www.samajalive.in
Sunday, December 14, 2025
23.1 C
Bhubaneswar

୨୬ରେ ଆଉଏକ ଲଘୁଚାପ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଲଘୁଚାପ ଦୁର୍ବଳ ହୋଇପଡ଼ିବାବେଳେ ଏହି ଅଞ୍ଚଳରେ ଥିବା ମୌସୁମି ଟ୍ରଫଲାଇନ ଏବେ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ମୌସୁମି ସକ୍ରିୟ ହେଉଛି। ଏଥିସହିତ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୬ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୫ରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ୨୬ତାରିଖଠାରୁ କ୍ରମାଗତ ଭାବେ ୪୮ଘଣ୍ଟା ମଧ୍ୟରେ ଲଘୁଚାପ ସକ୍ରିୟ ହେବା ସହିତ କଟକ, ପୁରୀ, ବାଲେଶ୍ୱର, ଜଗତସିଂହପୁର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୧୦ଟି ଜିଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଅଳ୍ପ କିଛି ଅଞ୍ଚଳରେ ବର୍ଷା ହୋଇଛି। କେନ୍ଦୁଝର ଓ ଢ଼େଙ୍କାନାଳରେ ୨୦ମିମି ବର୍ଷା ହୋଇଥିବାବେଳେ ପୁରୀ ଓ ଅନୁଗୋଳରେ ୧୦ରୁ ୧୧ମିମି ପର୍ଯ୍ୟନ୍ତ ବର୍ଷା ହୋଇଛି।
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ଘଣ୍ଟାରେ ରାଜ୍ୟର ୫ଟି ଜିଲାରେ ହାରାହାରି ୧୦ମିମିରୁ ଅଧିକ ବର୍ଷା ହୋଇଛି। ଖୋର୍ଦ୍ଧାରେ ୨୦ମିମି, ଯାଜପୁରରେ ୧୮, ଜଗତସିଂହପୁରରେ ୧୭, କଟକରେ ୧୩ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ତିନିଟି ବ୍ଲକରେ ୫୦ମିମିରୁ ଅଧିକ ବର୍ଷା ହୋଇଛି। ଜଗତସିଂହପୁର ଜିଲାର ଏର୍ସମା ବ୍ଲକରେ ସର୍ବାଧିକ ୮୫ମିମି ବର୍ଷା ହୋଇଥିବାବେଳେ ଯାଜପୁର ଜିଲା ଦଶରଥପୁର ବ୍ଳକରେ ୬୨, ଗଞ୍ଜାମର ଜଗନ୍ନାଥପ୍ରସାଦ ବ୍ଲକରେ ୬୧ମିମି ବର୍ଷା ହୋଇଛି। ସାମଗ୍ରିକ ଭାବେ ରାଜ୍ୟରେ ଏ ପର୍ଯ୍ୟନ୍ତ ବୃଷ୍ଟିପାତ ପରିମାଣ ସ୍ୱାଭାବିକଠାରୁ ୧୦ପ୍ରତିଶତ ଅଧିକ ରହିଛି।
ରାଜ୍ୟର ୯ଟି ଜିଲାରେ ବଳକା, ୨୦ଟି ଜିଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ଦେବଗଡ଼ ଜିଲାରେ ୧୯ପ୍ରତିଶତ ବର୍ଷା ନିଅଣ୍ଟ ରହିଛି।
ସେହିପରି ବ୍ଲକୱାରୀ ହିସାବରୁ ଜଣାପଡ଼ିଛି ଯେ ରାଜ୍ୟର ୧୦୧ଟି ବ୍ଲକରେ ବଳକା ଓ ୧୭୬ଟି ବ୍ଳକରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୩୦ଟି ବ୍ଳକରେ ନିଅଣ୍ଟ ଓ ୭ଟି ବ୍ଲକରେ ଅତି ନିଅଣ୍ଟ ବା ୩୯ରୁ ୫୯ପ୍ରତିଶତ ପର୍ଯ୍ୟନ୍ତ କମ୍‍ ବର୍ଷା ହୋଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories