www.samajalive.in
Monday, December 15, 2025
26.1 C
Bhubaneswar

କଠୁଆ ମାମଲା: ରାଜ୍ୟ ସରକାରଙ୍କୁ ଜବାବ୍‍ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ସାକ୍ଷୀ ତାଲିବ ହୁସେନ୍‍ଙ୍କୁ ହାଜତରେ ନିର୍ଯାତନା ଦିଆଯିବା ନେଇ ଜାମ୍ମୁ-କାଶ୍ମୀର ସରକାରଙ୍କଠାରୁ ସୁପ୍ରିମକୋର୍ଟ ମଙ୍ଗଳବାର ଜବାବ୍‍ ଲୋଡିଛନ୍ତି। ଏ ନେଇ ଅଗଷ୍ଟ ୨୭ ସୁଦ୍ଧା ଉତ୍ତର ଦାଖଲ କରିବାକୁ ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.ଏମ୍‍. ଖାନ୍‍ୱିଲକର ଏବଂ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ ନିର୍ଦେଶ ଦେଇଛନ୍ତି। ଅଗଷ୍ଟ ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ରାଜ୍ୟ ପୁଲିସ ଜେରା ବେଳେ ନିର୍ଯାତନା ଦେଇଥିବା ନେଇ ହୁସେନ୍‍ ଅଭିଯୋଗ କରିଥିଲେ। ହୁସେନ୍‍ ନିଜ ସମ୍ପର୍କୀୟାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ବନ୍ଧରେ ତାଙ୍କୁ ଜେରା କରିବା ବେଳେ ପୁଲିସ ନିର୍ଯାତନା ଦେଇଥିଲା ବୋଲି ସେ ଅଭିଯୋଗ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories