www.samajalive.in
Monday, December 15, 2025
26.1 C
Bhubaneswar

ତୃତୀୟ ଟେଷ୍ଟ ଜିତିଲା ଭାରତ

ଟ୍ରେଣ୍ଟବ୍ରିଜ୍‍ : ତୃତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୨୦୩ ରନରେ ପରାସ୍ତ କରିଛି ଭାରତ । ଏହାସହ ଭ୍ରମଣକାରୀ ଭାରତୀୟ ଦଳ ସିରିଜ ଜିତିବାର ଆଶା ବଜାୟ ରଖିଛି ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଭାରତ ପରାସ୍ତ ଲାଭ କରିଥିଲା । ତୃତୀୟ ମ୍ୟାଚରେ ଜିତି ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି । ଆଉ ୨ଟି ମ୍ୟାଚ୍ ବାକି ଥିବାବେଳେ ଭାରତ ଏବଂ ଇଂଲଣ୍ଡ ୧-୨ରେ ସିରିଜରେ ଅଛନ୍ତି । ୩ୟ ଟେଷ୍ଟ ମ୍ୟାଚର ୫ମ ତଥା ଅନ୍ତିମ ଦିନରେ ଭାରତ ଶେଷ ୱିକେଟ ଭାବେ ଆଣ୍ଡରସନ୍‍ଙ୍କୁ ଆଉଟ କରି ମ୍ୟାଚରେ ବିଜୟୀ ହୋଇଛି । ୫୨୧ ରନ୍‍ ବିଜୟଲକ୍ଷ୍ୟର ପିଛା କରି ଇଂଲଣ୍ଡ ବୁଧବାର ଅନ୍ତିମ ଦିନରେ ସମସ୍ତ ୱିକେଟ ହରାଇ ୩୧୭ ରନ୍‍ କରି ପାରିଥିଲା । ଯଶପ୍ରୀତ ବୁମ୍‍ରା ୫ଟି ୱିକେଟ ନେଇ ଭାରତକୁ ବିଜୟୀ କରିବାରେ ସହାୟକ ହୋଇଛନ୍ତି ।

ଭାରତ ପ୍ରଥମ ଇନିଂସ ସ୍କୋର୍‍ ୩୨୯ ରନ୍‍ ଜବାବରେ ଇଂଲଣ୍ଡ ରବିବାର ୨ୟ ଇନିଂସରେ ମାତ୍ର ୧୬୧ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୧୬୮ ରନ୍‍ ଆଗରେ ରହିଥିଲା। ପରେ ୨ୟ ଇନିଂସରେ ଭାରତ ଭଲ ବ୍ୟାଟିଂକରି ୭ ୱିକେଟରେ ୩୫୨ ରନରେ ଇନିଂସ ସମାପ୍ତି ଘୋଷଣା କରିଥିଲା । କଷ୍ଟସାଧ୍ୟ ୫୨୧ ରନ୍‍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ ୯ ୱିକେଟ ହରାଇ ୩୧୧ ରନ୍‍ କରିଥିଲା । ଅନ୍ତିମ ତଥା ପଞ୍ଚମ ଦିନରେ ଆଉ ମାତ୍ର ୬ ରନ୍ ଯୋଡ଼ିବା ପରେ ଇଂଲଣ୍ଡର ଶେଷ ୱକେଟ ଭାବେ ଆଣ୍ଡରସନ୍‍ ରବୀ ଚନ୍ଦ୍ରନ ଅଶ୍ବିନଙ୍କ ଶିକାର ହୋଇଥିଲେ । ଦମଦାର ବ୍ୟାଟିଂ ପାଇଁ ଭାରତ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଛି। ସେ ଦୁଇଟି ପାଳିରେ ଯଥାକ୍ରମେ ୯୭ ଏବଂ ୧୦୩ ରନ୍ କରିଥିଲେ ।

- Advertisement -

ସ୍କୋରବୋର୍ଡ

ଭାରତ (୧ମ ଇନିଂସ) ୩୨୯
ଇଂଲଣ୍ଡ (୧ମ ଇନିଂସ) ୧୬୧
ଭାରତ (୨ୟ ଇନିଂସ) ୭/୩୫୨ (ଇନିଂସ ସମାପ୍ତି ଘୋଷଣା)

ଇଂଲଣ୍ଡ (୨ୟ ଇନିଂସ) ୩୧୭

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories