ଦୂର ହେଲା ମଣ୍ଡି ସ୍ଥାନ ନିରୂପଣ ସମସ୍ୟା

ଲଡୁଗାଁ: କୋକସରା ବ୍ଲକ ଝରିଆଗୁଡା ଠାରେ ମଣ୍ଡି ଖୋଲିବା ପାଇଁ ଅଞ୍ଚଳର ଚାଷୀମାନେ ପ୍ରଶାସନ ନିକଟରେ ଦୀର୍ଘଦିନରୁ ଦାବି କରି ଆସୁଥିଲେ। ଚାଷୀଙ୍କ ମଣ୍ଡି ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତବର୍ଷ ମଣ୍ଡି ଖୋଲିବା ପାଇଁ ଅନୁମତି ମିଳିବା ସହ ମଣ୍ଡି ଖୋଲିବା ପାଇଁ ଜାଗା ଖୋଜା ଚାଲିଥିଲା। କୌଣସି ଆବଶ୍ୟକ ମୁତାବକ ସ୍ଥାନ ନିରୂପଣ ନ ହେବାରୁ ପ୍ରକ୍ରିୟାକୁ ବନ୍ଦ କରଯାଇଥିଲା। ନିଜ ଗାଁ ଓ ଅଞ୍ଚଳର ଚାଷୀଙ୍କ ଧାନ ବିକ୍ରି ସମସ୍ୟାକୁ ନିଜର ସମସ୍ୟା ମଣି ଝରିଆଗୁଡା ଗ୍ରାମର ଜଣେ ସଚେତନ ଓ ବଦାନ୍ୟ ଚାଷି ଜୟଲାଲ ନାଏକ ଗାଁ ନିକଟରେ ଥିବା ନିଜର ୧ ଏକର ଚାଷଜମିକୁ ମଣ୍ଡି ଖୋଲିବା ପାଇଁ ଦାନ କରିବା ପାଇଁ ମନସ୍ଥ କରିଥିଲେ। ଏଥିସହ ଗ୍ରାମର ଚାଷୀଙ୍କୁ ଡାକି ଏ ସମ୍ପର୍କରେ ଏକ ବୈଠକ କରି ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନକୁ ଲିଖିତ ଜମି ଦାନ କରିବା ପାଇଁ ନିଜର ଆଗ୍ରହ ପ୍ରକାଶ କରିଥିଲେ। ଜମି ଦାନ ପରେ ଗତବର୍ଷ ଠାରୁ କୋକସରା ପେକ୍ସ ଅଧୀନରେ ଝରିଆଗୁଡାରେ ମଣ୍ଡି ଆରମ୍ଭ ହୋଇ ଚାଷୀମାନେ ସୁରୁଖୁରୁରେ ନିଜ ଗାଁ ରେ ଧାନ ବିକ୍ରି କରିଥିବା ବେଳେ ଜମିଦାନ କରିଥିବା କାଗଜପତ୍ର ପ୍ରଶାସନକୁ ହସ୍ତାନ୍ତର ହୋଇନଥିଲା।

Comments are closed.