www.samajalive.in
Saturday, December 6, 2025
23.1 C
Bhubaneswar

ଦିଲ୍ଲୀରେ ବିଲ୍ଡିଂର ତୃତୀୟ ମହଲାରେ ନିଆଁ: ୨ ପିଲାଙ୍କ ମୃତ୍ୟୁ, ଜଣେ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ପଞ୍ଜାବୀ ବାଗ ମନୋହର ପାର୍କ ଅଞ୍ଚଳରେ ରବିବାର ରାତିରେ ଏକ ବିଲ୍ଡିଂର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପୋଡ଼ି ଜଣେ ନାବାଳକ ଓ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏଥିସହ ପିଲାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବା ସମୟରେ ଘର ମାଲିକ ନିଆଁରେ ପୋଡ଼ି ଆହତ ହୋଇଛନ୍ତି। ତାଙ୍କୁ ଆଚାର୍ଯ୍ୟ ଭିକ୍ଷୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ମୃତକ ହେଉଛନ୍ତି ସାକ୍ଷୀ(୧୪) ଓ ଆକାଶ(୭)। ଆହତଙ୍କ ନାମ ସନ୍ଦୀପ ପାଠକ ବୋଲି ଜଣାପଡ଼ିଛି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ରବିବାର ରାତି ୮.୨୧ ସମୟରେ ମନୋହର ପାର୍କ ଅଞ୍ଚଳରେ ଥିବା ଏକ ଘରର ତୃତୀୟ ମହଲାରେ ନିଆଁ ଲାଗିଥିବା ନେଇ ବିଭାଗ ଖବର ପାଇଥିଲା। ସିଲିଣ୍ଡର ରେଗୁଲେଟରରୁ ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories