www.samajalive.in
Friday, December 5, 2025
27.1 C
Bhubaneswar

ଆଜି କଂଗ୍ରେସର ବିଧାନସଭା ଘେରାଉ: ରାଜଧାନୀ ପୁଲିସ ଛାଉଣୀ

ଭୁବନେଶ୍ବର : ବିଧାନସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ ତିକ୍ତତା ବଢିଚାଲିଛି। ବିଶୃଙ୍ଖଳିତ ଆଚରଣ ପାଇଁ ମଙ୍ଗଳବାର ବାଚସ୍ପତି ସୁରମା ପାଢୀ କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ୭ଦିନ ପାଇଁ ନିଲମ୍ବିତ କରିଥିବାବେଳେ ବୁଧବାର ସମାନ ଆଚରଣ ସକାଶେ ଅବଶିଷ୍ଟ ୨ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ୭ଦିନ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି। ବିଧାୟକ ଶ୍ରୀ ବାହିନୀପତି ଦ୍ବିତୀୟ ଥର ପାଇଁ ନିଲମ୍ବିତ ହୋଇଛନ୍ତି। ମୋଟ ୧୪ ସଦସ୍ୟଙ୍କ ନିଲମ୍ବନ ପରେ ବଜେଟ ଅଧିବେଶନର ପରବର୍ତ୍ତୀ କାର୍ଯ୍ୟ ଦିବସ ଗୁଡିକରେ ଗୃହରେ କଂଗ୍ରେସ ପ୍ରତିନିଧିତ୍ବ ଶୂନ୍ୟ ହେବା ସ୍ପଷ୍ଟ ହୋଇଛି। ଏଣେ କଂଗ୍ରେସ  ବିଧାନସଭା ଘେରଉ ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଏହାକୁ ନେଇ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟ୍ରାଫିକ୍‌ କଟକଣା ସହ ସହରର ବିଭିନ୍ନ ଛକରେ ପୁଲିସ ମୁତୟନ କରାଯାଇଛି। ରାଜଧାନୀରେ ୧୦ ପ୍ଲାଟୁନ୍‌ ମହିଳା ପୁଲିସ ସହ ମୋଟ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଇନ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଜି ଛକ, ଲୋକସେବା ଭବନ ଫାଟକ, ବିଧାନସଭାର ୪ଟି ଫାଟକ, ରବୀନ୍ଦ୍ର ମଣ୍ଡପ ଛକ, ସୂଚନା ଓ ଲୋକସମ୍ପର୍କ ବିଭାଗ ଛକ, ଲୋୟର ପିଏମ୍‌ଜି ଓ ମାଷ୍ଟରକ୍ୟାଣ୍ଟିନ ଛକରେ ପୁଲିସ ମୁତୟନ ରହିବେ। ଶାନ୍ତି ବଜାୟ ରଖି ଆନ୍ଦୋଳନ କରିବା ଲାଗି ପୁଲିସ ଉପାୟୁକ୍ତ ଜଗମୋହନ ମୀନା ଅନୁରୋଧ କରିଛନ୍ତି। ଆନ୍ଦୋଳନକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା କରାଯାଇଛି। ରାଜମହଲ ଛକରୁ ରୁପାଲି ଛକ ଯାଏଁ କଟକଣା ରହିଛି। ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ଏହି ସମୟ ମଧ୍ୟରେ ଉକ୍ତ ରାସ୍ତା ବଦଳରେ ଅନ୍ୟ ରାସ୍ତା ବ୍ୟବହାର କରିବାକୁ ରାଜଧାନୀବାସୀଙ୍କୁ ପୁଲିସ ଅନୁରୋଧ କରିଛି।
ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା କାରଣରୁ ତାରାଙ୍କୁ ୭ଦିନ ପାଇଁ ନିଲମ୍ବିତ କରାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories