www.samajalive.in
Sunday, December 14, 2025
23.1 C
Bhubaneswar

୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରଥମ ଭାରତୀୟ କମ୍ପାନୀ ହେଲା ରିଲାଏନ୍ସ

ନୂଆଦିଲ୍ଲୀ/ମୁମ୍ବଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ (ଆରଆଇଏଲ) ୮.୫ ଲକ୍ଷ କୋଟି ଟଙ୍କା ମାର୍କେଟ କ୍ୟାପ୍‍ (ମୋଟ ବଜାର ମୂଲ୍ୟ)ର ପ୍ରଥମ ଭାରତୀୟ କମ୍ପାନୀ ହୋଇଛି। ଗୁରୁବାର ସେୟାର ବଜାରରେ ରିଲାଏନ୍ସ କମ୍ପାନୀର ଅଂଶଧନ ମୂଲ୍ୟରେ ବୃଦ୍ଧି ସହ ମାର୍କେଟ କ୍ୟାପ୍‍ରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ)ରେ ରିଲାଏନ୍ସ ଅଂଶଧନ (ସେୟାର) ମୂଲ୍ୟ ୧.୮୬% ବୃଦ୍ଧି ପାଇ ୧,୨୬୯.୭୦ ଟଙ୍କାରେ ବନ୍ଦ ହୋଇଛି। ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀର ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଜ (ଏନ୍‍ଏସ୍‍ଇ)ରେ ରିଲାଏନ୍ସ ସେୟାର ମୂଲ୍ୟ ୧.୫୮% ବୃଦ୍ଧି ପାଇ ୧,୨୬୬.୯୦ ଟଙ୍କାରେ ବନ୍ଦ ହୋଇଛି। ୫୨ ସପ୍ତାହ ପରେ ରିଲାଏନ୍ସ ଅଂଶଧନ ମୂଲ୍ୟ ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଏହା ପୂର୍ବରୁ ଜୁଲାଇ ୧୩ରେ ରିଲାଏନ୍ସ ମାର୍କେଟ କ୍ୟାପ୍‍ ୧୦୦ ଅରବ ଡ଼ଲାର (୬.୯୦ ଲକ୍ଷ କୋଟି ଟଙ୍କା) ପାର କରି ଟିସିଏସ୍‍ ପରେ ଭାରତର ଦ୍ୱିତୀୟ ସବୁଠୁ ବଡ଼ କମ୍ପାନୀ ହୋଇଥିଲା। ଏହାପରେ ଜୁଲାଇ ୩୧ରୁ ଅଗଷ୍ଟ ୨୦ ମଧ୍ୟରେ ରିଲାଏନ୍ସ ୩ ଥର ଟିସିଏସ୍‍କୁ ପଛରେ ପକାଇ ଦେଶର ସବୁଠୁ ବଡ଼ କମ୍ପାନୀ ହୋଇଛି। ଏବେ ମାର୍କେଟ କ୍ୟାପ୍‍ ତୁଳନାରେ ରିଲାଏନ୍ସ ପଛକୁ ଭାରତର ଆଇଟି କମ୍ପାନୀ ଟିସିଏସ୍‍ ରହିଛି। ଟିସିଏସ୍‍ର ମାର୍କେଟ କ୍ୟାପ୍‍ ବା ବଜାର ମୂଲ୍ୟ ୭.୭୯ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ ଆରଆଇଏଲ ବଜାର ମୂଲ୍ୟ ଟିସିଏସ୍‍ଠାରୁ ୨୬ ହଜାର କୋଟି ଟଙ୍କା ଅଧିକ ରହିଛି।

Hot this week

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

Related Articles

Popular Categories