www.samajalive.in
Friday, December 5, 2025
17.1 C
Bhubaneswar

ପ୍ରାକୃତିକ ସମ୍ପଦର ଚୋରାଚାଲାଣ ରୋକିବା ଜରୁରୀ

ଭୁବନେଶ୍ଵର: ବନ୍ୟପ୍ରାଣୀ, ଉଦ୍ଭିଦ ଓ ଖଣିଜ ସମ୍ପଦର ହରିଲୁଟ ଏବଂ ଚୋରାଚାଲାଣ ବିଷୟରେ ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଏହାକୁ ରୋକିବାକୁ ସରକାର ନେଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ। କୋଟି କୋଟି ଟଙ୍କାର ବୃହତ୍‌ ଓ ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ, ବନ୍ୟ ପ୍ରାଣୀଙ୍କୁ ଜିଅନ୍ତା ଓ ମୃତ ଚୋରା ବେପାର ଚାଲିଛି। ଏହାଦ୍ବାରା ପ୍ରକୃତି ଭାରସାମ୍ୟ ହରାଉଛି ଓ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ଭୂମିକମ୍ପ, ସୁନାମି ଓ ଅଦିନିଆ ଝଡ଼ବର୍ଷା ହେଉଛି। ଲଘୁ ଓ ବୃହତ୍‌ ଖଣିଜ ସମ୍ପଦ, ବନ୍ୟପ୍ରାଣୀ ଓ ଜଙ୍ଗଲଜାତ ଦ୍ରବ୍ୟର ହରିଲୁଟ ଓ ଚୋରାଚାଲାଣ ରୋକିବାକୁ ହେଲେ ପ୍ରଥମତଃ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଯେ ସମସ୍ତ ପ୍ରାକୃତିକ ସମ୍ପଦ ତାଙ୍କର ଓ ସେମାନଙ୍କ ହିତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଉଦ୍ଦିଷ୍ଟ। ଦ୍ୱିତୀୟତଃ ସ୍ଥାନୀୟ ଯୁବବାହିନୀଙ୍କୁ ନେଇ ଖଣିଜ ସମ୍ପଦ ଓ ଜଙ୍ଗଲ ଜାତ ସମ୍ପଦର ସୁରକ୍ଷା ପାଇଁ ସଂଘ ଗଠନ କରିବା ସହିତ ତାଙ୍କୁ ତାଲିମ ଦେବା। ସେମାନେ ଅପରାଧୀଙ୍କ ବିରୋଧରେ ଓ ଅପରାଧ ଘଟାଇବା ପୂର୍ବରୁ ସୂଚନା ସଂଗ୍ରହ କରିବେ ଓ ଯଥା ସମୟ ରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିବେ। ତାଙ୍କ ନାମ ଗୁପ୍ତ ରହିବ ଓ ସେମାନଙ୍କୁ ଅର୍ଥ ପୁରସ୍କାର ବ୍ୟବସ୍ଥା କରିବେ। ତୃତୀୟତଃ କୃତ୍ରିମ ବୁଦ୍ଧିମତା ପଦ୍ଧତି ଆପଣେଇ ଚୋରା ଚାଲାଣକାରୀଙ୍କ ଗତିବିଧି ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣକଲେ ଏହାକୁ ବହୁମାତ୍ରାରେ ରୋକାଯାଇପାରିବ। ଚତୁର୍ଥରେ, ଫାଷ୍ଟଟ୍ରାକ ନ୍ୟାୟାଳୟ ପ୍ରତିଷ୍ଠା କରି ଖଣିଜ ସମ୍ପଦ ଓ ବଣ୍ୟଜାତ ପ୍ରାଣୀ ଓ ଉଦ୍ଭିଦ ଜନିତ ଅପରାଧକୁ ଶୀଘ୍ର ନ୍ୟାୟିକ ପ୍ରଣାଳୀରେ ଶେଷ କରି ଦୋଷୀକୁ ଦଣ୍ଡବିଧାନ କରିବା ଦରକାର।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories