www.samajalive.in
Saturday, December 6, 2025
14.1 C
Bhubaneswar

ଫସଲ ବିବିଧିକରଣ ପଦ୍ଧତି ସଂପର୍କରେ ଦୁଇ ଦିନିଆ ତାଲିମ୍ ଶିବିର ଉଦଘାଟିତ

ଜି ଉଦୟଗିରି: ଆଞ୍ଚଳିକ ଗବେଷଣା ଓ ସମ୍ପ୍ରସାରଣ କେନ୍ଦ୍ର, ଚିପିଲିମା, ସମ୍ବଲପୁର ଅଧୀନ ସର୍ବଭାରତୀ ସମନ୍ଵିତ ଅନୁସନ୍ଧାନ ପ୍ରକଳ୍ପ ସମନିତ୍ଵ କୃଷି ପ୍ରଣାଳୀ ଅନ୍ତର୍ଗତ ପାଇଲଟ ପ୍ରକଳ୍ପର ବିବିଧକରଣ ନିମନ୍ତେ ବରିଷ୍ଠ କ୍ଷେତ୍ର ବୈଜ୍ଞାନିକ ଡଃ ସଂଯୁକ୍ତା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାର ଲିଙ୍ଗାଗଡ଼ ପଞ୍ଚାୟତ ଅନ୍ତର୍ଗତ ବେଟିକଲା ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଫସଲ ବିବିଧକରଣ ପଦ୍ଧତି ସମ୍ପର୍କରେ ବିଭିନ୍ନ ବିଭାଗୀୟ ପ୍ରଶିକ୍ଷକ ଏବଂ ବୈଜ୍ଞାନିକ ମାନଙ୍କୁ ନେଇ ଦୁଇ ଦିନିଆ ତାଲିମ ପ୍ରଦାନ କରାଯାଇଥିଲା। ଡଃ ମହାପାତ୍ର ଏକ ପ୍ରକାର ଶସ୍ୟ ଚାଷ ନ କରି ବାଦାମ, ମକା ଭଳି ଶସ୍ୟ ମଧ୍ୟ ଚାଷ କରିବା ପାଇଁ ତାଲିମ୍ ପ୍ରଦାନ କରିଥିଲେ। ମାଟିର ଉର୍ବରତା କୁ ବୃଦ୍ଧି କରିବା ସହିତ ଏହା କିପରି ରୋଜଗାର ପ୍ରଦାନ କରିବ, ସେ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories