ସମାଜ ଡିଜିଟାଲ ଡେସ୍କ: ବିଏସଏଫ କମାଣ୍ଡର ସାଜି ଖୁବଶୀଘ୍ର ପରଦାକୁ ଫେରୁଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତା ଇମ୍ରାନ ହାସମୀ। ଅଭିନେତା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗ୍ରାଉଣ୍ଡ ଜିରୋ’ରେ ଜଣେ ବିଏସଏଫ କମାଣ୍ଡର ଭୂମିକାରେ ନଜର ଆସିବେ। ଏକ୍ସେଲ ଏଣ୍ଟରଟେନମେଣ୍ଟ ପକ୍ଷରୁ ‘ଗ୍ରାଉଣ୍ଡ ଜିରୋ’ ଫିଲ୍ମ ଘୋଷଣା କରିବା ଦିନଠାରୁ ଏହା ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି। ଏହି ଚଳଚ୍ଚିତ୍ର ଦେଶ ପାଇଁ ବଳିଦାନ ତଥା ଯେଉଁମାନେ ଦେଶର ସୁରକ୍ଷା ବାହିନୀଙ୍କ ଉପରେ ଆଧାରିତ। ଗୁରୁବାର ଏକ୍ସେଲ ଏଣ୍ଟରଟେନମେଣ୍ଟ ଫିଲ୍ମର ପୋଷ୍ଟର ରିଲିଜ୍ କରିଛି। ପୋଷ୍ଟରରେ ଇମ୍ରାନ ହାସମୀଙ୍କୁ ଦେଖିବାକୁ ମିଳିଛି।
ଏକ୍ସେଲ ଏଣ୍ଟରଟେନମେଣ୍ଟ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ଶେୟାର କରିଛି। ଏଥିରେ ଇମ୍ରାନ ହାସମୀଙ୍କୁ ପଛଆଡ଼ୁ ଦେଖିବାକୁ ମିଳିଛି। ଇମ୍ରାନ ଟି-ସାର୍ଟ ପିନ୍ଧିଛନ୍ତି ଏବଂ ହାତରେ ବନ୍ଧୁକ ଧରିଛନ୍ତି। ପୋଷ୍ଟର ସହ କ୍ୟାପ୍ସନରେ ଲେଖାହୋଇଛି, ‘‘ଏକ ମିଶନର ଅକୁହା କାହାଣୀ, ଯାହା କଶ୍ମୀରକୁ ସବୁଦିନ ପାଇଁ ବଦଳାଇଦେଲା। ଏଥିସହ ଫିଲ୍ମ ଚଳିତ ବର୍ଷ ଏପ୍ରିଲ ୨୫ରେ ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି।



