www.samajalive.in
Sunday, December 14, 2025
26.1 C
Bhubaneswar

୧୫ ଦିନ ମଧ୍ୟରେ ଓଡିଆ ଭାଷାରେ ନାମଫଳକ ଲେଖିବାକୁ ନିର୍ଦେଶ

ଭୁବନେଶ୍ୱର : ସହରାଞ୍ଚଳରେ ଥିବା ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ସରକାରୀ ସଂସ୍ଥା ଓ ସରକାରୀ ଅନୁଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ସ୍ପଷ୍ଟ ଭାବରେ ଲେଖିବା ପାଇଁ ନିର୍ଦେଶ ଜାରି କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.ବାଲାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ପ୍ରମୁଖ ସଚିବ ଅନୁ ଗର୍ଗ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ଲେଖାଯିବା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରିଥିଲେ। ଦୋକନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ନାମଫଳକ ସ୍ପଷ୍ଟ ଭାବେ ଯେପରି ଓଡ଼ିଆ ଭାଷାରେ ଲେଖାଯିବ ସେଥିନେଇ କଡ଼ାକଡ଼ି ପଦକ୍ଷେପ ନେବାକୁ ଶ୍ରମ ବିଭାଗକୁ ନିର୍ଦେଶ ଦେଇଥିଲେ। ନିଷ୍ପତ୍ତି ଅନୁସାରେ ସରକାରଙ୍କ ସମସ୍ତ ବିଭାଗ ସେମାନଙ୍କ ଅଧୀନରେ ଥିବା କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ୧୫ ଦିନ ମଧ୍ୟରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ନିର୍ଦେଶ ଜାରି କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା, ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନ, ବିଏମସି କମିଶନର କ୍ରିଷନ କୁମାର, ଶ୍ରମ କମିଶନର ଅଞ୍ଜନ କୁମାର ମାଣିକ, ଶ୍ରମ ବିଭାଗ ସ୍ୱତନ୍ତ୍ର ସଚିବ ଉମାକାନ୍ତ ତ୍ରିପାଠୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories