www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ ପ୍ରତିବାଦ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ଆଠଗଡ :  ଆଠଗଡ ଏନଏସି ଅନ୍ତର୍ଗତ ରାସରସିକପୁର ୟୁଜିୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସୋମବାର ବ୍ଲକ ଶିକ୍ଷାଧିକାରୀ ମଧ୍ୟାହ୍ନ ଭୋଜନ ପ୍ରଦାନରେ ସରକାରୀ ନିର୍ଦ୍ଦେଶର ଉଲଂଘନ ଓ ଅନିୟମିତତା ଅଭିଯୋଗରେ ନିଲମ୍ବନ କରିଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଧାନଶିକ୍ଷୟତ୍ରୀ ରୂପେ ସତ୍ୟଭାମା ସ୍ବାଇଁ ଜାନୁୟାରୀ ମାସ ୩୧ ତାରିଖରେ ରାସରସିକପୁର ସ୍କୁଲରେ ଯୋଗଦାନ କରିଥିଲେ। ଏଠାରେ ଯୋଗଦାନ ପରେ ବିଦ୍ୟାଳୟର ସହକାରୀ ଶିକ୍ଷକ\ଶିକ୍ଷୟତ୍ରୀଙ୍କର ବିଦ୍ୟାଳୟକୁ ଠିକ୍ ସମୟରେ ନଆସିବା, ପାଠ ସମୟରେ ମୋବାଇଲରେ ଶ୍ରେଣୀ କକ୍ଷରେ ଗପିବା, ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ତଥା ଶୈକ୍ଷିକ କାର୍ଯ୍ୟରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ଅସହଯୋଗ କରନ୍ତି ବୋଲି ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ଏପରିକି ବିଦ୍ୟାଳୟର ଜଣେ ଶିକ୍ଷକ ପ୍ରଧାନଶିକ୍ଷୟତ୍ରୀଙ୍କୁ ଆଦୌ ମାନନ୍ତି ନାହିଁ ଏବଂ ବିଦ୍ୟାଳୟରେ ବିଭିନ୍ନ ସମୟରେ ଅନୁପସ୍ଥିତ ରହି ଏକ କୋଚିଂ ସେଣ୍ଟରରେ ସମୟ ଦେଇଥାନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ସୁପାରିଶ କ୍ରମେ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବରେ ଅଣ୍ଡା ଓ ଭାତ ବଦଳରେ ଉପୁମା ଓ ଗୁଗୁନି ଏବଂ ଉତ୍କଳ ଦିବସରେ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏହି ବଣ୍ଟନରେ ପ୍ରଧାନଶିକ୍ଷୟତ୍ରୀଙ୍କ କୌଣସି ଭୁଲ କରିନାହାନ୍ତି ବରଂ ପରିଚାଳନା କମିଟିରସୁପାରିଶରେ ଏହି ପରିବର୍ତ୍ତନ କରିଛନ୍ତି । ବ୍ଲକ ଶିକ୍ଷାଧିକାରୀ ବିନା କାରଣରେ ସହକର୍ମୀମାନଙ୍କର ମିଥ୍ୟା ଅଭିଯୋଗକୁ ଗ୍ରହଣ କରି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପରିବର୍ତ୍ତେ ସିଦ୍ଧାସଳଖ ନିଲମ୍ବନ କରିଥିବାରୁ ପରିଚାଳନା କମିଟି ସଦସ୍ଯମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ଦ୍ବାରା ବିଦ୍ୟାଳୟରେ ବିଶୃଙ୍ଖଳା ବୃଦ୍ଧି ପାଇବା ସହ ଶୈକ୍ଷିକ ବାତାବରଣ ନଷ୍ଟ ହେବ ବୋଲି ଅଭିଭାବକ ଓ ଏସଏମସି ସଦସ୍ଯ ମତବ୍ୟକ୍ତ କରିଛନ୍ତି । ତୁରନ୍ତ ଏ ବିଷୟରେ ତଦନ୍ତ କରାଯାଇ ପ୍ରଧାନଶିକ୍ଷୟତ୍ରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଏଠିରୁ ଅନ୍ୟତ୍ର ବଦଳି କରିବା ପାଇଁ ସେମାନେ ଦାବି କରିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜେଶ କୁମାର ବାରିକ, ପ୍ରଶାନ୍ତ କୁମାର ସେଠୀ, ମନୋଜ ସାହୁ, ପ୍ରିୟଙ୍କା ବାରିକ, କୁମୁଦିନି ରାଉତ, ଅନିତା ପ୍ରଧାନ ପ୍ରମୁଖ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଅଭିସ୍ଫା ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories