www.samajalive.in
Sunday, December 14, 2025
23.1 C
Bhubaneswar

ଜୟାଙ୍କ ଲୁଚାଛପା ସୋସିଆଲ ପ୍ରେମ

ବିଗ୍ ବିଙ୍କ ପତ୍ନୀ ଜୟା ବଚ୍ଚନଙ୍କ ଆଦବକାଇଦା ସାମାନ୍ୟ କଡ଼ା ବୋଲି ଜ୍ଞାତିପରିଜନ ସମସ୍ତେ ଜାଣନ୍ତି। ପୂରା ବଚ୍ଚନ ପରିବାର ହ୍ବାଟସ୍ ଆପ୍ ଓ ଇନଷ୍ଟାଗ୍ରାମ୍‌ରେ ଚଳଚଞ୍ଚଳ ରହିଥାନ୍ତି। ଏକ ସାକ୍ଷାତକାରରେ ଅମିତାଭ କହିଥିଲେ, ଆଗରୁ ଏସବୁ ସୁବିଧା ନଥିଲା। ଗତ କିଛି ବର୍ଷ ହେବ ସୋସିଆଲ ସାଇଟ୍‌ରେ ସକ୍ରିୟ ରହିବା ତାଙ୍କ ଦୈନନ୍ଦିନ କାମରେ ସାମିଲ ହୋଇଛି। ଝିଅ ଶ୍ବେତା ଓ ପୁଅ ଅଭିଷେକ ମଧ୍ୟ ବାପାଙ୍କ ପଥରେ ପରିଚାଳିତ। ବୋହୂ ଐଶ୍ବର୍ଯ୍ୟା କିନ୍ତୁ ସୋସିଆଲ ସାଇଟ୍‌କୁ ଏତେଟା ପସନ୍ଦ କରନ୍ତି ନାହିଁ। ତେବେ ପରିବାର ଲୋକଙ୍କ ବାଧ୍ୟବାଧକତାରେ ଐଶ୍ ମଧ୍ୟ କିଛି ମାସ ତଳେ ଇନଷ୍ଟାଗ୍ରାମ୍‌ରେ ପାଦ ଥାପିଛନ୍ତି। ସମସ୍ତଙ୍କ ଧାରଣା ଯେ ଜୟା ବଚ୍ଚନ ସୋସିଆଲ ସାଇଟ୍‌ରେ ଆଦୌ ନାହାନ୍ତି। ତେବେ ଝିଅ ଶ୍ବେତା ଏ ବାବଦରେ ପ୍ରଶଂସକଙ୍କୁ ଜଣାଇ ଦେଇଛନ୍ତି। କିଛିଦିନ ତଳେ ସୋସିଆଲ ସାଇଟ୍‌ରେ ଶ୍ବେତା ମା’, ଜେଜେମା’ଙ୍କ ସହ ଫଟୋ ସେୟାର କଲାବେଳେ ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ମା’ ତୁମ ଲୁଚାଛପା ଆକାଉଣ୍ଟ ବିଷୟରେ ମୁଁ କାହାକୁ ଜଣାଇବି ନାହିଁ। ନିଜ ଦୁନିଆରେ ତୁମେ ମସଗୁଲ୍ ରୁହ। ଦେଖାଯାଉ, ଜୟା ପ୍ରଶଂସକଙ୍କୁ କେବେ ନିଜ ଆକାଉଣ୍ଟ ସମ୍ପର୍କରେ ଅବଗତ କରାଉଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories