www.samajalive.in
Sunday, December 7, 2025
16.1 C
Bhubaneswar

ଛତ୍ରପୁର ସହରରେ ଧୂମଧାମରେ ପାଳିତ ହେଲା ଇଦ୍

ଛତ୍ରପୁର : ଆଜି ପବିତ୍ର ଇଦ୍‌ ପର୍ବ। ଦୀର୍ଘ ୧ ମାସ ଧରି ରୋଜା ପାଳନ କରିବା ପରେ ମୁସଲମାନ ଭାଇଭଉଣୀମାନେ ବଡ ଧୂମଧାମ ସହକାରେ ଉଦ୍‌-ଉଲ୍ ଫିତର ପାଳନ କରୁଛନ୍ତି। ଏଥିପାଇଁ ସବୁ ମସଜିଦ ଗୁଡିକ ଚଳଚଞ୍ଚଳ ହୋଇଉଠିଛି। ଏହି ପର୍ବ ରମଜାନ ମାସର ଉପବାସ, ପ୍ରାର୍ଥନା ଏବଂ ଆତ୍ମଶୁଦ୍ଧିର ଶେଷ ପ୍ରତୀକ ରୂପେ ପାଳନ କରାଯାଏ । ଏହି ଅବସରରେ  ଆଜି ଛତ୍ରପୁର ପୁତିଗୋପାଳପୁର ମସଜିଦରେ ଧର୍ମଗରୁ ହାଫିସ୍ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ବାବଧାନରେ ସମୁହ ନମାଜପାଠ କରି ଇଦ୍ ପାଳନ କରାଯାଇଛି।  ମୁସଲିମ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକର ଅଭିନନ୍ଦନ ଜଣାଇଛନ୍ତି। ମୁସଲମାନ ସଂପ୍ରଦାୟର ବିଶ୍ବାସନୁଯାୟୀ ଏହି ପବିତ୍ର ରାମଜାନ ମାସରେ ଦୀର୍ଘ ଏକ ମାସ ଧରି ରୋଜା ବା ଉପବାସ ପାଳନ କରିଥାନ୍ତି । ଏହାସହ ଗରିବ ଲୋକଙ୍କୁ ବସ୍ତ୍ର ଖାଦ୍ୟ ଓ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ କରିଥାନ୍ତି । ଏହା ଦ୍ବାରା ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ମଧ୍ୟ ମୁସଲମାନ ମାନଙ୍କର ବିଶ୍ୱାସ ରହିଛି। ଏହି ପର୍ବ ମୁସଲମାନ ଭାଇ ଭଉଣୀ ମାନଙ୍କର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ।  ଏହି ଇଦ୍ ପର୍ବକୁ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀମାନେ ବଡ ଧୁମ୍ ଧାମ ସହକାରେ ପାଳନ କରିଥାନ୍ତି । ନମାଜ ପାଠ ପରେ କବର ସ୍ଥାନକୁ ଯାଇ ସେମାନଙ୍କ ପିତୃପୁରୁଷ କୁ ପାଖରେ ପ୍ରାର୍ଥନା କରିଥାନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories