www.samajalive.in
Monday, December 8, 2025
20.1 C
Bhubaneswar

ଜମିବାଡି ବିବାଦକୁ ନେଇ ସାନ ଭାଇକୁ ହାଣିଲା ବଡ ଭାଇ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ଭରତପୁର ଅଞ୍ଚଳରେ ଥିବା ବନଦୁର୍ଗା ବସ୍ତିରେ ଅଭାବନୀୟ ଘଟଣା ଘଟିଛି। ଜମିବାଡି ବିବାଦକୁ ନେଇ ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଛି ବଡ ଭାଇ। ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନରୁ ଜମିବାଡିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ରବିବାର ଭରତପୁର ଥାନାରେ ଏ ନେଇ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା। କିନ୍ତୁ ବିଳମ୍ବିତ ରାତିରେ ଏହା ଉଗ୍ର ରୂପ ନେଇଥିଲା। ବଡ ଭାଇ ବାହାରୁ ଗୁଣ୍ଡା ଲଗାଇ ସାନ ଭାଇକୁ ଆକ୍ରମଣ କରିଥିଲା। ଏହାକୁ ପ୍ରତିବାଦ କରିଥିବା କିଛି ସ୍ଥାନୀୟ ଲୋକେ ମଧ୍ୟ ପ୍ରତିବାଦର ଶିକାର ହୋଇଥିଲେ। ସେପଟେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ନେବା ସମୟରେ ସ୍ଥାନୀୟ ଲୋକେ ଏବଂ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏପରିକି ସ୍ଥାନୀୟ ଲୋକ ପୁଲିସ୍ ପିସିଆର୍ ଭ୍ୟାନ୍ କୁ ମଧ୍ୟ ଭଙ୍ଗାରୁଜ୍ଜା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ଲାଗି ଘଟଣାସ୍ଥଳରେ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories