www.samajalive.in
Monday, December 8, 2025
13.1 C
Bhubaneswar

ବିବାହକୁ ପୁରିନି ୬ ଦିନ, ଲିଭିଗଲା ସିନ୍ଦୂର: ପହଲଗାମ୍‌ ଆତଙ୍କୀ ହମ୍‌ଲାରେ ଚାଲିଗଲା ନୌସେନା ଲେଫ୍ଟନାଣ୍ଟଙ୍କ ଜୀବନ

ପହଲଗାମ୍‌: ବାହାଘରର ୬ ଦିନରେ ଲିଭିଗଲା ସିନ୍ଦୂର। ବିବାହକୁ ହୋଇଥିଲା ମାତ୍ର ୬ ଦିନ, ଆଉ ଖୁସିରେ ବୁଲିବାକୁ ଆସିଥିଲେ ଜମ୍ମୁ-କାଶ୍ମୀର। ହେଲେ କିଏ ଜାଣିଥିଲା ସେହିଠାରେ ହିଁ ମାଟିରେ ମିଶିଯିବ ସବୁ ଖୁସି। ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କରନାଲର ନୌସେନା ଲେଫ୍ଟନାଣ୍ଟ ବିନୟ କୁମାର(୨୬)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତ ଏପ୍ରିଲ ୧୬ ତାରିଖରେ ଗୁରୁଗ୍ରାମର ହିମାଂଶୀଙ୍କ ସହ ମସୁରୀରେ ତାଙ୍କର ବିବାହ ହୋଇଥିଲା। ଏପ୍ରିଲ ୧୯ରେ ରିସେପ୍ସନ କାର୍ଯ୍ୟକ୍ରମ ଥିଲା। ଦୁଇ ଦିନ ପୂର୍ବେ ନବ ଦମ୍ପତି ବୁଲିବାକୁ ଜମ୍ମୁ-କାଶ୍ମୀର ଯାଇଥିଲେ।

ସୌଭାଗ୍ୟବଶତଃ ହିମାଂଶୀ ଆତଙ୍କବାଦୀଙ୍କ ଟାର୍ଗେଟରୁ ରକ୍ଷା ପାଇଯାଇଛନ୍ତି ସତ, ହେଲେ ଲିଭି ଯାଇଛି ତାଙ୍କ ମଥାର ସିନ୍ଦୂର। ଏହି ନବ ଦମ୍ପତିଙ୍କ ଫଟୋ ସାମ୍ନାକୁ ଆସିଛି। ସ୍ଵାମୀଙ୍କ ମୃତଦେହ ତଳେ ପଡ଼ିଥିବାବେଳେ ପାଖରେ ବସି କାନ୍ଦୁଛନ୍ତି ହିମାଂଶୀ। ଏହି ଫଟୋ ସମସ୍ତଙ୍କୁ ବିଚଳିତ କରିଛି। ହିମାଂଶୀଙ୍କ କହିବାନୁସାରେ, ଆତଙ୍କୀ ସେମାନଙ୍କୁ ତାଙ୍କ ପରିଚୟ ଓ ଧର୍ମ ପଚାରିବା ପରେ ସ୍ଵାମୀ ବିନୟଙ୍କୁ ଗୁଳି କରିଥିଲେ। ଘଟଣା ବିଷୟରେ ଖବର ପାଇବା ମାତ୍ରେ ପରିବାର ଲୋକେ ସନ୍ଧ୍ୟାରେ ଜମ୍ମୁ ଅଭିମୁଖେ ବାହାରିଥିଲେ। ବିନୟ କୁମାରଙ୍କ ବାପା ରାଜେଶ କୁମାର ପାନିପତର ଜିଏସଟି କାର୍ଯ୍ୟାଳୟରେ ସୁପରିଣ୍ଟେଣ୍ଡେଣ୍ଟ ଅଛନ୍ତି।

- Advertisement -

ହିମାଂଶୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚଡି କରୁଛନ୍ତି। ତାଙ୍କ ବାପା ସୁନୀଲ କୁମାର ହରିୟାଣା ସରକାରରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ। ପିତାମାତାଙ୍କ ଏକମାତ୍ର ପୁଅ ବିନୟ ତିନି ବର୍ଷ ପୂର୍ବେ ନୌସେନାରେ ଭର୍ତ୍ତି ହୋଇଥିଲେ ଏବଂ କୋଚିରେ ପୋଷ୍ଟିଂ ପାଇଥିଲେ। ବିବାହ ଛୁଟିରେ ସେ ଜମ୍ମୁ-କାଶ୍ମୀର ଆସିଥିଲେ।

ବିନୟଙ୍କ ପରିବାର ମୂଳତଃ କରନାଲର ଭୁସଲୀ ଗାଁର ବାସିନ୍ଦା ଏବଂ ବର୍ତ୍ତମାନ ସେକ୍ଟର-୭ରେ ରହୁଛନ୍ତି। ମେ’୧ରେ ବିନୟଙ୍କ ଜନ୍ମଦିନ। ଆତଙ୍କବାଦୀ ଆକ୍ରମଣ ବିଷୟରେ ହିମାଂଶୀ ଫୋନ୍ ଯୋଗେ ତାଙ୍କ ପରିବାରକୁ ଜଣାଇଥିଲେ ଏବଂ ଏହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories