ହାଇଦରାବାଦ : ଆନ୍ଧ୍ରପ୍ରଦେଶର କୃଷ୍ଣା ଓ ଗୋଦାବରୀରେ ବନ୍ୟା ଦେଖାଯାଇଛି। ବୁଧବାର ଏହି ବନ୍ୟା ପାଣିରେ ଭାସି ଯାଇ ୪ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ୪ଦିନ ହେଲା ଦେଖାଯାଇଥିବା ବନ୍ୟା ଯୋଗୁଁ ରାଜ୍ୟର ଉପକୂଳ ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ପୁଲିସ ରିପୋର୍ଟ ଅନୁଯାୟୀ ଚିରାଭୁରୁ ବ୍ଲକର ୮ଜଣ ପିଲା ବୁଧବାର ସକାଳେ କୃଷ୍ଣା ନଦୀର ପ୍ରକାଶମ ବ୍ୟାରେଜ ନିକଟକୁ ଆସିଥିଲେ। ସେମାନେ ନଦୀର ଜଳ ପ୍ରବାହକୁ ଉପଭୋଗ କରୁଥିଲେ। ଏହି ସମୟରେ ୪ଜଣ ପିଲା ପାଣି ପାଖକୁ ଯିବାକୁ ଚେଷ୍ଟା କରିଥିଲେ। ପାଣିର ସ୍ରୋତ ଓ ଗଭୀରତାକୁ ସେମାନେ ଆକଳନ କରିପାରି ନଥିଲେ। ଫଳରେ ୪ଜଣ ଯାକ ନଦୀରେ ଭାସିଯାଇ ପ୍ରାଣ ହରାଇଥିଲେ। ପ୍ରାଣ ହରାଇଥିବା ପିଲାମାନଙ୍କ ବୟସ ୭ରୁ ୧୪ବର୍ଷ ମଧ୍ୟରେ। ସେମାନେ ହେଲେ ଶିବା (୧୪), ନିଲମ୍ କୁମାର (୧୦) ଓ ଶଶୀ କୁମାର (୮) ଓ ଦିନେଶ (୭)। ଏନଡିଆରଏଫ ଦଳ ପିଲାମାନଙ୍କ ମୃତଦେହକୁ ଉଦ୍ଧାର କରିଛି।
Popular Categories



