www.samajalive.in
Saturday, December 6, 2025
26.1 C
Bhubaneswar

କଂଗ୍ରେସର ଉଗ୍ର ରୂପ, ରୋକିକାବୁ ଯାଇ ପୁଲିସ ନାକେଦମ୍‌

ଭୁବନେଶ୍ଵର: ରାଜଧାନୀ ରାଜରାସ୍ତାରେ ଉଗ୍ର ରୂପ ଧାରଣ କରିଛି କଂଗ୍ରେସ। ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ବିଧାନସଭା ଘେରାଉ ପାଇଁ ପଦଯାତ୍ରା କରିଛନ୍ତି। କଂଗ୍ରେସର ବିଧାନସଭା ଘେରାଉବେଳେ ଲୋୟର ପିଏମଜି ପାଲଟିଛି ରଣକ୍ଷେତ୍ର। କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବା ସହ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ କର୍ମୀଙ୍କୁ ରୋକିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। କଂଗ୍ରେସ କର୍ମୀଙ୍କ ଉପରେ ଲାଠି ଚାର୍ଜ କରିବାସହ ପାଣି ମାଡ଼ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଛି ପୁଲିସ। ଲୋୟର ପିଏମଜିରେ ଚେୟାର ଫିଙ୍ଗା ସହ ଟେକା ପଥର ମାଡ଼ ହୋଇଛି। ଏଥିରେ ଅନେକ କଂଗ୍ରେସ କର୍ମୀଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ଓ ଖବର ପ୍ରସାରଣ ପାଇଁ ଯାଇଥିବା ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଉତ୍ୟକ୍ତ କର୍ମୀମାନେ ପୁଲିସକୁ ଅଣ୍ଡା ମାଡ଼ କରିଛନ୍ତି। ଅପରପକ୍ଷେ କଂଗ୍ରେସର କେତେକ ତୁଙ୍ଗ ନେତାଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।

Hot this week

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

Related Articles

Popular Categories