www.samajalive.in
Tuesday, December 9, 2025
19.1 C
Bhubaneswar

ସୁନିତାଙ୍କ ପାଇଁ ଭାରତ ରତ୍ନ ଦାବି କଲେ ମମତା

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ମହାକାଶରେ ୯ ମାସ ରହି ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କୁ ପ୍ରଶଂସା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ବିଧାନସଭାରେ ମମତା ସୁନିତାଙ୍କୁ ପ୍ରଶଂସା କରିବା ସହିତ ଭାରତ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରିବାକୁ ଦାବି କରିଛନ୍ତି।

ବିଧାନସଭାରେ ମମତା କହିଥିଲେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ମୋର ରୁଚି ରହିଛି। ସୁନିତା ମହକାଶରେ ଫଶିବା ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ଖବରକୁ ମୁଁ ବିଭିନ୍ନ ଉତ୍ସରୁ ନିରୀକ୍ଷଣ କରୁଥିଲି। ପ୍ରତିଦିନ ଏ ସମ୍ପର୍କିତ ତଥ୍ୟକୁ ଅନୁସରଣ କରୁଥିଲି। ସୁନିତା ଭାରତର ଝିଅ। ମହାକାଶ ଯାତ୍ରାରେ ତାଙ୍କ ନିଷ୍ଠାପରତା ପ୍ରଶଂସନୀୟ। ସୁନିତା ଏବଂ ବୁଚ୍‌ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିବା ପରେ ଆମେ ବହୁତ ଖୁସି ଅନୁଭବ କରୁଛୁ। ସେମାନଙ୍କ ସାହସ ପ୍ରଶଂସାର ପାତ୍ର।

- Advertisement -

ସୂଚନାଯୋଗ୍ୟ, ଗତବର୍ଷ ଜୁନ ମାସରେ ସୁନିତା ଏବଂ ୱିଲମୋର ୮ ଦିନିଆ ମହାକାଶ ଯାତ୍ରା ଯାଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଓହ୍ଲାଇଥିଲେ। ହେଲେ ପ୍ରତ୍ୟାବର୍ତ୍ତନ କରିଥିବାକୁ ଥିବା ଯାନରେ ତ୍ରୁଟି ଯୋଗୁ ସେମାନଙ୍କୁ ୯ ମାସ ଧରି ମହାକାଶରେ ରହିବାକୁ ପଡ଼ିଥିଲା। ଶେଷରେ ନାସାର ସ୍ପେଶଏକ୍ସ ଡ୍ରାଗନ ୯ ଯାନ ଦ୍ବାରା ସେମାନେ ପୃଥିବୀକୁ ଫେରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories