www.samajalive.in
Monday, December 15, 2025
27.1 C
Bhubaneswar

ଆତଙ୍କବାଦୀ ଆକ୍ରମଣ ଘଟଣା – ଗସ୍ତ କାର୍ଯ୍ୟକ୍ରମ କାଟଛାଣ୍ଟ କରି ସ୍ୱଦେଶ ଫେରୁଛନ୍ତି ମୋଦୀ

ଡେସ୍କ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ସାଉଦି ଆରବ ଗସ୍ତ ବନ୍ଦ କରି ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ରାତିରେ ସେ ଭାରତ ଯିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ପ୍ରଥମେ ଆସନ୍ତାକାଲି ରାତିରେ ଫେରିବାର କାର୍ଯ୍ୟକ୍ରମ ଥିଲା ଏବଂ ଏବେ ସେ ଆସନ୍ତାକାଲି ସକାଳେ ଭାରତରେ ପହଞ୍ଚିବେ। ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଆଜି ସାଉଦି ଆରବ ପକ୍ଷରୁ ଆୟୋଜିତ ସରକାରୀ ରାତ୍ରୀ ଭୋଜନରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗ ଦେଇନଥିଲେ।

ଏହି ସଂକ୍ଷିପ୍ତ ଗସ୍ତ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ସାଉଦି ଆରବ ଗସ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ମିଳିଥିଲା। ଦ୍ୱିପାକ୍ଷିକ ଆଲୋଚନା ସମୟରେ ଦୁଇ ଦେଶ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏଥିରେ ସାଉଦି ମହାକାଶ ଏଜେନ୍ସି ଏବଂ ଭାରତର ମହାକାଶ ବିଭାଗ ମଧ୍ୟରେ ବୁଝାମଣାପତ୍ର, ସାଉଦି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାସ୍ଥ୍ୟ ସେବା ସହଯୋଗ ପାଇଁ ଏକ ବୁଝାମଣାପତ୍ର, ସାଉଦି ଆରବ ଆଣ୍ଟି ଡୋପିଂ କମିଟି ଏବଂ ଭାରତର ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି ମଧ୍ୟରେ ଏକ ଚୁକ୍ତି ଏବଂ ସାଉଦି ପୋଷ୍ଟ ଏବଂ ଭାରତୀୟ ପୋଷ୍ଟ ମଧ୍ୟରେ ଡାକ ସହଯୋଗ ଚୁକ୍ତି ଅନ୍ତର୍ଭୁକ୍ତ।

- Advertisement -

ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ବ୍ରିଟେନ ଗସ୍ତ ଅବସରରେ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ମଧ୍ୟ ସାକ୍ଷାତ ହୋଇଥିଲା। ଉଭୟ ନେତା ଭାରତ-ସାଉଦି ଆରବ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ କାଉନସିଲର ଦ୍ବିତୀୟ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ବଢୁଥିବା ଗଭୀରତାକୁ ସୂଚାଇ ପରିଷଦର ଢାଞ୍ଚାକୁ ସମ୍ପ୍ରସାରଣ କରିବାକୁ ରାଜି ହୋଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories