www.samajalive.in
Monday, December 15, 2025
24.1 C
Bhubaneswar

ବ୍ୟାଡମିଣ୍ଟନ୍‍: ସିନ୍ଧୁ, ସାଇନା ସିଙ୍ଗଲ୍‌ସ ପ୍ରିକ୍ୱାର୍ଟରକୁ ଉନ୍ନୀତ

ଜାକର୍ତ୍ତା : ଭାରତର ଦୁଇ ମହିଳା ଖେଳାଳି ପିଭି ସିନ୍ଧୁ ଓ ସାଇନା ନେହୱାଲ ଚଳିତ ଏସୀୟ କ୍ରୀଡାର ବ୍ୟାଡମିଣ୍ଟନ ସିଙ୍ଗଲ୍‍ସ ପ୍ରିକ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ସିନ୍ଧୁ ୨୧-୧୦, ୧୨-୨୧, ୨୩-୨୧ ଗେମରେ ଭିଏତନାମର ଭୁ ଥି ତ୍ରାଙ୍ଗ୍‍ଙ୍କୁ ପରାସ୍ତ କରିଛନ୍ତି। ସିନ୍ଧୁଙ୍କ ବିଶ୍ୱ ମାନ୍ୟତା ୩ ଥିବାବେଳେ ତ୍ରାଙ୍ଗ୍‍ ୫୨ତମ ସ୍ଥାନରେ ରହିଛନ୍ତି। ତେବେ ତ୍ରାଙ୍ଗ୍‍ ଲଢୁଆ ପ୍ରଦର୍ଶନ ଜରିଆରେ ସିନ୍ଧୁଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲେ। ସିନ୍ଧୁ ଓ ତ୍ରାଙ୍ଗ୍‍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଗେମ ଜିତିବାପରେ ନିର୍ଣ୍ଣାୟକ ତୃତୀୟ ଗେମର ଗୁରୁତ୍ୱ ବୃଦ୍ଧି ପାଇଥିଲା। ଏହି ଗେମରେ ଉଭୟ ଖେଳାଳି ଏକଦା ୧୯-୧୯ ପଏଣ୍ଟ ସ୍ଥିତିରେ ଉପନୀତ ହୋଇଥିଲେ। ତେବେ ତ୍ରାଙ୍ଗ୍‍ଙ୍କ ତ୍ରୁଟିରୁ ଫାଇଦା ଉଠାଇ ସିନ୍ଧୁ ଏହି ଗେମକୁ ୨୩-୨୧ରେ ହାତେଇ ନେଇଥିଲେ। ମହିଳା ସିଙ୍ଗଲ୍‍ସର ଅନ୍ୟ ଏକ ପ୍ରଥମ ରାଉଣ୍ଡରେ ସାଇନା ୨୧-୭, ୨୧-୯ ଗେମରେ ଇରାନର ସୋରାୟା ଆଘାଜିଆଘାଙ୍କୁ ପରାସ୍ତ କରିଛନ୍ତି। ପ୍ରିକ୍ୱାର୍ଟରରେ ସିନ୍ଧୁ ଇଣ୍ଡୋନେସିଆର ତୁନ୍‍ଜୁଙ୍ଗ୍‍ ଗ୍ରିଗୋରିଆ ମାରିସ୍କାଙ୍କୁ ଓ ସାଇନା ଇଣ୍ଡୋନେସିଆର ଫିତ୍ରିଆନି ଫିତ୍ରିଆନିଙ୍କୁ ଭେଟିବେ।
ଅପରପକ୍ଷରେ ଭାରତର ଅଶ୍ୱିନୀ ପୋନାପ୍ପା ଓ ସିକ୍କି ରେଡ୍ଡି ମହିଳା ଡବଲ୍‍ସରେ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ପୋନାପ୍ପା-ସିକ୍କି ୨୧-୧୬, ୨୧-୧୫ ଗେମରେ ହଂକଂ ଯୋଡି ୱିଙ୍ଗ୍‍ ୟୁଙ୍ଗ୍‍ ଓ ୟିଉଙ୍ଗ୍‍ ତିଙ୍ଗ୍‍ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍‍ସ ପ୍ରଥମ ରାଉଣ୍ଡରେ ଭାରତୀୟ ଯୋଡି ଚିରାଗ ସେଟ୍ଟି ଓ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ୨୧-୧୨, ୨୧-୧୪ ଗେମରେ ହଂକଂର ୟୋନି ଚୁଙ୍ଗ୍‍ ଓ ଚୁନ୍‍ ତାମ୍‍ଙ୍କୁ ପରାସ୍ତକରି ପ୍ରିକ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି। ମିକ୍ସଡ ଡବଲ୍‍ସରେ ଦୁଇ ଭାରତୀୟ ଯୋଡିଙ୍କୁ ପ୍ରଥମ ରାଉଣ୍ଡରେ ନିରାଶ ହେବାକୁ ପଡିଛି। ଗୁରୁବାର ପ୍ରଥମ ରାଉଣ୍ଡ ମ୍ୟାଚରେ ମାଲେସିଆର ପେଙ୍ଗ୍‍ସୁନ୍‍ ଚାନ୍‍ ଓ ଘୋ ଲିଉ ୟିଙ୍ଗ୍‍ ୨୧-୧୫, ୨୩-୨୧ ଗେମରେ ପ୍ରଣବ ଚୋପ୍ରା ଓ ସିକ୍କି ରେଡ୍ଡିଙ୍କୁ ପରାସ୍ତ କରିଥିବାବେଳେ ଅନ୍ୟ ଏକ ମ୍ୟାଚରେ ଥାଇଲାଣ୍ଡ ଯୋଡି ଡେକାପଲ୍‍ ପୁଆଭାରାନୁଖ୍ରୋ ଓ ସାପ୍‍ସିରି ତାଇରାତାନାଚାନ୍‍ ୨୭-୨୫, ୨୧-୧୬ ଗେମରେ ଅଶ୍ୱିନୀ ପୋନାପ୍ପା ଓ ସ୍ୱସ୍ତିକସାଇରାଜ ରାଙ୍କିରେଡ୍ଡିଙ୍କୁ ହରାଇଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories