www.samajalive.in
Saturday, December 6, 2025
15.1 C
Bhubaneswar

ଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର, ବିଜାପୁରରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ

ଛତିଶଗଡ଼଼: ଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର ଜାରି ରହିଛି। ବିଜାପୁରରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ଏକାଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ଗୁଳି ବିନିମୟରେ ମୃତ୍ୟୁ ହୋଇଥିବା ଜଣେ ମାଓବାଦୀଙ୍କ ମୃତଦେହ ମିଳିଛି। ପୁଲିସ ପକ୍ଷରୁ ଘଟଣାସ୍ଥଳରୁ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ଗୁଳି ବିନିମୟ ଜାରି ରହିଛି।

ପୁଲିସ ଅଧୀକ୍ଷକ ଗୌରବ ରାୟ କହିଛନ୍ତି ଯେ ଦାନ୍ତେୱାଡା ଏବଂ ବିଜାପୁର ଜିଲାର ସୀମାନ୍ତବର୍ତ୍ତୀ ଏକ ଜଙ୍ଗଲରେ ସକାଳ ପ୍ରାୟ ୮ଟା ସମୟରେ ସୁରକ୍ଷାକର୍ମୀଙ୍କ ଏକ ଦଳ ମାଓ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ଏବଂ ଗୁଳି ବିନିମୟ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories