www.samajalive.in
Monday, December 15, 2025
27.1 C
Bhubaneswar

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପ୍ରତିନିଧିଙ୍କ ସହ ଅର୍ଥମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଦିଗରେ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ସମାଜକୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ଗାନ୍ଧିଜୀଙ୍କ ଅହିଂସା ନୀତି ଓ ଆଦର୍ଶକୁ ଜୀବନର ପାଥେୟ କରିବା ସହିତ ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ଉଜ୍ଜୀବିତ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗୁରୁତ୍ବ ଦେଇଛନ୍ତି। ରାଷ୍ଟ୍ରୀୟ ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ ଏହା କହିଛନ୍ତି। ଆଲୋଚନା ସମୟରେ ପ୍ରତିଷ୍ଠାନର ପ୍ରତିନିଧି ଦଳ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଦ୍ବାରା ପ୍ରାୟୋଜିତ ଓ ରିଚାର୍ଡ ଆଟେନବୋରୋଙ୍କ ନିର୍ଦେଶିତ ଗାନ୍ଧି ଚଳଚ୍ଚିତ୍ରର ଓଡ଼ିଆ ଡବିଂ କରିବା ଏବଂ ଗାନ୍ଧି ରଚନାବଳୀର ଓଡ଼ିଆ ସଂସ୍କରଣର ପୁନଃ ପ୍ରକାଶନ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଜୟଦେବ ନିର୍ବାଚନମଣ୍ଡଳୀର ପ୍ରମୁଖ ସେତୁକୁ ମହାତ୍ମା ସେତୁ ନାମରେ ନାମକରଣ କରାଯିବା ସହିତ ୧୯୩୪ ମସିହାରେ ଗାନ୍ଧିଙ୍କ ହରିଜନ ପଦଯାତ୍ରାର ସ୍ମୃତି ଉଦ୍ଦେଶ୍ୟରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।
ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ନେତୃତ୍ବରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଭେଟିଥିବା ପ୍ରତିନିଧି ଦଳ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଓଡ଼ିଶାରେ କୌଣସି କାର୍ଯ୍ୟାଳୟ ନଥିବା ଦୃଷ୍ଟିରୁ ଭୁବନେଶ୍ବରରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଏକ କାର୍ଯ୍ୟାଳୟ ନିମନ୍ତେ ଆବଶ୍ୟକ ଗୃହ ଯୋଗାଇ ଦେବାକୁ ସେମାନେ କହିଥିଲେ।
ଶ୍ରୀ ବେହେରା କହିଥିଲେ, ବର୍ତ୍ତମାନର ଜୟଦେବ ନିର୍ବାଚନମଣ୍ଡଳୀରେ ଗାନ୍ଧିଜୀ ପଦଯାତ୍ରା ସମୟରେ ତିନି ଦିନ ଅତିବାହିତ କରିଥିଲେ। ଗାନ୍ଧିଜୀଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସମ୍ବଳିତ ସ୍ମାରକୀ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି ବୋଲି ସେ ପ୍ରକାଶ କରିଥିଲେ। ଏଥିସହ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ସହିତ ଜଡ଼ିତ ସମସ୍ତ ସ୍ମୃତିକୁ ଆଗାମୀ ପିଢ଼ିଙ୍କ ନିମନ୍ତେ ସଂରକ୍ଷିତ ରଖାଯିବ।
ଆଲୋଚନା ସମୟରେ ଉତ୍କଳ ଗାନ୍ଧି ସ୍ମାରକ ନିଧିର ସଭାପତି କୃଷ୍ଠା ମହାନ୍ତି, ସମ୍ପାଦକ ଡକ୍ଟର ବିଶ୍ବଜିତ, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ମିହିର ପ୍ରତାପ ଦାସ, ବିରୂପାକ୍ଷ ତ୍ରିପାଠୀ, ରଣଜିତ ଦେହୁରୀ ଓ ମାନସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories