www.samajalive.in
Saturday, December 6, 2025
16.1 C
Bhubaneswar

୧ କୋଟି ୭୦ଲକ୍ଷ ଟଙ୍କା ଠକେଇ : ୭ ଆନ୍ତରାଜ୍ୟ ସାଇକର ଠକ ଗିରଫ, ୧୯ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ସାଇବର ଠେଇକ ଅଭିଯୋଗ ହୋଇଥିଲା। ଗତ ଜାନୁଆରୀ ୧୩ ତାରିଖରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ୧କୋଟି ୭୦ଲକ୍ଷ ଟଙ୍କା ସାଇବର ଠକେଇ ହୋଇଥିବା ନେଇ ଭୁବନେଶ୍ଵର ସାଇବର ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା। ସାଇବର ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଛାନଭିନ୍‌‌ ସହ ତଦନ୍ତ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସାଇବର ପୁଲିସ ୭ଜଣ ଆନ୍ତରାଜ୍ୟ ସାଇବର ଠକକୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସ ସେମାନଙ୍କଠାରୁ ସୀମ କାର୍ଡ, ଆଧାର କାର୍ଡ, ଡେବିଟ୍ କାର୍ଡ ଏବଂ ପାସ ବୁକ ଜବତ କରିଛି।

ଗିରଫ ହୋଇଥିବା ୭ଜଣ ସାଇବର ଠକମାନଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କରାଯାଇଛି। ସାଇବର ଠକଙ୍କଠାରୁ ପୁଲିସ ୧୯ଲକ୍ଷ ଟଙ୍କା ଜବତ କରିଛି। ଓଡ଼ିଶା ପୁଲିସ ପକ୍ଷରୁ ଗିରଫମାନଙ୍କୁ ଟ୍ରାନ୍‌‌ଜିଟ ରିମାଣ୍ଡରେ ଆଣିଛି। ସେମାନଙ୍କୁ ପଚରାଉଚୁରା ଜାରି ରହିଛି ଏବଂ ତଦନ୍ତ ପରେ ଅଧିକ ସାଇବର ଠକେଇ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ସାଇବର ପୁଲିସ ସୂଚନା ଦେଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories