ପର୍ଯ୍ୟଟନସ୍ଥଳୀର ଉନ୍ନୟନ ସ୍ଥିତି ବୁଲି ଦେଖିଲେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ

ପାଟଣା: କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ରାଜ୍ୟ ପର୍ଯ୍ୟଟନ ବିଭାଗ କମିଶନର ତଥା ପ୍ରମୁଖ ସଚିବ ବଲୱନ୍ତ ସିଂହ ପାଟଣା ବ୍ଲକ ଅଞ୍ଚଳର ଭିମକୁଣ୍ଡ ପର୍ଯ୍ୟଟନସ୍ଥଳ ଓ ଘଟଗାଁ ବ୍ଲକ ଅଞ୍ଚଳର ପ୍ରତ୍ନତାତ୍ବିକ ତଥା ଐତିହାସିକ ପର୍ଯ୍ୟଟନସ୍ଥଳ ସୀତାବିଞ୍ଜି ବୁଲି ଦେଖିବା ସହ ଏହାର ସ୍ଥିତି ଓ ଚାଲିଥିବା ଉନ୍ନୟନ କାର୍ଯର ସମୀକ୍ଷା କରିଛନ୍ତି। ସେହିପରି ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ପିପିଳିଆ ପଞ୍ଚାୟତର ଅବହେଳିତ ଚିକିଣିଆ ଜିଲ୍ଲା ପାର୍କର ସ୍ଥିତି ବୁଲି ଦେଖିବା ସହ ଏହାର ଉନ୍ନୟନ ବିଷୟରେ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ପର୍ଯ୍ୟଟନସ୍ଥଳ ଗୁଡିକର ବିକାଶ ପାଇଁ ଓ ଦେଶ ବିଦେଶ ପର୍ଯ୍ୟଟକ ମାନଙ୍କୁ ଓଡିଶା ମୁହାଁ କରାଇବା ପାଇଁ ରାଜ୍ୟର ମୋହନ ମାଝୀଙ୍କ ସରକାର ଆଗ୍ରହ ଦେଖାଇଥିବା ପରିପ୍ରେକ୍ଷୀରେ ଶ୍ରୀ ସିଂହଙ୍କ ଗସ୍ତକୁ ଗୁରୁତ୍ଵ ଦିଆଯାଇଛି। ପର୍ଯ୍ୟଟନ ବିଭାଗ କମିଶନର ଶ୍ରୀ ସିଂହଙ୍କ ସହ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଭୀମକୁଣ୍ଡରେ ହେଉଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ପାରିପାର୍ଶିକ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।

Comments are closed.