ଅସହାୟ ବୃଦ୍ଧଙ୍କୁ ଥଇଥାନ ଦାବି

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଖଜିରାପାଟ ପଞ୍ଚାୟତ ଜୁମେଇ ଗ୍ରାମର ଅସହାୟ ବୃଦ୍ଧ ହଳଧର ନାଏକ (୮୦)ଙ୍କର ଗ୍ରାମରେ ଘରଦ୍ୱାର ନ ଥିବାରୁ ସେ ଗ୍ରାମବାସୀମାନଙ୍କ ଆଶ୍ରାରେ ରହୁଥିବା ଜଣାପଡିଛି। ପୁତୁରା ମାନଙ୍କ ଘରକୁ ଯାଇ ମାଗି ମାଗି ଖାଉଥିବା ଜଣାଯାଇଛି। ଯୁବକ ଅବସ୍ଥାରେ କାମ କରି ଚଳି ଯାଉଥିବା ହଳଧର ଏବେ ବୟସ ଅଧିକ ହେବାରୁ କାମ କରି ନ ପାରି ମାଗି ମାଗି ଖାଉଥିବା ଗ୍ରାମବାସୀ କହିଛନ୍ତି। ତାଙ୍କୁ କୌଣସି ବୃଦ୍ଧାଶ୍ରମରେ ଥଇଥାନ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
Comments are closed.