www.samajalive.in
Tuesday, December 9, 2025
16.1 C
Bhubaneswar

ରାୟୁଡୁଙ୍କ ବୋଲିଂ ଶୈଳୀ ତ୍ରୁଟିପୂର୍ଣ୍ଣ

ଦୁବାଇ : ଭାରତୀୟ ବ୍ୟାଟସମ୍ୟାନ ତଥା କାମଚଳା ଅଫ୍ ସ୍ପିନର ଅମ୍ବତି ରାୟୁଡୁଙ୍କ ବୋଲିଂ ଶୈଳୀ ଆପତ୍ତିଜନକ ଥିବା ଜଣାପଡିଛି। ଶନିବାର ସିଡ୍‌ନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ରାୟୁଡୁ ୨ ଓଭର ବୋଲିଂ କରିଥିଲେ। ତେବେ ତାଙ୍କର ବୋଲିଂ ଶୈଳୀକୁ ଅମ୍ପାୟାର ତ୍ରୁଟିପୂର୍ଣ୍ଣ ଦର୍ଶାଇଛନ୍ତି। ମ୍ୟାଚ ରେଫେରୀଙ୍କ ତରଫରୁ ଏ ସମ୍ପର୍କରେ ଭାରତୀୟ ମ୍ୟାନେଜମେଣ୍ଟକୁ ଲିଖିତଭାବେ ଜଣାଇ ଦିଆଯାଇଛି। ଫଳରେ ଆଗାମୀ ୧୪ ଦିନ ମଧ୍ୟରେ ରାୟୁଡୁଙ୍କୁ ସଂଶୋଧିତ ବୋଲିଂ ଶୈଳୀର ପରୀକ୍ଷା ଦେବାକୁ ପଡିବ। ତେବେ ଏହି ସମୟ ମଧ୍ୟରେ ରାୟୁଡୁ ଆବଶ୍ୟକ ପଡିଲେ ବୋଲିଂ କରିପାରିବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଆଇସିସି ନିୟମ ଅନୁଯାୟୀ ଜଣେ ବୋଲର ବୋଲିଂ କରିବା ସମୟରେ ନିଜର କହୁଣିକୁ ସର୍ବାଧିକ ୧୫ ଡିଗ୍ରୀ ବଙ୍କା କରିପାରିବେ। ସୀମିତ ଓଭର ଫର୍ମାଟରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଲକ୍ଷ୍ୟରେ ୩୩ ବର୍ଷୀୟ ରାୟୁଡୁ ଗତବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ରାୟୁଡୁ ଏପର୍ଯ୍ୟନ୍ତ ୪୬ଟି ଦିନିକିଆ ଖେଳିଥିବାବେଳେ କେବଳ ୨୦.୧ ଓଭର ବୋଲିଂ କରିଛନ୍ତି। ତେବେ ରାୟୁଡୁ ଜଣେ ସ୍ପେଶାଲିଷ୍ଟ ସ୍ପିନର ହୋଇନଥିବାରୁ ତାଙ୍କ ଉପରେ କୌଣସି କଟକଣା ଲାଗୁ କରାଗଲେ ଭାରତୀୟ ଦଳ ଉପ​‌େ​‌ର ଏହାର ପ୍ରତିକୂଳ ପ୍ରଭାବ ପଡିବ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories