nua o banner

ଗୁଜୁରାଟୀ ଶିଖୁଛନ୍ତି ମୌନୀ ରାୟ

BJD Bijuli 480×75 Mob
0

ଟେଲିଭିଜନ ଜଗତରୁ ସିଧାସଳଖ ବଲିଉଡରେ ପାଦ ଥାପିଥିବା ମୌନୀ ରାୟଙ୍କ ପ୍ରଶଂସା ଏବେ ସବୁଠାରେ। ‘ଗୋଲ୍ଡ’ ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଛି। ଏବେ ଆଗାମୀ ଚଳଚ୍ଚିତ୍ରର କାମରେ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି ସେ। ରଣବୀର କପୁର, ଆଲିୟା ଭଟ୍ଟଙ୍କ ସହ ମୌନୀ ‘ବ୍ରହ୍ମାସ୍ତ୍ର’ରେ ସେ ଦେଖାଦେବେ। ଏହା ସହ ଅନ୍ୟ ଏକ ଭଲ ବ୍ୟାନରର ଚଳଚ୍ଚିତ୍ର ମଧ୍ୟ ମୌନୀ ହାତେଇଛନ୍ତି। ମିଖିଲ ମୁସେଲ୍ ନିର୍ଦେଶିତ ‘ମେଡ୍ ଇନ୍ ଚାଇନା’ରେ ରାଜକୁମାର ରାଓ ଓ ମୌନୀ ରାୟ ଅଭିନୟ କରିବେ। ଏଥିରେ ମୌନୀ ଏକ ଗୁଜୁରାଟୀ ପରିବାରର ବୋହୂ ଭୂମିକାରେ ଅବତୀର୍ଣ୍ଣ। ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ହେଲା ମାତ୍ର ୨୫ଦିନରେ ଗୁଜୁରାଟୀ କହିବା ଶିଖିବେ। ଉଭୟ ରାଜକୁମାର ଓ ମୌନୀ ପ୍ରଶିକ୍ଷଣ ନେଲେଣି। ଦିନକୁ ୪ ଘଣ୍ଟାର ଗୁଜୁରାଟୀ ପ୍ରଶିକ୍ଷଣ ନେଉଛନ୍ତି ମୌନୀ। ବରାବର ଅଭ୍ୟାସ ମଧ୍ୟ କରିବାକୁ ପଡ଼ୁଛି ତାଙ୍କୁ। ଆରମ୍ଭରୁ ହିଁ କ୍ୟାରିୟର ପାଇଁ ସଚେତନ ହୋଇଗଲେଣି ମୌନୀ।

Leave A Reply