www.samajalive.in
Friday, December 5, 2025
26.1 C
Bhubaneswar

ଦୋକାନ ସମ୍ମୁଖରେ ଝାଡୁ ମାରୁଥିବାବେଳେ ମହିଳାଙ୍କ ବେକରୁ ସୁନା ହାର ଝାମ୍ପିନେଲେ, ୨ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅଞ୍ଚଳରେ ଭୋର ସକାଳୁ ଜଣେ  ମହିଳା ନିଜ ଦୋକାନ ସମ୍ମୁଖରେ ଛାଡୁ ମାରୁଥିବାବେଳେ ଦୁଇ ଜଣ  ଦୁର୍ବୃତ୍ତ ମୋଟରସାଇକେଲରେ ଆସି  ବେକରୁ ସୁନା ହାର ଝାମ୍ପି ନେବା ଘଟଣାରେ ଗୋଳନ୍ଥରା ଥାନା ପୋଲିସ ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲାର ଇଚ୍ଛାପୁର ଗ୍ରାମଞ୍ଚାଳ ଥାନା ଅଧିନସ୍ଥ ମୁତୁରୁ ଗ୍ରାମ ଜି. ତେଜେସ (୧୯) ଓ ମୋଚିନ୍ଦ୍ରି ଗ୍ରାମର କେ. ଦୀନେଶ(୧୯) ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ନିକଟରୁ  ୧୬ ଗ୍ରାମ ଓ ଗୋଟିଏ ସୁନା ଚେନ ସହ ଏକ ହାର ଗୋଟିଏ  ପଲସର ମୋଟର ସାଇକେଲ(ଏପରି ୩୯ ଏଲ ଡବ୍କୟୁ ୧୭୪୮) ବୋଲି ପୁଲିସ ସୁଚନା ଦେଇଛି  । ସୂଚନା ଅନୁସାରେ  ଗୋଳନ୍ଥରା ଚଟି ଅଞ୍ଚଳ  ପ୍ରମିତା ଜେନା ମଙ୍ଗଳବାର ଭୋର ସାଢେ଼ ୫ ଟା ସମୟରେ ୧୬ ନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜର ମା ମଙ୍ଗଳ ୱେଲ୍ଦି ଦୋକାନ ସମୁଖରେ ଛାଡୁ ମାରୁଥିବା ବେଳେ ଏକ ମୋଟରସାଇକେଲରେ ଦୁଇ ଜଣ ଦୁର୍ବୁତ୍ତ ତାଙ୍କ ନିକଟକୁ  ଆସି ପେଟ୍ରୋଲ କେଉଁଠି ମିଳୁଛି ବୋଲି ପଚାରିଥିଲେ । ପ୍ରମିତା କିଛି କହିବା  ସମୟରେ ଯୁବକମାନେ ବେକରୁ ସୁନା ହାର ଛଡେଇ ନେବା ବେଳେ ପ୍ରମିତା ଚିତ୍କାର କରିଥିଲେ । ପୁଅ ସୁନୀଲ ଜେନା ଘଟଣାସ୍ଥଳ ପହଂଚି ପ୍ରତିରୋଧ କରିଥିଲେ  ସୁଦ୍ଧା  ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଗୁରୁତର ଆହାତ କରି ଚମ୍ପଟ ମାରିବାକୁ ସକ୍ଷମ ହୋଇଥିଲେ  । ଏ ନେଇ ପ୍ରମିତା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା କେସ ନଂ ୧୨୮/୨୫ ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୋଟର ସାଇକେଲ ନମ୍ବର ଚି଼ହ୍ନଟ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଜାଣି ପାରିଥିଲା । ଖବର ପାଇ ଗୋଳନ୍ଥରା ପୋଲିସର ଏକ ଟିମ ଶ୍ରୀକାକୁଲମରେ ଚଡାଉ କରି ତେଜେସ ଓ ଦୀନେଶ ଉଠେଇ ନେଇ ଥାନାରେ ଅଟକ ରଖି ପଚାର ଉଚରା କରିଥିଲା । ତାଙ୍କ ଠାରୁ ଛଡେଇ ନେଇଥିବା ସୁନା ଚେନ ସହ ଅନ୍ୟ ଏକ ସୁନା ନେକଲସ ଓ ପଲସର ବାଇକ ପୋଲିସ ଜବତ କରିଛି । ଆଜି ପୋଲିସ ଦୁଇ ଜଣଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ  ଚାଲାଣ କରିଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories