www.samajalive.in
Sunday, December 14, 2025
26.1 C
Bhubaneswar

କରଣଙ୍କ ସହ କଫି ପିଇବେ ପ୍ରିୟଙ୍କା-ନିକ୍

ବଲିଉଡ ପରେ ଏବେ ହଲିଉଡରେ ଚର୍ଚ୍ଚିତ ପ୍ରିୟଙ୍କା ଚୋପ୍ରା ଆଜିକାଲି ଅନ୍ୟ ଏକ କାରଣ ପାଇଁ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ବନ୍ଧୁ ନିକ୍‌ ଜୋନସ୍‌ଙ୍କ ସହ ତାଙ୍କ ନିର୍ବନ୍ଧ ଖବରକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆ ଉଭୟ ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି। ଅନ୍ୟ ଏକ ଖବର ଅନୁସାରେ ପ୍ରଯୋଜକ ତଥା ନିର୍ଦେଶକ କରନ୍ ଜୋହର୍‌ ଖୁବ୍ ଶୀଘ୍ର ନିଜ ଆଗାମୀ କଫି ସିଜନ୍‌ ଟେଲିଭିଜନ ପରଦାରେ ଆରମ୍ଭ କରିବାକୁ ଯାଉଛନ୍ତି। କରଣଙ୍କ ସହ ଏଥରକ କଫି ପିିଇବା ପାଇଁ ଭାଗ ନେବେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌। ଦୁହେଁ କୌଣସି ଏକ ବ୍ୟକ୍ତିଗତ କାମ ପାଇଁ ଆମେରିକା ଯିବେ। ସେଠାରୁ ଫେରିବା ପରେ କରଣଙ୍କ କାର୍ଯ୍ୟକ୍ରମରେ ଭାଗ ନେବେ ​‌େ​‌ବାଲି ଜଣାପଡ଼ିଛି। କରଣ ଯେତେବେଳେ ପ୍ରିୟଙ୍କାଙ୍କୁ ଏ ପ୍ରସ୍ତାବ ଦେଇଥିଲେ, ସେ ତୁରନ୍ତ ସମ୍ମତି ଜଣାଇଥିଲେ। ଏଥରକ କଫି ସିଜନ୍‌ରେ ଅନ୍ୟ ଏକ ଚର୍ଚ୍ଚିତ ଯୋଡ଼ି ହେବେ କ୍ୟାକି ଶ୍ରଫ୍ ଓ ତାଙ୍କ ପୁଅ ଟାଇଗର୍ ଶ୍ରଫ୍। କିଙ୍ଗ୍ ଖାନ୍ ସପତ୍ନୀକ ଗୌରୀ ଓ ଝିଅ ସୁହାନାଙ୍କ ସହ ମଧ୍ୟ କରଣଙ୍କ କଫି ଶୋ’ରେ ଅଂଶ ଗ୍ରହଣ କରିପାରନ୍ତି। ଅବଶ୍ୟ ଖବରର ସତ୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories