www.samajalive.in
Monday, December 15, 2025
16.1 C
Bhubaneswar

ସାଇକେଲ ଭ୍ରମଣରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଏନ୍‍ସିସି କ୍ୟାଡେଟ୍‍

କେନ୍ଦୁଝରଗଡ : ମେଜର ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ୱରେ କଟକ ଗୁପର ଏନ୍‍ସିସି କ୍ୟାଡେଟ୍‍ ସାଇକେଲ ଯୋଗେ ଚଳିତମାସ ୧୨ ତାରିଖରୁ ପରିଭ୍ରମଣରେ ବାହାରି ଦୀର୍ଘ ୬୫୦କି.ମି. ଯାତ୍ରା ପରେ ମଙ୍ଗଳବାର ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରରେ ଆସି ରାତ୍ରି ଯାପନ କରିଥିଲେ । ଏହି ସାଇକେଲ ପରିଭ୍ରମଣ ସମୟରେ କ୍ୟାଡେଟ୍‍ ମାନେ ସାଇବର ଅପରାଧ ଓ ସାଇବର ଠକେଇରୁ କିଭଳି ନିଜକୁ ସୁରକ୍ଷିତ ରଖିବେ, ମହିଳା ସଶକ୍ତିକରଣ, ଅନ୍‍ଲାଇନ୍‍ ଠକେଇରୁ କିଭଳି ନିଜକୁ ସୁରକ୍ଷିତ ରଖିବେ ସେ ସମ୍ପର୍କରେ ସାଧାରଣରେ ସଚେତନତାର ବାର୍ତ୍ତା ବାଣ୍ଟି ଆସୁଛନ୍ତି । ଏହି କ୍ୟାଡେଟ୍‍ ମାନେ ବୁଧବାର ସମ୍ବଲପୁର ଅଭିମୁଖେ ଯାତ୍ରାରମ୍ଭ କରିବା ପୂର୍ବରୁ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ସମ୍ବଲପୁର ଗ୍ରୁପ୍‍ ବାଟାଲିୟନର ଆଡାମ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୁର ଘାଡଗେ, ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରତାପ କୁମାର ମହାନ୍ତି, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ପ୍ରଭୁପ୍ରସାଦ ଦାସ, ଆସୋସିଏଟେଡ ଏନ୍‍ସିସି ଅଫିସର ଲେଫ୍ଟନାଣ୍ଟ ସଲମା କିସ୍କୁ ପ୍ରମୁଖ ଉପସ୍ଥିତ ରହି ସାଇକଲଥୋନ ସଦସ୍ୟଙ୍କୁ ପତାକା ହଲାଇ ଆଗାମୀ ଯାତ୍ରା ଶୁଭଦାୟକ ହେଉ ବୋଲି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍‍ସିସି ୧୪ ବାଟାଲିୟନ ଅଣ୍ଡର ଅଫିସର ରୋମ୍ୟରଞ୍ଜନ ସାହୁ, ସିନିୟର ଅଣ୍ଡର ଅଫିସର ଅମନ କୁମାର ହେମ୍ବ୍ରମ୍‍ ଏବଂ ଧରଣୀଧର ବିଶ୍ୱବିଦ୍ୟାଳୟର ସମସ୍ତ କ୍ୟାଡେଟ୍‍ ଉପସ୍ଥିତ ରହି ସାଇକେଲଥୋନର ସମସ୍ତ ସଦସ୍ୟଙ୍କୁ ଶୁଭେଛା ଜଣାଇଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories