ ନେଲେ ଆମି

ନିଜ ଆଗାମୀ ଚଳଚ୍ଚିତ୍ର ‘ରୋବଟ୍୨.୦’ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି ଆମି ଜ୍ୟାକସନ୍। ରଜନୀକାନ୍ତଙ୍କ ପରି ସୁପରଷ୍ଟାରଙ୍କ ସହ ଏଥିରେ ତାଙ୍କୁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ୍ ମଣୁଛନ୍ତି ଏହି ବିଦେଶୀ ସୁନ୍ଦରୀ।…
Read More...

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅନୁଧ୍ୟାନ

ସୁଆଣ୍ଡୋ/ସାକ୍ଷିଗୋପାଳ : ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମ ଏବେ ସରକାରୀସ୍ତରରେ ଜୋର୍‍ ଧରିଛି। ପ୍ରଥମେ ଜିଲାପାଳ ତାଙ୍କ ଟିମ ସହ ଜମିର ନକ୍ସା ଓ ସର୍‍ଜମିନ୍‍ ତଦନ୍ତ କରିଯିବା…
Read More...

ଆମ ଗାଁ ଆମ ବିକାଶ: ମଞ୍ଜୁର ହେଲାଣି ୭୯୩.୯୬ କୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୨୦୯ଟି ପଞ୍ଚାୟତ ପାଇଁ ୧୮୬୯ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ୯ଟି ଜିଲାର ୧୦ଟି ବ୍ଲକରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ…
Read More...

ଶୁକ୍ରବାର ରାଶିଫଳ

ମେଷ: କାର୍ଯ୍ୟ ବ୍ୟସ୍ତତା ବଢ଼ି ପାରେ। ସୁଖ ସମ୍ମାନ ଲାଭ କରିପାରନ୍ତି। ସୁ-ସମ୍ପାଦ ପ୍ରାପ୍ତ ହେବେ। କର୍ମ କୁଶଳତା ପ୍ରକାଶ ପାଇବ। ନୈତିକ ବଳରେ ବଳୀୟାନ ହୋଇପାରନ୍ତି। ବିଳାସ-ବ୍ୟସନ କରିପାରନ୍ତି। ପାରିବାରିକ ଶାନ୍ତି…
Read More...

ଆଜିଠାରୁ ଓଡ଼ିଶା ବିକାଶ ସମ୍ମିଳନୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିକାଶ କନକ୍ଲେଭର ଦ୍ୱିତୀୟ ସଂସ୍କରଣ। ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ। ଚନ୍ଦ୍ରଶେଖରପୁରସ୍ଥିତ ରେଲ୍‍ ସଭାଗୃହ (ଅଡିଟୋରିୟମ୍‍) ଠାରେ ପୂର୍ବାହ୍ନ ୯ଟା ୩୦ରେ…
Read More...

ଓଡ଼ିଶା ହେବ ମାନୁଫାକ୍‍ଚରିଂ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ପୂର୍ବ ଭାରତର ମାନୁଫାକ୍‍ଚରିଂ ହବ୍‍ ଭାବେ ଉଭା ହୋଇଛି। ଓଡ଼ିଶାକୁ ଦକ୍ଷିଣ ଏସିଆର ମାନୁଫାକ୍‍ଚରିଂ ହବରେ ପରିଣତ କରିବା ପାଇଁ କାମ ଆଗେଇ ଚାଲିଛି। ମୋ ସରକାର ତିନିଟି ଟି…
Read More...

ଟେନିସ: ଫାଇନାଲରେ ବୋପନ୍ନା-ଦିବିଜ୍‍, ଅଙ୍କିତାଙ୍କୁ ବ୍ରୋଞ୍ଜ୍‍

ପାଲେମବାଙ୍ଗ୍‍ : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ଟେନିସ୍‍ ଡବଲ୍‍ସ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି ରୋହନ ବୋପନ୍ନା ଓ ଦିବିିଜ୍‍ ସରନ୍‍ଙ୍କ ଯୋଡ଼ି। ଏହି ଭାରତୀୟ ଦଳ ସେମିଫାଇନାଲରେ ଜାପାନର କାଇଟୋ ୟୁଇସୁଗି ଓ ସୋ…
Read More...

ସୁଟିଂରେ ୧୫ ବର୍ଷ ବୟସ୍କ ସାର୍ଦ୍ଦୁଳଙ୍କୁ ରୌପ୍ୟ

ପାଲେମ୍‍ବାଙ୍ଗ୍‍ : ଚଳିତ ଏସୀୟ କ୍ରୀଡ଼ାରେ ୨ ଦିନ ତଳେ ୧୬ ବର୍ଷ ବୟସ୍କ ସୌରଭ ଚୌଧୁରୀ ସୁଟିଂରେ ସ୍ୱର୍ଣ୍ଣପଦକ ଜିତିବା ପରେ ଗୁରୁବାର ୧୫ ବର୍ଷ ବୟସ୍କ ବାଳକ ସାର୍ଦ୍ଦୁଳ ବିହାନ୍‍ ସୁଟିଂରେ ରୌପ୍ୟପଦକ ଜିତିଛନ୍ତି।…
Read More...

ସୀମା ନିକଟରେ ହେଲିପ୍ୟାଡ଼ ଓ ଯୁଦ୍ଧାସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ସଲଂଗ୍ନ ସୀମା ନିକଟରେ ପାକିସ୍ତାନ ହେଲିପ୍ୟାଡ ଏବଂ ଯୁଦ୍ଧାସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ବୋଲି ସୀମା ସୁରକ୍ଷା ବଳ (ବିଏସ୍‍ଏଫ) ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ପଠାଯାଇଥିବା ଏକ ରିପୋର୍ଟରେ…
Read More...

ବିଜେପି ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ତେଜପ୍ରତାପ

ବୈଶାଳୀ : ବିଜେପି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରୀୟ ଜନତା ଦଳ (ଆର୍‍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜ ପ୍ରତାପ ଯାଦବ ଅଭିଯୋଗ କରିଛନ୍ତି। ବୁଧବାର ଇଦ୍‍ ଉଲ୍‍-ଜୁହା ଅବସରରେ…
Read More...

ଅଳ୍ପେଶ ଠାକୁର ବିହାର କଂଗ୍ରେସ ସମ୍ପାଦକ ନିଯୁକ୍ତ

ନୂଆଦିଲ୍ଲୀ : ଗୁଜରାଟ ବିଧାୟକ ଅଳ୍ପେଶ ଠାକୁରଙ୍କୁ କଂଗ୍ରେସ ପକ୍ଷରୁ ବିହାରର ଦଳୀୟ ସମ୍ପାଦକ ନିଯୁକ୍ତ କରାଯାଇଛି। ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ସମେତ ୭ଟି ରାଜ୍ୟ ପାଇଁ ଦଳ ପକ୍ଷରୁ…
Read More...

କୁଳଭୂଷଣଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି: ପାକ୍‍ ବୈଦେଶିକ ମନ୍ତ୍ରୀ

ଇସ୍‍ଲାମାବାଦ୍‍ : ଗୁପ୍ତଚର ଅଭିଯୋଗରେ ପାକିସ୍ତାନରେ ଜେଲ୍‍ରେ ବନ୍ଦୀଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଧବଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରାହିଛି ବୋଲି ପାକିସ୍ତାନର ନବ ନିଯୁକ୍ତ ବୈଦେଶିକ…
Read More...

ବିଦେଶରେ ରାହୁଲଙ୍କ ଦେଶ ବିରୋଧୀ ମନ୍ତବ୍ୟ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶ ମାଟିରେ ଭାରତ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିବାକୁ ଯାଇ ମର୍ଯ୍ୟାଦା ହାନି ଭଳି ମନ୍ତବ୍ୟ ଦେଇଛନ୍ତି। ରାହୁଲଙ୍କ ଏହି ଭାରତ ବିରୋଧୀ ମନ୍ତବ୍ୟକୁ ବିଜେପି…
Read More...

ରାଜସ୍ଥାନ ପାଠ୍ୟପୁସ୍ତକରେ ଲିପିବଦ୍ଧ ହେବ ବାଜପେୟୀଙ୍କ କୀର୍ତ୍ତି

ଜୟପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କ ଜୀବନକାଳ ମଧ୍ୟରେ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ତାହାକୁ ରାଜସ୍ଥାନ ପାଠ୍ୟପୁସ୍ତକରେ ଲିପିବଦ୍ଧ କରାଯିବ। ଆସନ୍ତା ଶିକ୍ଷାବର୍ଷଠାରୁ ଏହି…
Read More...

ଜାମ୍ମୁ-କାଶ୍ମୀର, ବିହାରର ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ

ପାଟଣା : ବିହାରର ୩୯ତମ ରାଜ୍ୟପାଳ ଭାବେ ବିଜେପି ନେତା ଲାଲ୍‍ଜୀ ଟଣ୍ଡନ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଭବନଠାରେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ମୁକେଶ ଆର୍‍. ଶାହ ତାଙ୍କୁ ପଦ ଓ ଗୋପୀୟତାର ଶପଥ ପାଠ…
Read More...

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମନା କରିଥିବା ଏଆଇଏମ୍‍ଆଇଏମ୍‍ ନେତାଙ୍କୁ ଜେଲ୍‍

ମୁମ୍ବଇ : ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମନା କରିଥିବା ଏଆଇଏମ୍‍ଆଇଏମ୍‍ର ଜଣେ ନେତାଙ୍କୁ ନିଶା କାରବାର ସମେତ ବିଭିନ୍ନ ଅଭିଯୋଗରେ ଗିରଫ କରି ଜେଲ୍‍ ପଠାଯାଇଛି।…
Read More...

ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଅସମ୍ଭବ: ରାୱତ

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିବାବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ପି ରାୱତ। ଗୁରୁବାର ଶ୍ରୀ ରାୱତ…
Read More...

ଫେସ୍‍ବୁକ୍‍ରେ ଝଗଡ଼ାରୁ ଏସ୍‍ସି/ଏସ୍‍ଟି ମାମଲା, ଜବାବରେ ୭୦ ଦଳିତ ପରିବାରଙ୍କ ନିଆଁ-ପାଣି ବନ୍ଦ

ଜୟପୁର : ଫେସ୍‍ବୁକ୍‍ ଝଗଡ଼ାରୁ ଅନୁସୂଚିତ ଜାତି/ଜନଜାତି ଆଇନରେ ଏତଲା ଦିଆଯିବ ଓ ଏହାକୁ ନେଇ ଗ୍ରାମବାସୀ ୭୦ରୁ ଅଧିକ ପରିବାରଙ୍କ ନିଅାଁପାଣି ବନ୍ଦ କରାଯିବା ଭଳି ଏକ ଘଟଣା ରାଜସ୍ଥାନରେ ଚର୍ଚ୍ଚାର ବିଷୟ ହୋଇଛି।…
Read More...

ବାଜପେୟୀଙ୍କ ଚିତାଭସ୍ମକୁ ନେଇ ଛତିଶଗଡ଼ ସରକାର ରାଜନୀତି କରୁଛନ୍ତି: ଅଟଳଙ୍କ ଝିଆରୀ

ରାୟପୁର : ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ନେଇ ଛତିଶଗଡ଼ ସରକାର ରାଜନୀତି କରୁଛନ୍ତି ବୋଲି ବାଜପେୟୀଙ୍କ ଝିଆରୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳା ଅଭିଯୋଗ କରିଛନ୍ତି। ସେ…
Read More...

୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରଥମ ଭାରତୀୟ କମ୍ପାନୀ ହେଲା ରିଲାଏନ୍ସ

ନୂଆଦିଲ୍ଲୀ/ମୁମ୍ବଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ (ଆରଆଇଏଲ) ୮.୫ ଲକ୍ଷ କୋଟି ଟଙ୍କା ମାର୍କେଟ କ୍ୟାପ୍‍ (ମୋଟ ବଜାର ମୂଲ୍ୟ)ର ପ୍ରଥମ ଭାରତୀୟ କମ୍ପାନୀ ହୋଇଛି। ଗୁରୁବାର ସେୟାର ବଜାରରେ ରିଲାଏନ୍ସ କମ୍ପାନୀର ଅଂଶଧନ…
Read More...

ବ୍ରଡ଼ଙ୍କ ୧୫ ପ୍ରତିଶତ ମ୍ୟାଚ୍‍ ଫି’ କଟିଲା

ନର୍ଟିଂହାମ୍‍ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‍ରେ ଆଇସିସି ଆଦର୍ଶ ଆଚରଣବିଧି ଭଙ୍ଗ କରିଥିବା ଅଭିଯୋଗରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼ଙ୍କ ୧୫ ପ୍ରତିଶତ ମ୍ୟାଚ୍‍ ଫି’…
Read More...

​‌ଟେନିସ ସେମିରେ ଅଙ୍କିତା, ବୋପନ୍ନା-ଦିଭିଜ୍‍

ପାଲେମ୍‍ବାଙ୍ଗ : ଚଳିତ ଏସୀୟ କ୍ରୀଡ଼ାର ମହିଳା ସିଙ୍ଗଲ୍‍ସ ବିଭାଗ ସେମିଫାଇନାଲକୁ ପ୍ରବେଶ କରିଛନ୍ତି ଭାରତର ଅଙ୍କିତା ରୈନା। ବୁଧବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‍ରେ ଅଙ୍କିତା ହଂକଂର ଇୟୁଡାଇସ୍‍…
Read More...

ଏସୀୟ କ୍ରୀଡ଼ାରେ ଆଜି (ଗୁରୁବାର) ଭାରତ

ତୀରନ୍ଦାଜୀ: ପୁରୁଷ ବ୍ୟକ୍ତିଗତ ରିକର୍ଭ; ବିଶ୍ୱାସ ଓ ଅତନୁ ଦାସ। ମହିଳା ବ୍ୟକ୍ତିଗତ ରିକର୍ଭ- ପ୍ରମିଳା ଓ ଦୀପିକା କୁମାରୀ; ସକାଳ ୮.୩୦ରୁ। ଜିମ୍‍ନାଷ୍ଟିକ୍‍ସ: ମହିଳା ଭଲ୍‍ଟ- ଅରୁଣା ରେଡ୍‍ଡୀ; ଅପରାହ୍ଣ ୩ଟା।…
Read More...

ପୃଥ୍ୱୀ ସ’ ଓ ହନୁମା ବିହାରୀ ସାମିଲ

ମୁମ୍ବଇ : ଘରୋଇ ଇଂଲଣ୍ଡ ବିପକ୍ଷ ଶେଷ ୨ଟି ଟେଷ୍ଟମ୍ୟାଚ୍‍ ପାଇଁ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ କରାଯାଇଛି। ଦଳରୁ ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ମୁରଲୀ ବିଜୟ ଓ ବାମହାତି ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବଙ୍କୁ…
Read More...

ନଭେମ୍ବର ୧ରୁ ରଣଜୀ ଟ୍ରଫି: ଗ୍ରୁପ୍‍ ‘ସି’ରେ ଓଡ଼ିଶା

କଟକ : ନଭେମ୍ବର ୧ରୁ ଓଡ଼ିଶା କ୍ରିକେଟ ଦଳ ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏଥର ଓଡ଼ିଶା କ୍ରିକେଟ ଦଳ ରଣଜୀ ଟ୍ରଫିର ଗ୍ରୁପ୍‍ ‘ସି’ରେ ସ୍ଥାନପାଇଛି। ଏହି ଗ୍ରୁପ୍‍ରେ ୧୦ଟି ଦଳ ଥିବା ବେଳେ ଓଡ଼ିଶା ୯ଟି…
Read More...

ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍: ୭ମ ସ୍ଥାନରେ ସିନ୍ଧୁ

ନୂଆଦିଲ୍ଲୀ : ପ୍ରଖ୍ୟାତ ପତ୍ରିକା ଫୋର୍ବସ ତରଫରୁ ଜାରି ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ। ୨୩ ବର୍ଷୀୟ ସିନ୍ଧୁଙ୍କ ମୋଟ ଆୟ ୮.୫…
Read More...

କେରଳ ବନ୍ୟା ପୀଡ଼ିତଙ୍କୁ ବିଜୟ ଉତ୍ସର୍ଗ କଲେ କୋହଲି

ଟ୍ରେଣ୍ଟବ୍ରିଜ୍‍ : ଘରୋଇ ଇଂଲଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‍ର ୩ୟ ମ୍ୟାଚ୍‍ରେ ଭାରତୀୟ ଦଳ ବିପୁଳ ବିଜୟ ହାସଲ କରିଛି। ଏହି ବିଜୟକୁ କେରଳ ବନ୍ୟା ପୀଡ଼ିତଙ୍କ ନିମନ୍ତେ ଉତ୍ସର୍ଗ…
Read More...

ଲାଇସେନ୍ସ ବାତିଲ ନିର୍ଦେଶନାମା ହାଇକୋର୍ଟରେ ରଦ୍ଦ, ୩ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦେଶ

କଟକ: ଲାଇସେନ୍ସ ବାତିଲ ପ୍ରସଙ୍ଗରେ ପକ୍ଷ ରଖିବା ପାଇଁ କୌଣସି ସୁଯୋଗ ଦିଆନଯାଇ ଲାଇସେନ୍ସ ବାତିଲ କରାଯିବା ବେଆଇନ। ଏପରି ନିଷ୍ପତ୍ତି ବାସ୍ତବ ନ୍ୟାୟକୁ ଉଲ୍ଲଙ୍ଘନ କରୁଛି ବୋଲି ହାଇକୋର୍ଟ ଏକ ମାମଲାରେ ଶୁଣାଣି କରି ରାୟ…
Read More...

ଚିକେନ୍‌ ମଷ୍ଟାର୍ଡ ମସଲା

ସାମଗ୍ରୀ: ଚିକେନ୍‍ ୫୦୦ ଗ୍ରାମ୍‍ (ଛୋଟ ଛୋଟ ପିସ୍‍ କଟା ହୋଇଥିବ), ପିଆଜ ୨ଟି ( କଟା ହୋଇଥିବ), ଲମ୍ବ ଭାବେ କଟା ହୋଇଥିବା ୪ଟି କଞ୍ଚା ଲଙ୍କା, ସୋରିଷ ୨ ଚାମଚ, ରସୁଣ ୧ଟା, ଅଦା ୧ ଖଣ୍ଡ, ଭୃଷଙ୍ଗ ପତ୍ର ୧ ଡ଼େମ୍ଫ,…
Read More...

ଶୟନ କକ୍ଷରେ ଗଛ ରଖନ୍ତୁ ନାହିଁ

କାଠ ଓ ଏଥିରେ ତିଆରି ସାମଗ୍ରୀ ଆମ ଜୀବନରେ ଅନେକ ମହତ୍ୱ ରଖିଥାଏ। ଫେଙ୍ଗଶୁଇ ଅନୁଯାୟୀ କାଠ ତିଆରି ଉପକରଣ ବା ସାମଗ୍ରୀ ଘର ବା ଅଫିସର ପୂର୍ବ ଦିଗରେ ରଖିଲେ ଏହି ଦିଗ ଶକ୍ତିଶାଳୀ ହୋଇଥାଏ। ଯଦି ଆପଣ ଆପଣଙ୍କ ଘର ଓ…
Read More...

ଏମିତି ବନାନ୍ତୁ ସ୍ୱାଦିଷ୍ଟ ରୁଟି

ସବୁଦିନ ଆମେ ରୁଟି କଲା ବେଳେ ସେହି ନିର୍ଦ୍ଦିଷ୍ଟ ପ୍ରଣାଳି ଓ ଧାରାରେ ରୁଟି କରିଚାଲିଛେ। ସେଥିରେ କେବେ ପରିବର୍ତ୍ତନ ଆଣିବା ଚିନ୍ତା ଆମ ମୁଣ୍ଡରେ ଢୁକି ନଥାଏ। ତେବେ ରୁଟିକୁ ଆଉ ଟିକେ ସ୍ୱାଦିଷ୍ଟ ଓ ରୁଚିପୂର୍ଣ୍ଣ…
Read More...

ପିଲାଙ୍କ ଦୁର୍ବଳତାକୁ ହାଲ୍କା ଭାବେ ନିଅନ୍ତୁନି

ପିଲାମାନେ ସେମାନଙ୍କ ହାତ ତଥା ପାଦରେ ଦୁର୍ବଳତା ଅନୁଭବ କରୁଥିବା ବେଳେବେଳେ କହିଥାନ୍ତି। ତେବେ ସେମାନଙ୍କର ଏହି ଅଭିଯୋଗକୁ ହାଲୁକା ଭାବେ ଗ୍ରହଣ କରନ୍ତୁନି। ଏହା ସାଧାରଣ ହୋଇପାରେ। ବେଳେବେଳେ ଚିନ୍ତାଜନକ ବି…
Read More...

ଦେଶୀ ଫଳର ଉପକାରିତା

ଆଜିକାଲି ସପିଂ ମଲ୍‌ର ଫୁଡ୍‌ ଷ୍ଟୋର୍‌ରେ ବିଭିନ୍ନ ପ୍ରଜାତିର ବିଦେଶୀ ଫଳର ସମାହାର ଦେଖିବାକୁ ମିଳୁଛି। ଲୋକେ ମଧ୍ୟ ଏଇ ମୋହରେ ଶୀଘ୍ର ବାନ୍ଧିହୋଇଯାଉଛନ୍ତି ଯେ ବିଦେଶୀ ଫଳରେ ଅଧିକ ପୋଷକତତ୍ତ୍ବ ଭୂରପୂର ରହିଛି। ଆମ…
Read More...

ଗୁଜୁରାଟୀ ଶିଖୁଛନ୍ତି ମୌନୀ ରାୟ

ଟେଲିଭିଜନ ଜଗତରୁ ସିଧାସଳଖ ବଲିଉଡରେ ପାଦ ଥାପିଥିବା ମୌନୀ ରାୟଙ୍କ ପ୍ରଶଂସା ଏବେ ସବୁଠାରେ। ‘ଗୋଲ୍ଡ’ ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଛି। ଏବେ ଆଗାମୀ ଚଳଚ୍ଚିତ୍ରର କାମରେ ଜୋର୍‌ସୋର୍‌ରେ…
Read More...

ଅତିଷ୍ଠ ହ୍ରିତିକ୍ !

ବିଚରା ହ୍ରିତିକ୍ ରୋଶନ୍, କ’ଣ କରିବେ ଜାଣିପାରୁନାହାନ୍ତି। ନବାଗତଙ୍କ ଭିଡ଼ରେ ଏଇ ୪୪ ବର୍ଷୀୟ ଅଭିନେତାଙ୍କ ସ୍ଥିତି ଏବେ ଟଳମଳ ହେଲାଣି। ବ୍ୟକ୍ତିଗତ ଜୀବନରେ ମଧ୍ୟ ଖୁବ୍ ଅଶାନ୍ତିରେ ଏଇ କ୍ରିଶ୍ କଳାକାର ଦିନ…
Read More...

ଅନୁଦାନ ଅର୍ଥ ବ୍ୟୟରେ ଓଡ଼ିଶା ପଛୁଆ

ନୂଆଦିଲ୍ଲୀ : ଓଡ଼ିଶାରେ ସଂଖ୍ୟାଲଘୁଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବହୁ କ୍ଷେତ୍ରୀୟ ବିକାଶ ଯୋଜନାରେ ମିଳିଥିବା କେନ୍ଦ୍ରୀୟ ଅନୁଦାନ ବ୍ୟୟ କମ୍‍ ରହିଛି। ଦ୍ୱାଦଶ ଯୋଜନା କାଳରେ ଓଡ଼ିଶା ସରକାର ମାତ୍ର ୨୩.୦୩…
Read More...

ସରକାର ଖୋଜୁଛନ୍ତି ସ୍କୁଲ ବାହାର କିଶୋରୀ

ଭୁବନେଶ୍ୱର :କିଶୋରୀମାନଙ୍କ ପୁଷ୍ଟିସାଧନ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଚେତନତା ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସବଳା ଏବଂ କିଶୋରୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ…
Read More...

କେରଳ ବନ୍ୟାରେ ଫସିଛନ୍ତି ୬ ଶହ ଓଡ଼ିଆ ଶ୍ରମିକ

ନୟାଗଡ଼/ପୁରୀ/ଭବାନୀପାଟଣା : କେରଳର ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଶାର ଶହ ଶହ ଦାଦନ ଶ୍ରମିକ ଫସି ରହିଥିବା ନଜରକୁ ଆସିଛି। କଳାହାଣ୍ଡି ଜିଲାର ୫୦୦ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକଙ୍କ ସହ ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ୮୦ରୁ…
Read More...

ଡାଭୋଲକରଙ୍କ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ

ଔରଙ୍ଗାବାଦ : ଅନ୍ଧ ବିଶ୍ୱାସ ବିରୋଧରେ ପ୍ରଚାର କରୁଥିବା ଯୁକ୍ତିବାଦୀ ନରେନ୍ଦ୍ର ଡାଭୋଲକରଙ୍କୁ ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ଏକ ଦେଶୀ ପିସ୍ତଲକୁ ସିବିଆଇ ଜବତ କରିଛି। ଗିରଫ ଅଭିଯୁକ୍ତ ପ୍ରକାଶରାଓ ଆଣ୍ଡୁରେଙ୍କ…
Read More...

ବିଶ୍ୱାସ ବୃଦ୍ଧି ଲାଗି ଆଲୋଚନା କରିବେ ଭାରତ-ଚୀନ

ନୂଆଦିଲ୍ଲୀ : ଡୋକଲାମ ବିବାଦର ଏକବର୍ଷ ପରେ ଭାରତ-ଚୀନ ପରସ୍ପର ମଧ୍ୟରେ ବିଶ୍ୱାସ ବୃଦ୍ଧି ଲାଗି ବିସ୍ତୃତ ଆଲୋଚନା ଲାଗି ଉପନୀତ ହୋଇଛନ୍ତି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ଦୁଇ ଦେଶ ମଧ୍ୟରେ ବିଶ୍ୱାସ…
Read More...

ଗୁରୁବାର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ସହାୟତା ମିଳିବ। ସାଧନା ଫଳବତୀ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ବୃଷ: ବିବାଦକୁ ଏଡ଼ାଇ…
Read More...

୨୬ରେ ଆଉଏକ ଲଘୁଚାପ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଲଘୁଚାପ ଦୁର୍ବଳ ହୋଇପଡ଼ିବାବେଳେ ଏହି ଅଞ୍ଚଳରେ ଥିବା ମୌସୁମି ଟ୍ରଫଲାଇନ ଏବେ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହାର ପ୍ରଭାବରେ…
Read More...

ଚୋରାଚାଲାଣ ବେଳେ ଲୁହାପଥର ଟ୍ରକ ଜବତ

ରାୟଗଡା : ଆନ୍ଧ୍ରପ୍ରଦେଶକୁ ଟ୍ରକ ଯୋଗେ ଚୋରା ଲୁହାପଥର ଚାଲଣ ହେଉଥିଲାବେଳ ଜବତ ହୋଇଛି। ଆନ୍ଧ୍ରପ୍ରଦେଶ ଓଡିଶା ସୀମା କେରଡା ତନଖି ଫାଟକରେ ୧୦ଟନରୁ ଅଧିକ ଲୁହାପଥର ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ବନବିଭାଗ ଦ୍ୱାରା ଜବତ…
Read More...

ରାଷ୍ଟ୍ରାୟତ୍ତ ଟିଭି, ରେଡିଓ ଉପରୁ ନିୟନ୍ତ୍ରଣ ଉଠାଇଲେ ଇମ୍ରାନ

ଇସଲାମାବାଦ : ଇମ୍ରାନ ଖାଁଙ୍କ ନେତୃତ୍ୱ ସରକାର ରାଷ୍ଟ୍ରାୟତ୍ତ ଟିଭି ଚାନେଲ ପାକିସ୍ତାନ ଟିଭି (ପିଟିଭି) ଓ ରେଡିଓ ପାକିସ୍ତାନ ଉପରୁ ସରକାରୀ କର୍ତ୍ତୃତ୍ୱ ଉଠାଇ ଦେଇଛନ୍ତି। ସରକାର ଏହି ଗଣମାଧ୍ୟମକୁ ସମ୍ପୂର୍ଣ୍ଣ…
Read More...

କ୍ରିଷ୍ଟାଲ ଟାୱାର ଅଗ୍ନିକାଣ୍ଡ: ବହୁ ଲୋକଙ୍କ ଜୀବନ ବଞ୍ଚାଇଲା ନାବାଳିକା, କାମ ଦେଲା ସ୍କୁଲ ପାଠ

ମୁମ୍ବଇ : ‘କ୍ରିଷ୍ଟାଲ ଟାୱାର’ରେ ବୁଧବାର ପୂର୍ବାହ୍ଣରେ ଭୟାବହ ଅଗ୍ନିକାଣ୍ଡ ବେଳେ ବୟସ୍କ ଲୋକମାନେ ଭୟଭୀତ ହୋଇ କାନ୍ଦିକାନ୍ଦି ଅଧୈର୍ଯ୍ୟ ହୋଇପଡୁଥିବା ବେଳେ ଜେନ୍‍ ସଦାବର୍ତ୍ତେ ନାମକ ୧୦ ବର୍ଷ ବୟସ୍କ ଜଣେ ନାବାଳିକା…
Read More...

କୃଷ୍ଣା ଓ ଗୋଦାବରୀରେ ବନ୍ୟା: ଭାସିଗଲେ ୪ ଛାତ୍ର

ହାଇଦରାବାଦ : ଆନ୍ଧ୍ରପ୍ରଦେଶର କୃଷ୍ଣା ଓ ଗୋଦାବରୀରେ ବନ୍ୟା ଦେଖାଯାଇଛି। ବୁଧବାର ଏହି ବନ୍ୟା ପାଣିରେ ଭାସି ଯାଇ ୪ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ୪ଦିନ ହେଲା ଦେଖାଯାଇଥିବା ବନ୍ୟା ଯୋଗୁଁ ରାଜ୍ୟର ଉପକୂଳ ପୂର୍ବ ଓ…
Read More...

କଂଗ୍ରେସ ନେତା ଗୁରୁଦାସ କାମାତଙ୍କ ପରଲୋକ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁରୁଦାସ କାମାତ୍‍ଙ୍କର ବୁଧବାର ପରଲୋକ ଘଟିଛି। ୬୩ ବର୍ଷ ବୟସ୍କ କାମାତ୍‍ ହୃଦ୍‍ଘାତ ଶିକାର ହୋଇ ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଶେଷ ନିଃଶ୍ୱାସ ତ୍ୟାଗ…
Read More...

କେରଳ ବନ୍ୟା: ବିଦେଶୀ ସାହାଯ୍ୟ ଗ୍ରହଣ କରିବାକୁ ମନା କଲା କେନ୍ଦ୍ର!

ନୂଆଦିଲ୍ଲୀ : କେରଳର ବନ୍ୟାକ୍ଲିଷ୍ଟଙ୍କ ଦୁଃଖରେ ସମଦୁଃଖି ହୋଇଛନ୍ତି ଅନେକ ରାଷ୍ଟ୍ର। ବନ୍ୟା ବିପନ୍ନ ତଥା ସର୍ବହରା ହୋଇପଡିଥିବା କେରଳବାସୀଙ୍କ ସହଯୋଗ ନିମନ୍ତେ ସହସ୍ର କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ମଧ୍ୟ…
Read More...

କେରଳ ବନ୍ୟାକୁ ମାନବକୃତ ଦର୍ଶାଇଲେ ବିରୋଧୀ ଦଳ, ବିଚାର ବିଭାଗୀୟ ତଦନ୍ତ ଦାବି

ତିରୁଅନନ୍ତପୁରମ୍‍ : ପ୍ରଳୟଙ୍କରୀ ବନ୍ୟାର ଶିକାର କେରଳ ଉପରୁ ବିପଦର ବାଦଲ ଧୀରେ ଧୀରେ ହଟୁଥିବା ବେଳେ ରାଜ୍ୟରେ ରାଜନୈତିକ ବିବାଦ ଘନେଇବାରେ ଲାଗିଛି। ଶତାବ୍ଦୀର ଭୟଙ୍କର ବନ୍ୟା ଭାବେ ଘୋଷିତ କେରଳ ବନ୍ୟା ମାନବକୃତ…
Read More...

ଆପ୍‍ ଛାଡ଼ିଲେ ଆଶିଷ ଖୈତାନ

ନୂଆଦିଲ୍ଲୀ : ଆମ୍‍ ଆଦମୀ ପାର୍ଟି (ଆପ୍‍)ର ବରିଷ୍ଠ ନେତା ଆଶିଷ ଖୈତାନ ବୁଧବାର ଦଳ ଛାଡିଛନ୍ତି। ଦଳ ଛାଡିବା ନେଇ ଆଶିଷ ତାଙ୍କ ଫେସବୁକ୍‍ରେ ଏକ ଚିଠି ପୋଷ୍ଟ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ ବ୍ୟକ୍ତିଗତ…
Read More...

ହିନ୍ଦୁଙ୍କ ପାଇଁ ଗଠନ ହୋଇଥିଲା ପଶ୍ଚିମବଙ୍ଗ: ରୁପା ଗାଙ୍ଗୁଲି

କଲକାତା : ବିଜେପିର ରାଜ୍ୟସଭା ସାଂସଦ ଏବଂ ପଶ୍ଚିମବଙ୍ଗ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ରପା ଗାଙ୍ଗୁଲିଙ୍କ ଏକ ଟିପଣୀକୁ ନେଇ ବିବାଦ ଆରମ୍ଭ ହୋଇଛି। ବୁଧବାର ସେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଥିଲେ ଯେ…
Read More...

‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବାରୁ କାଶ୍ମୀରରେ ଫାରୁକ ଅବଦୁଲାଙ୍କୁ ବିରୋଧ

ଶ୍ରୀନଗର : ଦିଲ୍ଲୀରେ ‘ଭାରତ ମାତା କି ଜୟ’ ଏବଂ ‘ଜୟ ହିନ୍ଦ’ ସ୍ଲୋଗାନ ଦେବା ପରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲାଙ୍କୁ ଶ୍ରୀନଗରରେ ବିରୋଧର ସାମ୍ନା…
Read More...

ଗୋଆ: ଲେଖପାଳ ନିଯୁକ୍ତି ପରୀକ୍ଷାରେ ସମସ୍ତ ୮୦୦୦ ପରୀକ୍ଷାର୍ଥୀ ଫେଲ୍‍

ପାଣାଜୀ : ଗୋଆରେ ଅନୁଷ୍ଠିତ ଲେଖପାଳ (ଆକାଉଣ୍ଟାଣ୍ଟ) ନିଯୁକ୍ତି ଲିଖିତ ପରୀକ୍ଷାରେ ଜଣେ ବି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ନ ହେବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ଗୋଆ ସରକାର ମଙ୍ଗଳବାର…
Read More...

ପାକିସ୍ତାନ: ମନ୍ଦିରରେ ହିନ୍ଦୁ ପିଲାଙ୍କୁ ପଢାନ୍ତି ମୁସଲମାନ ଶିକ୍ଷୟିତ୍ରୀ, ସଲାମର ପ୍ରତିନମସ୍କାରରେ କହନ୍ତି ଜୟ…

କରାଚି : ସାମ୍ପ୍ରଦାୟିକ ସଦଭାବନା ଏବଂ ଶାନ୍ତିର ଦୂତ ସାଜିଛନ୍ତି ପାକିସ୍ତାନର ଜଣେ ମୁସଲମାନ ଶିକ୍ଷୟିତ୍ରୀ। କରାଚିର ଏକ ହିନ୍ଦୁ ମନ୍ଦିରରେ ଚାଲୁଥିବା ସ୍କୁଲରେ ସେ ହିନ୍ଦୁ ପିଲାଙ୍କୁ ପାଠ ପଢାଉଛନ୍ତି। ଏହି ମୁସଲମାନ…
Read More...

ଉତ୍ତରପ୍ରଦେଶ: ଦେଶୀ ମଦ ପିଇ ୫ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ସାମଲି ଜିଲା ଝିନଝାନା ଥାନା ଅଧୀନ କମାଲପୁର ଗ୍ରାମରେ ଦେଶୀ ମଦ ପିଇ ୩ ଦିନରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସୋମବାର ଏବଂ ମଙ୍ଗଳବାର ୩ ଜଣଙ୍କ ମୃତ୍ୟୁ…
Read More...

ତୃତୀୟ ଟେଷ୍ଟ ଜିତିଲା ଭାରତ

ଟ୍ରେଣ୍ଟବ୍ରିଜ୍‍ : ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୨୦୩ ରନରେ ପରାସ୍ତ କରିଛି ଭାରତ । ଏହାସହ ଭ୍ରମଣକାରୀ ଭାରତୀୟ ଦଳ ସିରିଜ ଜିତିବାର ଆଶା ବଜାୟ ରଖିଛି ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍…
Read More...

ପରଲୋକରେ ଜନନେତା ଯଦୁନାଥ

ଭୁବନେଶ୍ୱର/ସୋର : ପୂର୍ବତନ ଶିକ୍ଷାମନ୍ତ୍ରୀ, ସାରସ୍ୱତ ସାଧକ ଯଦୁନାଥ ଦାଶମହାପାତ୍ର ଆଉ ନାହାନ୍ତି। ଏଠାରେ ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଅପରାହ୍ଣ ୫.୩୦ରେ ତାଙ୍କର ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ତାଙ୍କୁ…
Read More...

ଗ୍ରାହକଙ୍କ ପ୍ରିୟ ୪ଫୁଟ୍‌ର ଦୋସା

ଅହମ୍ମଦାବାଦ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ସ୍ଥାନୀୟ ଅଞ୍ଚଳର ଦକ୍ଷିଣ ଭାରତୀୟ ରେସ୍ତୋରାଁ ‘ଆନ୍ନା ଫୁଡ୍’ ଆଡ଼େ ନିଶ୍ଚୟ ଥରେ-ଦୁଇଥର ଆସିଥାନ୍ତି। ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଥିବା ଏଇ…
Read More...

ଖେଚୁଡିର ଆବଶ୍ୟକତା

ଆମ ଭାରତୀୟ ବ୍ୟଞ୍ଜନରେ ଖେଚୁଡ଼ି ବ୍ୟଞ୍ଜନର ସ୍ଥାନ ବେଶ୍ ସ୍ବତନ୍ତ୍ର। ବିଶେଷଜ୍ଞଙ୍କ ମତରେ ଗୁଜୁରାଟୀଙ୍କ ଏଇ ପ୍ରିୟ ବ୍ୟଞ୍ଜନର ଆଦର ଏବେ ଭାରତରେ ପ୍ରତ୍ୟେକ ପ୍ରାନ୍ତରେ ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାର ଡାଲି ସହ…
Read More...

ନିରୋଳା ଚାହୁଁଛନ୍ତି ଏବର ପିଢ଼ି

ଭାରତର ୧୫ଟି କମ୍ପାନୀର ଯୁବବର୍ଗଙ୍କୁ ନେଇ ନିକଟରେ ଦିଲ୍ଲୀର ଏକ ଏନଜିଓ ସର୍ବେକ୍ଷଣ କରିଥିଲା। ଏମାନଙ୍କ ମଧ୍ୟରେ କେତେଜଣ ଦମ୍ପତି ଥିବାବେଳେ ଅବିବାହିତ ଗୋଷ୍ଠୀ ମଧ୍ୟ ଥିଲେ। ଅଧିକାଂଶଙ୍କ ମତ ଥିଲା କାମର ଚାପ ବଢ଼ିବା…
Read More...

ସୁର ସମ୍ରାଜ୍ଞୀଙ୍କ ସେଲ୍‌ଫି

କେବଳ ଅମିତାଭ ବଚ୍ଚନ ନୁହେଁ, ୮୮ ବର୍ଷୀୟା ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ମଧ୍ୟ ଟ୍ବିଟର୍ ଆକାଉଣ୍ଟରେ ବେଶ୍ ସକ୍ରିୟ। ସୋମବାର ଲତାଜୀ ନିଜର ଏକ ପୁରୁଣା କଳା-ଧଳା ଫଟୋକୁ ଅପଲୋଡ କରିବା ସହ ଏହା ତାଙ୍କର ୬୮ ବର୍ଷ…
Read More...

ନୂଆ କାମରେ କରୀନା

ପଟୌଦି ବେଗମ୍ ‘ବିରେ ଦି ୱେଡିଙ୍ଗ’ ପରି ଏକ ସୁପରହିଟ୍ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟିବା ପରେ ଏକ ଭିନ୍ନ କାମରେ ପାଦ ଥାପିଛନ୍ତି। ମିଳିଥିବା ଖବର ଅନୁସାରେ କରୀନା ଖୁବ୍ ଶୀଘ୍ର ଏକ ନୂଆ ପୋଷାକ ବ୍ରାଣ୍ଡର ଆରମ୍ଭ କରିବାକୁ…
Read More...

ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର

ଲକ୍ଷ୍ନୌ : ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ରାଷ୍ଟ୍ରୀୟ ବଜରଙ୍ଗ ଦଳର ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ…
Read More...

ହକି ବିଶ୍ୱକପ: ମୁତୟନ ହେବେ ୮୦ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ୱର : ଆଉ ମାତ୍ର ୯୮ ଦିନ ପରେ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଖେଳାଯିବ ପୁରୁଷ ହକି ବିଶ୍ୱକପ ଚତୁର୍ଦଶତମ ସଂସ୍କରଣ। ପ୍ରତିଯୋଗିତାକୁ ସଫଳତାର ସହିତ ପରିଚାଳନା କରିବା ନେଇ ମଙ୍ଗଳବାର ସଚିବାଳୟଠାରେ…
Read More...

ଓଡ଼ିଆ ଭାଷାରେ କାର୍ଯ୍ୟ କରିବାକୁ ନିର୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟସ୍ତରୀୟ ନିଷ୍ପତ୍ତି ଅନୁସାରେ ସରକାରୀ ସ୍ତରରେ ଓଡିଆ ଭାଷାକୁ କାର୍ଯ୍ୟକାରୀ କରିବା ସହ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିଲା ବେଳେ ଉଚ୍ଚ…
Read More...

୧୫ ଦିନ ମଧ୍ୟରେ ଓଡିଆ ଭାଷାରେ ନାମଫଳକ ଲେଖିବାକୁ ନିର୍ଦେଶ

ଭୁବନେଶ୍ୱର : ସହରାଞ୍ଚଳରେ ଥିବା ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ସରକାରୀ ସଂସ୍ଥା ଓ ସରକାରୀ ଅନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ସ୍ପଷ୍ଟ ଭାବରେ ଲେଖିବା ପାଇଁ ନିର୍ଦେଶ ଜାରି କରାଯାଇଛି। ଉନ୍ନୟନ କମିଶନର ତଥା…
Read More...

ବିଜୟଠାରୁ ୧ ୱିକେଟ ଦୂରରେ ଭାରତ

ଟ୍ରେଣ୍ଟବ୍ରିଜ୍‍ : ଚଳିତ ୩ୟ ଟେଷ୍ଟମ୍ୟାଚ୍‍ରେ ବିଜୟ ଦ୍ୱାରରେ ପହଞ୍ଚି ଯାଇଛି ଭାରତୀୟ ଦଳ। ଜିତିବା ପାଇଁ ଭାରତ ଆଉ ମାତ୍ର ଗୋଟିଏ ୱିକେଟ ଦୂରରେ ରହିଛି। ତେଣୁ ଜିତିବା ପାଇଁ ବୁଧବାର ୫ମ ତଥା ଅନ୍ତିମ ଦିନରେ ପଡ଼ିଆକୁ…
Read More...

ବୁଧବାର ରାଶିଫଳ

ମେଷ: ପୂଜାର୍ଚ୍ଚନାରେ ମନଦେଇ ପାରନ୍ତି। ଅଭୀଷ୍ଟ ସିଦ୍ଧି ହୋଇପାରେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ। ପୁଣ୍ୟ କାର୍ଯ୍ୟରେ ନିୟୋଜିତ ହେବେ। ସନ୍‍ମାର୍ଗୀ ହେବେ। ଧନବାନ ହୋଇପାରନ୍ତି।…
Read More...

କୁସ୍ତିରେ ଦିବ୍ୟାଙ୍କୁ ବ୍ରୋଞ୍ଜ୍‍

ଜାକର୍ତ୍ତା : ଚଳିତ ୧୮ଶ ଏସୀୟ କ୍ରୀଡ଼ାରେ ବିନେଶ ଫୋଗତ ମହିଳା କୁସ୍ତିରେ ଦେଶକୁ ପ୍ରଥମ ପଦକ ଜିତାଇବାର ଦିନକ ପରେ ଭାରତର ଦିବ୍ୟା କାକ୍ରାନ୍‍ ମହିଳା କୁସ୍ତିରେ ଏକ ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ମହିଳା ୬୮ କେଜି…
Read More...

ପୁରୁଷ ସିପକ୍ ଟାକ୍ରରେ ଭାରତକୁ ବ୍ରୋଞ୍ଜ୍‍

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାରେ ମଙ୍ଗଳବାର ଭାରତୀୟ ପୁରୁଷ ସିପକ୍‍ ଟାକ୍ର ଦଳକୁ ବ୍ରୋଞ୍ଜ୍‍ ପଦକ ମିଳିଛି। ମଙ୍ଗଳବାର ସେମିଫାଇନାଲରେ ରେଗୁ ବିଭାଗରେ ଭାରତୀୟ ଦଳ ଗତଥରର ଚମ୍ପିଆନ୍‍ ଥାଇଲାଣ୍ଡଠାରୁ ୦-୨ରେ ପରାସ୍ତ…
Read More...

ବାଜପେୟୀଙ୍କ ଅନ୍ତ୍ୟେଷ୍ଟିରେ ହେଡ୍‍ଲିର ଭାଇ

ନୂଆଦିଲ୍ଲୀ : ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତ୍ୟେଷ୍ଟିରେ ୨୬/୧୧ ମୁମ୍ବଇ ଆକ୍ରମଣରେ ଅଭିଯୁକ୍ତ ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡେଭିଡ କୋଲ୍‍ମାନ୍‍ ହେଡ୍‍ଲିର ସାବତ ଭାଇ ଡାନ୍ୟାଲ ଗିଲାନିଙ୍କ ଉପସ୍ଥିତି ନେଇ ଏବେ…
Read More...

କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥାକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ : ଶିକ୍ଷା ଭଳି କ୍ରୀଡାକୁ ମୌଳିକ ଅଧିକାର ପରିସରଭୁକ୍ତ କରିବାକୁ ଦାବି ଉଠିଛି। ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ମାମଲାଟିକୁ ବିଚାର ପାଇଁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିଛନ୍ତି।…
Read More...

ନଦୀକୁ ଖସି ପଡ଼ିଲା ବସ୍‌ : ୧୧ ତୀର୍ଥଯାତ୍ରୀ ମୃତ

ଶ୍ରୀନଗର : ଜମ୍ମୁକଶ୍ମୀରର କିସ୍ତୱାରରେ ଦେବୀ ଦର୍ଶନ ସାରି ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ଭିତରକୁ ଗଳିପଡ଼ିବା ଫଳରେ ୧୧ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ…
Read More...

ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ହନ୍ଦୱାଡ଼ାରେ ମଙ୍ଗଳବାର ଅପରାହ୍ଣରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସେଠାରେ ଆଉ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି।…
Read More...

ସ୍କୁଲଗୁଡିକୁ ସିବିଏସ୍‍ଇର ତାଗିଦ: ଘରପାଠ ସମ୍ବନ୍ଧୀୟ ନିୟମ ନ ପାଳିଲେ କାର୍ଯ୍ୟାନୁଷ୍ଠାନ ହେବ

ଚେନ୍ନାଇ : ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଘରପାଠ ନ ଦେବା ନେଇ ରହିଥିବା ନୀତିନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ପକ୍ଷରୁ ଏକ ସର୍କୁଲାର ଜାରି…
Read More...

କଠୁଆ ମାମଲା: ରାଜ୍ୟ ସରକାରଙ୍କୁ ଜବାବ୍‍ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ସାକ୍ଷୀ ତାଲିବ ହୁସେନ୍‍ଙ୍କୁ ହାଜତରେ ନିର୍ଯାତନା ଦିଆଯିବା ନେଇ ଜାମ୍ମୁ-କାଶ୍ମୀର ସରକାରଙ୍କଠାରୁ ସୁପ୍ରିମକୋର୍ଟ…
Read More...

ହତ୍ୟା ଅଭିଯୁକ୍ତାଙ୍କୁ ଉଲଗ୍ନ କରି ବୁଲାଇଲେ ଗ୍ରାମବାସୀ

ପାଟନା : ଗୋଷ୍ଠୀବଦ୍ଧ ଆକ୍ରମଣର ଆଉ ଏକ ନିଦର୍ଶନ ଦେଖିବାକୁ ମିଳିଛି ବିହାରର ଭୋଜପୁର ଜିଲାରେ। ଜଣେ ହତ୍ୟା ଅଭିଯୁକ୍ତିଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହିତ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଛନ୍ତି। ପୁଲିସ ଏହି…
Read More...

ଲୋକସଭା ନିର୍ବାଚନରେ ଆପ୍‍ ଓ ବିଜେପି ପ୍ରତ୍ୟକ୍ଷ ଲଢେଇ : କେଜରିୱାଲ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଓ ଆମ୍‍ ଆଦମୀ ପାର୍ଟି (ଆପ୍‍) ମଧ୍ୟରେ ପ୍ରତ୍ୟକ୍ଷ ଲଢେଇ ହେବ ବୋଲି ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ସେ କହିଛନ୍ତି…
Read More...

ଚୀନର ଓବିଓଆର୍‍ ପ୍ରକଳ୍ପରୁ ଓହରିଲା ମାଲେସିଆ

ବେଜିଂ : ଚୀନର ମହାତ୍ୱାକାଂକ୍ଷୀ ୱାନ ବେଲ୍ଟ ୱାନ ରୋଡ (ଓବିଓଆର) ପ୍ରକଳ୍ପକୁ ଏକ ବଡ଼ ଝଟକା ଲାଗିଛି। ମାଲେସିଆ ଏହି ପ୍ରକଳ୍ପରୁ ଓହରି ଯାଇଛି। ଚୀନ ଯାତ୍ରାର ଅନ୍ତିମ ଦିନରେ ମଙ୍ଗଳବାର ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର…
Read More...

୭ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ : ସାତଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଏନେଇ ରାଷ୍ଟ୍ରପତି ଭବନରୁ ମଙ୍ଗଳବାର ସନ୍ଧ୍ୟାରେ ନିର୍ଦେଶନାମା ଜାରି ହୋଇଛି। ବିହାର ରାଜ୍ୟାପାଳ ସତ୍ୟପାଲ ମଲିକଙ୍କୁ ଜାମ୍ମୁ କାଶ୍ମୀରର ରାଜ୍ୟପାଳ…
Read More...

ମନ୍ଦସର ଗଣବଳାତ୍କାର ମାମଲା: ଦୁଇ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ

ଭୋପାଳ : ମଧ୍ୟପ୍ରଦେଶର ମନ୍ଦସରରେ ୭ ବର୍ଷିଆ ନାବାଳିକାକୁ ଗଣବଳାତ୍କାର ମାମଲାରେ ସ୍ୱତନ୍ତ୍ର କୋର୍ଟ ମଙ୍ଗଳବାର ଦୁଇ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହା ପୂର୍ବରୁ କୋର୍ଟ ଅଭିଯୁକ୍ତ ଇର୍ଫାନ ଏବଂ ଆସିଫକୁ ଦୋଷୀ…
Read More...

କେରଳ ବନ୍ୟା: ୭୦୦ କୋଟି ଦେବ ୟୁଏଇ

ତିରୁଅନନ୍ତପୁରମ୍‍: କେରଳ ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ଏବଂ ରିଲିଫ୍‍ ପାଇଁ ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ) ୭୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ମଙ୍ଗଳବାର ଏହି ସୂଚନା…
Read More...

ଚନ୍ଦ୍ରରେ ବରଫ ଠାବ୍‍ କଲା ଚନ୍ଦ୍ରଯାନ-୧

ହୋନୋଲୁଲୁ : ଚନ୍ଦ୍ରରେ ବରଫ ଥିବାର ପ୍ରମାଣ ଦେଇଛି ଭାରତର ଚନ୍ଦ୍ରଯାନ-୧। ଚନ୍ଦ୍ରର ଉତ୍ତର ମେରୁରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବରଫ ଜମି ରହିଛି। ଚନ୍ଦ୍ରଯାନ-୧ଠାରୁ ପ୍ରାପ୍ତ ତଥ୍ୟକୁ ଆଧାର କରି…
Read More...

ବିମାନ ଯାତ୍ରା ସମୟରେ ହୁଅନ୍ତୁ ସଚେତନ

ଗତ କିଛି ବର୍ଷ ମଧ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିମାନ ଟିକେଟ୍ ଭଡ଼ା ଯଥେଷ୍ଟ ହ୍ରାସ ପାଇବାରୁ ବିଭିନ୍ନ ବର୍ଗର ଲୋକେ ନିଜ ସକ୍ଷମତା ଅନୁସାରେ ଯାତ୍ରା କରିପାରୁଛନ୍ତି। ତେବେ ବିମାନ ଯାତ୍ରା…
Read More...

ଛତୁର ଉପଯୋଗିତା

ଏବେ ବଜାରରେ ବିଭିନ୍ନ ପ୍ରକାରର ଛତୁ ମିଳୁଥିବାବେଳେ କିନ୍ତୁ ଆମ ଦେଶୀ ଛତୁର ଉପଯୋଗିତା ସର୍ବାଧିକ। ବିଶେଷଜ୍ଞଙ୍କ ମତରେ ସପ୍ତାହକୁ ୨-୩ଥର ଛତୁ ଖାଇବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଛତୁରେ ଥିବା…
Read More...

କରଣଙ୍କ ସହ କଫି ପିଇବେ ପ୍ରିୟଙ୍କା-ନିକ୍

ବଲିଉଡ ପରେ ଏବେ ହଲିଉଡରେ ଚର୍ଚ୍ଚିତ ପ୍ରିୟଙ୍କା ଚୋପ୍ରା ଆଜିକାଲି ଅନ୍ୟ ଏକ କାରଣ ପାଇଁ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ବନ୍ଧୁ ନିକ୍‌ ଜୋନସ୍‌ଙ୍କ ସହ ତାଙ୍କ ନିର୍ବନ୍ଧ ଖବରକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆ ଉଭୟ…
Read More...