www.samajalive.in
Sunday, December 14, 2025
26.1 C
Bhubaneswar

ରକ୍ଷା ବନ୍ଧନ;ଏକ ଲକ୍ଷରୁ ଅଧିକ ମା’-ଭଉଣୀମାନଙ୍କୁ ଘର ଉପହାର ଦେଲେ ମୋଦୀ

ନୂଆଦିଲ୍ଲୀ : ଆଗକୁ ଆସୁଛି ରକ୍ଷା ବନ୍ଧନ, ଏହି ଅବସରରେ ଗୁଜରାଟରେ ଏକ ଲକ୍ଷରୁ ଅଧିକ ପରିବାର ତଥା ମାଆ-ଭଉଣୀମାନଙ୍କୁ ନିଜ ନାମରେ ବାସଗୃହ ମିଳୁଛି, ଏହାଠାରୁ ବଳି ବଡ଼ ଉପହାର କ’ଣ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁଜରାଟର ଭାଲସାଡ ଜିଲ୍ଲାର ଜୁଜୱା ଗ୍ରାମରେ ଆୟୋଜିତ ଏକ ସାଧାରଣ ସଭାରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” (ଗ୍ରାମୀଣ)ର ହିତାଧିକାରୀମାନଙ୍କ ସାମୂହିକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ହୀତାଧିକାରୀମାନଙ୍କୁ ଘରର ଚାବି ବଣ୍ଟନ କରିଛନ୍ତି ।

ସାଧାରଣ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ  ମୋଦୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ମଧ୍ୟସ୍ଥି ନଥିବାରୁ ହିତାଧିକାରୀମାନଙ୍କୁ ସେମାନଙ୍କର ସ୍ୱପ୍ନର ଗୃହ ଯୋଗାଇ ଦେବା ସମ୍ଭବ ହୋଇପାରିଛି।  ଏହି ଯୋଜନା ଅଧୀନରେ ରାଜ୍ୟବ୍ୟାପୀ ଯେଉଁ ମହିଳାମାନେ ନିଜର ବାସଗୃହ ପାଇଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ଭାବବିନିମୟ କରିଥିଲେ । ଏପର୍ଯ୍ୟନ୍ତ କେବଳ ରାଜନେତାମାନେ ନିଜର ଘର ପାଇଥିବା ଆମେ ଶୁଣିଆସିଥିଲୁ ମାତ୍ର ଏବେ ଗରିବ ଲୋକମାନେ ନିଜର ଘର ପାଉଥିବା ଆମେ ଶୁଣୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ଗୁଜରାଟରେ ଏକ ଲକ୍ଷରୁ ଅଧିକ ଆବାସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି । ୨୬ଟି ଜିଲ୍ଲାରେ ଏହି ଆବାସ ଯୋଜନାର ହିତାଧିକାରୀମାନେ ସାମଗ୍ରୀକ ଭାବେ ଗୃହ-ପ୍ରବେଶ କରିଛନ୍ତି। ଭାଲସାଡଠାରେ ଦକ୍ଷିଣ ଗୁଜରାଟର ୫ଟି ଜିଲ୍ଲା- ଭାଲସାଡ, ନାୱସାରୀ, ତାପି, ସୁରଟ ଏବଂ ଡାଙ୍ଗସର ହିତାଧିକାରୀମାନେ ଏକତ୍ରିତ ହୋଇଥିଲେ।  ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ବ୍ଲକସ୍ତରରେ ସାମଗ୍ରୀକ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାଲସାଡରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ଏହି ହିତାଧିକାରୀମାନେ ଭଲ ଭାବେ ଭିଡିଓ ଲିଙ୍କ ଜରିଆରେ ଯୋଡ଼ି ହୋଇଥିଲେ । ସୂଚନାଯୋଗ୍ୟ ଯେ, “ସମସ୍ତଙ୍କ ପାଇଁ ଆବାସ” ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ, ପ୍ରଧାନମନ୍ତ୍ରୀ ମଧ୍ୟ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟୋଦୟ ଯୋଜନା ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଆଦି ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଏବଂ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେ ମହିଳା ବ୍ୟାଙ୍କ ମିତ୍ରମାନଙ୍କୁ ନିଯୁକ୍ତି ପତ୍ର ଏବଂ ମିନି ଏଟିଏମ ଆବଣ୍ଟନ କରିଛନ୍ତି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories