www.samajalive.in
Saturday, December 13, 2025
26.1 C
Bhubaneswar

ଶୁଆକୁ ଫାଶୀ ଦେଇ ରିଲ୍ସ ତିଆରି, ୩ ଅଟକ

ନାକଟିଦେଉଳ /ଆଠମଲ୍ଲିକ : ଶୁଆକୁ ଫାଶୀ ଦେଇ ରିଲ୍ସ କରିବା ମହଙ୍ଗା ପଡିଛି। ଏହି ଘଟଣାରେ ବନ ବିଭାଗ ୩ଜଣଙ୍କୁ ଅଟକ ରଖିଛି। ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଜାମୁଝରି ଗ୍ରାମର ଭଗନା ପେନ୍ଥେଇ ନାମରେ ଜଣେ ଯୁବକ ଏକ ଶୁଆକୁ ମାରି ରିଲସ ପ୍ରସ୍ତୁତ କରି ତାହାକୁ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଗତ ୨୧ ତାରିଖରେ ଅପଲୋଡ଼ କରିଥିଲେ। ଏହା ପିସିସିଏଫଙ୍କ ନଜରକୁ ଆସିବା ପରେ ଏନେଇ ତନାଘନା ହୋଇଥିଲା। ସମ୍ପୃକ୍ତ ଯୁବକକୁ ଗିରଫ କରିବାକୁ ଆଠମଲ୍ଲିକ ବନଖଣ୍ଡଅଧକାରୀଙ୍କୁ ପିସିସିଏଫ ନିର୍ଦେଶ ଦେଇଥିଲେ। ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ସଂପୃକ୍ତ ଯୁବକ କିଶୋରନଗର ବ୍ଲକ ଠେଲକନାଳି ଗ୍ରାମକୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ଶୁଆକୁ ସେ ହତ୍ୟା କରିନାହିଁ କେବଳ ରିଲ୍ସ କରିଥିଲା ବୋଲି ସଂପୃକ୍ତ ଯୁବକ ବୟାନ ଦେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ ସୁମନ୍ତ ପେନ୍ଥେଇ, କୌଶିକ କୁମୁରା ଓ ଦରସନିଆ ଦେହୁରୀ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଏକ ପୋଖରୀ ନିକଟରେ ମୁଗ ଚାଷ କରିଛନ୍ତି। ଜମିରେ କରିଥିବା ମୁଗକୁ ଏହି ଶୁଆମାନେ ଆସି ଖାଇଯାଉଥିବାରୁ ଏହାକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ରହିଥିଲା। ତେଣୁ ବାଟୁଳି ଖଡ଼ାରେ କିଛି ଶୁଆଙ୍କୁ ମରାଯାଇଥିବା ଜଣାପଡିଛି। ବାହାର ରାଜ୍ୟରେ ନିରାପତ୍ତା ରକ୍ଷୀ ଭାବେ କାର୍ଯ୍ୟରତ ସୁମନ୍ତଙ୍କ ପୁଅ ଭଗନା ଚାଷ ଜମିକୁ ଯାଇଥିବାବେଳେ ଏକ ଶୁଆକୁ ଫାଶୀଖୁଣ୍ଟ କରି ଝୁଲାଇଥିବା ସହ ରିଲ୍ସ ତିଆରି କରି ଇନ୍‌ଷ୍ଟାଗ୍ରାମରେ ଅପଲୋଡ଼ କରିଥ​‌ିଲେ। ଡିଏଫଓଙ୍କ ନିର୍ଦେଶରେ ବାମୁର ବନାଞ୍ଚଳ ଅଧିକାରୀ ସ୍ୱାଧୀନ ସାମଲ, ବନପାଳ ଲିଙ୍ଗରାଜ ବେହେରା, ଶାନ୍ତନୁ ଦେହୁରୀ ମିଳିତ ଭାବେ ଚଢ଼ଉ କରି ଭଗନା ପେନ୍ଥେଇ, କୌସିକ କୁମୁରା ଓ ଦର୍ଶନିଆ ଦେହୁରୀଙ୍କୁ ବନ୍ୟ ପ୍ରାଣୀ ନିରୋଧ ଆଇନ ବଳରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି। ରୋଜ ରିଙ୍ଗ ପାରାକିଟ (ଶୁଆ)କୁ ମାରିଥିବାରୁ ଅଭିଯୁକ୍ତମାନଙ୍କ ବିରୋଧରେ ୱାଇଲ୍ଡ ଲାଇଫ ଆକ୍ଟର ଧାରା ୯ ଅନୁସାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories