www.samajalive.in
Monday, December 15, 2025
27.1 C
Bhubaneswar

ସେମିଳିଗୁଡ଼ାରୁ ରାଜା ଚକ୍ରଙ୍କ ୧୪ ଗାଡି ଜବତ!

କୋରାପୁଟ : ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ସୌମ୍ୟରଞ୍ଜନ ଓରଫ ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟ ଜିଲା ସେମିଳିଗୁଡ଼ାକୁ ଲମ୍ବିଥିବା ଚର୍ଚ୍ଚା ହେଉଛି। ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଝାଳିଆଗୁଡା ନିକଟ କାଜୁ ବାଡ଼ରୁ ୧୩ଟି ଟିପ୍ପର ଓ ଗୋଟିଏ ଜେସିବି ଜବତ ହୋଇଛି। ଜବତ ୧୪ ଗାଡ଼ି ରାଜା ଚକ୍ରଙ୍କର ବୋଲି କୁହାଯାଉଛି। ସେମିଳିଗୁଡ଼ା ଥାନା ଅଧିକାରୀ ଅନିତା କୁଜୁରଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଜବତ ଗାଡିଗୁଡ଼ିକର ଶେଷ ନମ୍ୱର ୨୧ ରହିଥିବା ସୁନାବେଡ଼ା ଏସଡ଼ିପିଓ ସୁମିତ୍ରା ଜେନା କହିଛନ୍ତି। ଗିରଫ ହୋଇଥିବା ରାଜା ଚକ୍ରଙ୍କ ଅନ୍ୟ ସମସ୍ତ ଗାଡିର ନମ୍ବର ୨୧ ରହିଥିବାରୁ ଜବତ ଗାଡି ତାଙ୍କର ବୋଲି ସନ୍ଦେହ କରାଯାଉଛି। ଏନେଇ ଇଓଡ଼ବ୍ଲ୍ୟୁକୁ ସୂଚନା ଦିଆଯାଇଛି। ଇଓଡ଼ବ୍ଲ୍ୟୁ ଦଳ ଆସିବା ପରେ ଅଧିକ ତଥ୍ୟ ମିଳିପାରିବ। ଠାବ ଗାଡିଗୁଡିକର କୌଣସି କାଗଜପତ୍ର ମିଳିପାରି ନାହିଁ। ଗାଡିଗୁଡ଼ିକ ସେମିଳିଗୁଡ଼ା ପୁଲିସ ହେପାଜତରେ ରହିଥିବା ଏସଡ଼ିପିଓ କହିଛନ୍ତି। ରାଜାଚକ୍ରଙ୍କ ଗିରଫକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କର ବ୍ୟାବସାୟିକ ସାମ୍ରାଜ୍ୟ କେନ୍ଦୁଝରରୁ କୋରାପୁଟକୁ ଲମ୍ବିଥିବା ଜଣାପଡ଼ିଛି। ସେମିଳିଗୁଡ଼ା ସହର ଉପକଣ୍ଠରେ ୧୫ରୁ ଅଧିକ କ୍ରସ୍‌ର ରହିଛି। ଏଥିରେ ରାଜା ଚକ୍ରଙ୍କ ଏକାଧିକ ଗାଡି ପରିବହନ ପାଇଁ ଲାଗିଥିବା ଆଲୋଚନା ହେଉଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories