www.samajalive.in
Monday, December 15, 2025
15.1 C
Bhubaneswar

ବିଜୟଠାରୁ ୧ ୱିକେଟ ଦୂରରେ ଭାରତ

ଟ୍ରେଣ୍ଟବ୍ରିଜ୍‍ : ଚଳିତ ୩ୟ ଟେଷ୍ଟମ୍ୟାଚ୍‍ରେ ବିଜୟ ଦ୍ୱାରରେ ପହଞ୍ଚି ଯାଇଛି ଭାରତୀୟ ଦଳ। ଜିତିବା ପାଇଁ ଭାରତ ଆଉ ମାତ୍ର ଗୋଟିଏ ୱିକେଟ ଦୂରରେ ରହିଛି। ତେଣୁ ଜିତିବା ପାଇଁ ବୁଧବାର ୫ମ ତଥା ଅନ୍ତିମ ଦିନରେ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ୫୨୧ ରନ୍‍ ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ମଙ୍ଗଳବାର ୪ର୍ଥ ଦିନ ଶେଷରେ ୯ ୱିକେଟ ହରାଇ ୩୧୧ ରନ୍‍ କରିଛି। ଯଦି ବୁଧବାର ପୂରା ଦିନ ବର୍ଷା ଯୋଗୁଁ ବାତିଲ ନହୁଏ; ତେବେ ଭାରତକୁ ବିଜୟରୁ କେହି ରୋକିପାରିବେ ନାହିଁ। ଯଶପ୍ରୀତ ବୁମ୍‍ରା ୫ଟି ୱିକେଟ ନେଇ ଭାରତକୁ ବିଜୟ ଦ୍ୱାରରେ ପହଞ୍ଚାଇଛନ୍ତି।
୫୨୧ ରନ୍‍ର ବିଜୟଲକ୍ଷ୍ୟର ପିଛାକରି ୩ୟ ଦିନ ଶେଷରେ ଇଂଲଣ୍ଡ ବିନା ୱିକେଟରେ ୨୩ ରନ୍‍ କରିଥିଲା। ୪ର୍ଥ ଦିନ ଆରମ୍ଭରେ ଈଶାନ୍ତ ଶର୍ମା ଇଂଲଣ୍ଡର ଉଭୟ ଓପ୍‍ନରଙ୍କୁ ଆଉଟ୍‍ କରି ଦେଇଥିଲେ। କିଟନ୍‍ ଜେନିଙ୍ଗ୍‍ସ ୧୩ ରନ୍‍କରି ଆଉଟ ହେବାର ପରବର୍ତ୍ତୀ ଓଭରରେ ଆଲଷ୍ଟାୟାର କୁକ୍‍ ୧୭ ରନ୍‍କରି ବିଦାୟ ନେଇଥିଲେ। ପରେ ଅଧିନାୟକ ଜୋ ରୁଟ୍‍ ଓ ଯୁବ ବ୍ୟାଟ୍‍ସମ୍ୟାନ୍‍ ଓଲି ପୋପ୍‍ ସ୍କୋର୍‍କୁ ୬୨ ରନ୍‍ରେ ପହଞ୍ଚାଇବା ପରେ ଉଭୟେ ୫ଟି ବଲ୍‍ ମଧ୍ୟରେ ଆଉଟ ହୋଇ ଯାଇଥିଲେ। ରୁଟ୍‍ ୧୩ ଓ ପୋପ୍‍ ୧୬ ରନ୍‍କରି ଆଉଟ ହୋଇ ଯାଇଥିଲେ। ୬୨ ରନ୍‍ରେ ଇଂଲଣ୍ଡ ୪ଟି
ୱିକେଟ ହରାଇବା ପରେ ଏହାର ପରାଜୟ ଆସନ୍ନ ଲାଗୁଥିଲା। ତେବେ ଜୋସ୍‍ ବଟ୍‍ଲର ଓ ବେନ୍‍ ଷ୍ଟୋକ୍‍ସ ପାଖାପାଖି ୪ ଘଣ୍ଟା ବ୍ୟାଟିଂ କରିଥିଲେ ଏବଂ ୫ମ ୱିକେଟ ପାଇଁ ୧୬୯ ରନ୍‍ର ଭାଗିଦାରୀ କରି ଦଳକୁ କିଛି ଆଶା ଦେଇଥିଲେ। ଏହି କ୍ରମରେ ବଟ୍‍ଲର ଶତକ ମାରିଥିବା ବେଳେ ଷ୍ଟୋକ୍‍ସ ଅର୍ଦ୍ଧଶତକ ମାରିଥିଲେ। ବଟ୍‍ଲରଙ୍କୁ ଆଉଟ୍‍କରି ଯଶପ୍ରୀତ୍‍ ବୁମ୍‍ରା ଏହି ଯୋଡ଼ି ଭାଙ୍ଗିଥିଲେ। ବଟ୍‍ଲର ୧୭୬ ବଲ୍‍ରୁ ୨୧ଟି ଚୌକା ସହ ୧୦୬ ରନ୍‍କରି ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‍ରେ ଜନି ବେୟାର୍‍ଷ୍ଟୋ ବିନା ସ୍କୋର୍‍ରେ ଆଉଟ ହୋଇ ଯାଇଥିଲେ। କ୍ରିସ୍‍ ୱକ୍‍ସ ୪ ରନ୍‍କରି ଆଉଟ ହୋଇଥିଲେ। ଇଂଲଣ୍ଡର ଶେଷ ଆଶା ବେନ୍‍ ଷ୍ଟୋକ୍‍ସ ୬ଟି ଚୌକା ସହ ୬୨ ରନ୍‍କରି ଆଉଟ ହୋଇଥିଲେ। ପରେ ଆଦିଲ ରସିଦ୍‍ ଓ ଷ୍ଟୁଆର୍ଟ ବ୍ରଡ୍‍ ୧୦ ଓଭର ଖେଳିଥିଲେ ଏବଂ ୫୦ ରନ୍‍ ଯୋଡ଼ିଥିଲେ। ବ୍ରଡ୍‍ (୨୦) ରନ୍‍କରି ବୁମ୍‍ରାଙ୍କ ୫ମ ଶିକାର ହୋଇଥିଲେ। ପରବର୍ତ୍ତୀ ୬ ଓଭର ରସିଦ୍‍ ଓ ଆଣ୍ଡରସନ୍‍ ଖେଳିଦେବାରୁ ମ୍ୟାଚ୍‍ ୫ମ ଦିନକୁ ଯାଇଛି। ରସିଦ୍‍ ୩୦ ରନ୍‍କରି ବ୍ୟାଟିଂ କରୁଛନ୍ତି। ବୁମ୍‍ରା ୫ଟି ଓ ଈଶାନ୍ତ ଶର୍ମା ୨ଟି ୱିକେଟ ନେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories