www.samajalive.in
Monday, December 15, 2025
15.1 C
Bhubaneswar

ଆଜିଠାରୁ ଓଡ଼ିଶା ବିକାଶ ସମ୍ମିଳନୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିକାଶ କନକ୍ଲେଭର ଦ୍ୱିତୀୟ ସଂସ୍କରଣ। ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ। ଚନ୍ଦ୍ରଶେଖରପୁରସ୍ଥିତ ରେଲ୍‍ ସଭାଗୃହ (ଅଡିଟୋରିୟମ୍‍) ଠାରେ ପୂର୍ବାହ୍ନ ୯ଟା ୩୦ରେ ଉଦ୍‍ଘାଟନ ହେବ। ଏହି ସମ୍ମିଳନୀରେ ୧୯ଟି ପ୍ରସଙ୍ଗ ସ୍ଥାନ ପାଇବ। ଓଡ଼ିଶା ବିକାଶର ଢାଞ୍ଚା ଓ ଏଥିରେ ଥିବା ସମସ୍ୟା ବୁଝିବା, ତୃଣମୂଳସ୍ତରରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ସଂଗଠିତ ପ୍ରୟାସକୁ ନିଶ୍ଚିତ କରିବା ଓ ତୃଣମୂଳ ସ୍ତରର ସରକାରଙ୍କ ପାଖରେ ପହଞ୍ଚାଇବା ଏହି ସମ୍ମିଳନୀର ଆଭିମୁଖ୍ୟ। ଉଦ୍‍ଘାଟନ ସମାରୋହରେ ନିତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର ମୁଖ୍ୟବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ଶାସନ ବ୍ୟବସ୍ଥାରେ ଉପୁଜୁଥିବା ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନାଚକ୍ରରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଗୋଷ୍ଠୀ ସ୍ତରୀୟ ସଂଗଠନର ନେତୃବୃନ୍ଦ, ନୀତି ନିର୍ଦ୍ଧାରକ ଓ ସମାଜ ବିଜ୍ଞାନୀ ଭାଗ ନେବେ। ରାଜ୍ୟର ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟରେ ଉଦାହରଣ ସୃଷ୍ଟି କରିଥିବା ଅନେକ ସଫଳ କାହାଣୀ ସମ୍ବଳିତ ଏକ ପୁସ୍ତିକା ଏହି ସମ୍ମିଳନୀରେ ଲୋକାର୍ପଣ କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୮୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଓଡ଼ିଶାର ଜନଜାତି ସଶକ୍ତୀକରଣ ଓ ବିକାଶ, ବୃଷ୍ଟିପୁଷ୍ଟ କୃଷି, ନିଯୁକ୍ତି ଓ ସ୍ଥାନାନ୍ତର, ଦକ୍ଷତା ଓ ସ୍ୱାବଲମ୍ବୀ ବିକାଶ, ଖାଦ୍ୟ ଓ ପୁଷ୍ଟି ନିରାପତ୍ତା, ସ୍ୱାସ୍ଥ୍ୟ, ଜଳ ପରିମଳ ଓ ପରିଚ୍ଛନ୍ନତା, ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଓ ପ୍ରଭାବ, ବିଦ୍ୟାଳୟ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାଦାନ, ସାମାଜିକ ଉତ୍ତରଦାୟିତ୍ୱ, ଜଙ୍ଗଲ ଓ ପ୍ରାକୃତିକ ସମ୍ବଳ, ନଦୀ ପରିସଂସ୍ଥା, ସହରାଞ୍ଚଳ ସ୍ୱାୟତ୍ତଶାସନ, ପଞ୍ଚାୟତିରାଜ, ବିଶ୍ୱବିଦ୍ୟାଳୟ- ଗୋଷ୍ଠୀ ସମ୍ପର୍କ ଓ ଶିଶୁ ଅଧିକାର ଆଦି ୧୯ଟି ପ୍ରସଙ୍ଗରେ ବିଶଦ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିରୂପଣ କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ସରକାର, ନାଗରିକ ସଙ୍ଗଠନ, କର୍ପୋରେଟର ହାଉସ, ପଞ୍ଚାୟତିରାଜ ସଂସ୍ଥା, ଶିକ୍ଷାନୁଷ୍ଠାନ ଆଦି ୬୦ଟି ସଂଗଠନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମଟିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ପାଇଁ ଉଦ୍ୟମ କରାଯିବା ସହିତ ଭିନ୍ନକ୍ଷମଙ୍କ ଯୋଗଦାନ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories