www.samajalive.in
Saturday, December 13, 2025
21.1 C
Bhubaneswar

ବିଜେପି ଏବଂ ଆରଏସ୍‍ଏସ୍‍ ଭାରତକୁ ବିଭାଜିତ କରୁଛନ୍ତିି : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଭାରତବାସୀଙ୍କୁ ଏକାଠି ରହିବା ଶିଖାଉଛି ହେଲେ ବିଜେପି ଏବଂ ଆରଏସ୍‍ଏସ୍‍ ସେମାନଙ୍କୁ ବିଭାଜିତ କରି ଘୃଣାର ପ୍ରସାର କରୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଦେଶ ମାଟିରେ କହିଛନ୍ତି। ଗୁରୁବାର ରାତିରେ ଜର୍ମାନୀର ବର୍ଲିନଠାରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ଉଦ୍‍ବୋଧନ ଦେଇ ରାହୁଲ କହିଥିଲେ ଯେ କଂଗ୍ରେସର ଭାବନା ‘ବିଭେଦତା ମଧ୍ୟରେ ଏକତା’ ଗୁରୁ ନାନକ ଦେବଙ୍କ ସମୟରୁ ଆସିଛି। ହେଲେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏସ୍‍ ସରକାରର ନେତାମାନେ ଦୀର୍ଘ ଭାଷଣ ମାନ ଦେଇ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଛନ୍ତି। କୃଷକମାନଙ୍କ ଆତ୍ମହତ୍ୟା ଜାରି ରହିଛି। ଯୁବବର୍ଗ ନିଜ ଭବିଷ୍ୟତ ଦେଖି ପାରୁନାହାନ୍ତି। କଂଗ୍ରେସ ସମସ୍ତଙ୍କ ପାଇଁ କାର୍ଯ୍ୟ କରୁଛି ଓ ବିଭେଦତା ମଧ୍ୟରେ ଏକତା ବାର୍ତାକୁ ପ୍ରସାର କରୁଛି। ଏପଟେ ଭାରତ ସହ ତୁଳନା କଲେ ଚୀନ ବହୁ ଆଗରେ ରହିଛି। ଚୀନ ୨୪ ଘଣ୍ଟାରେ ୫୦,୦୦୦ ଲୋକଙ୍କୁ ନିଯୁକ୍ତି ଦେଉଥିବାବେଳେ ଭାରତ ମାତ୍ର ୪୫୦ ଜଣଙ୍କୁ ଦେଇ ପାରୁଛି। ଉଲ୍ଲେଖ ଯେ ଏହା ପୂର୍ବରୁ ବୁସେରିୟସ ସମର ସ୍କୁଲରେ ଉଦ୍‍ବୋଧନ ଦେବା ଅବସରରେ ରାହୁଲ କେନ୍ଦ୍ର ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ବିକାଶ ଧାରାରୁ ବାଦ୍‍ ପଡୁଥିବା ଲୋକେ ଆତଙ୍କବାଦୀ ହେଉଛନ୍ତି ବୋଲି ସେ କହିଥିଲେ। ରାହୁଲଙ୍କ ଏଭଳି ମନ୍ତବ୍ୟକୁ ବିଜେପି କଡ଼ା ସମାଲୋଚନା କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories