ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃସିଂହ ଗୁରୁ ଜୟନ୍ତୀ ପାଳିତ

ସମ୍ବଲପୁର: ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଖ୍ୟାତ ସାମ୍ବାଦିକ ସ୍ୱର୍ଗତ ନୃସିଂହ ଗୁରୁଙ୍କ ୧୨୩ତମ ଜୟନ୍ତୀ ଉପଲକ୍ଷେ ମନ୍ଦଲିଆ ସ୍ଥିତ ନୃସିଂହ ଗୁରୁ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଆଜି ପୂର୍ବାହ୍ନରେ ଦଳମତ ନିର୍ବିଶେଷରେ ସହରର ବହୁ ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସ୍ୱର୍ଗତ ଗୁରୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଶିକ୍ଷାବିତ ଅରବିନ୍ଦ ମହାପାତ୍ର, ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ସମ୍ବଲପୁର ପୌର ପରିଷଦର ପୂର୍ବତନ ନଗରପାଳ ତଥା ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ, ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ, ବରିଷ୍ଠ ନାଗରିକ ରତ୍ନଭୂଷଣ ପୃଷେଠ, ସଂସ୍କୃତି ଗବେଷକ ଡକ୍ଟର ଶ୍ୟାମ ସୁନ୍ଦର ଧର, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପଣ୍ଡା, ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର, ରାଜେନ୍ଦ୍ର ସତନାମୀ, ସାମ୍ବାଦିକ ଶଙ୍କର ବେହେରା, ସଙ୍ଗୀତା ପୁରୋହିତ, ରାମେଶ୍ୱର ପୁରୋହିତ, ସୋନାଲିସା ପୁରୋହିତ, ଅଶୋକ କୁମାର ଚାନ୍ଦ, ଆନନ୍ଦ କୁମାର ପତି, ଶ୍ରୀକାନ୍ତ ପାଣ୍ଡେ, ଭୂଷଣ ମେହେର, ସୂର୍ଯ୍ୟକାନ୍ତି ପଟେଲ, ଲକ୍ଷ୍ମଣ ବଗର୍ତ୍ତି ପ୍ରମୁଖ ସ୍ୱର୍ଗତ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମନ୍ଦଲିଆର ସମଲେଶ୍ୱରୀ କଲେଜ ଠାରେ କଲେଜ ଅଧ୍ୟକ୍ଷା ସଙ୍ଗୀତା ପୁରୋହିତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ସଭାରେ ବିଶିଷ୍ଟ ସଂସ୍କୃତି ଗବେଷକ ଡକ୍ଟର ଶ୍ୟାମ ସୁନ୍ଦର ଧର ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା ଓ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ନୃସିଂହ ଗୁରୁଙ୍କ ଭଳି ଜଣେ ସଚ୍ଚୋଟ ଓ ଆଦର୍ଶ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଜ୍ୟ ସରକାର ଏଯାବତ୍‌‌ ଉପଯୁକ୍ତ ସମ୍ମାନ ଦେଇ ନାହାନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହ ଆଗାମୀ ପୀଢି ଯେପରି ସ୍ୱର୍ଗତ ଗୁରୁଙ୍କ ଜୀବନୀ ସମ୍ପର୍କରେ ଅବଗତ ହେବେ, ସେ ଦିଗରେ ଉଦ୍ୟମ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ସ୍ଥାନୀୟ ପଟ୍ଟନାୟକପଡ଼ାର ବ୍ରଜମୋହନ ପଟ୍ଟନାୟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ପବିତ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନୃସିଂହ ଗୁରୁ ଜୟନ୍ତୀ ପାଳିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିକ୍ଷାବିତ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସ୍ୱର୍ଗତ ଗୁରୁଙ୍କ ତ୍ୟାଗପୂତ ଜୀବନର ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ସୁନାଗରିକ ହେବା ପାଇଁ ଅତିଥି ମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ନିର୍ମଳା ବାରିକ, ଶାନ୍ତ୍ୱନାମୟୀ ଷଡଙ୍ଗୀ ଓ ଶ୍ରାବଣୀ ବେହେରା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ସ୍ୱାଧୀନତା ସଂଗ୍ରାମୀ ତଥା ସାମ୍ବାଦିକ ସ୍ୱର୍ଗତ ନୃସିଂହ ଗୁରୁଙ୍କ ୧୨୩ତମ ଜୟନ୍ତୀ କାର୍ଯ୍ୟକ୍ରମ କ୍ରମରେ ଦଲଦଲିପଡ଼ା ଠାରେ ଏବିସିଡି ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପାଳନ କରାଯାଇଛି। ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ସତନାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ଯୋଗ ଦେଇ ନୃସିଂହ ଗୁରୁଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଟ୍ରଷ୍ଟର ଛାତ୍ରଛାତ୍ରୀ ମାନେ ପ୍ରାର୍ଥନା ମାଧ୍ୟମରେ ସ୍ୱର୍ଗତ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସାମାଜିକ ଅନୁଷ୍ଠାନ ନୀଳଚକ୍ର ପକ୍ଷରୁ ସ୍ଥାନୀୟ ଶାସନ ସ୍ଥିତ ଭାଲୁବାହାଲ ଏକାମ୍ର ବିହାର ଠାରେ ଅନୁଷ୍ଠାନର ସମ୍ବଲପୁର ଶାଖା ସଭାପତି କଳାରତ୍ନ ବଂଶୀଧର କରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସେବା ନିବୃତ ପ୍ରଶାସନିକ ଅଧିକାରୀ ସିତାଂଶୁ ଭୂଷଣ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଡା. ବିନୋଦ ବିହାରୀ ନାଏକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ସ୍ୱର୍ଗତ ଗୁରୁଙ୍କ ଜୀବନାଦର୍ଶ ଉପରେ ବକ୍ତା ମାନେ ଆଲୋକପାତ କରି ଦୀପ ପ୍ରଜ୍ୱଳନ କରି ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଚ୍ଚିଦାନନ୍ଦ ପ୍ରଧାନ, ଦେବାଶିଷ ସାହୁ, ପ୍ରକାଶ କୁମାର ସାହୁ, ଚର୍ତୁଭୁଜ ଗର୍ଡ଼ିଆ, ତପନ କୁମାର ଖୁଣ୍ଟିଆ, ଘନଶ୍ୟାମ ରତୱା, ଟୁନଟୁନ ରତୱା, ସୁବାଷ ଚନ୍ଦ୍ର ପଟ୍ଟନାୟକ, ଜୟରାମ ପଧାନ, ସୌଭାଗ୍ୟ ରଞ୍ଜନ ମହାପାତ୍ର, ଗୋପାଳ ରାଉତ, ଧରିତ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.