www.samajalive.in
Monday, December 15, 2025
27.1 C
Bhubaneswar

ସାଂସଦଙ୍କ ଦରମା ବଢ଼ିଲା, ମାସିକ ପାଇବେ ଏତିକି ଟଙ୍କା…

ସମାଜ ଡିଜିଟାଲ ଡେସ୍କ: ୭ ବର୍ଷ ପରେ ସାଂସଦମାନଙ୍କ ଦରମା ବୃଦ୍ଧି କରାଯାଇଛି। ପୂର୍ବ ତୁଳନାରେ ଏଣିକି ସାଂସଦମାନେ ଏଣିକି ମାସିକ ୨୪ ହଜାର ଟଙ୍କା ଅଧିକ ଦରମା ପାଇବେ। ପୂର୍ବରୁ ସେମାନଙ୍କ ଦରମା ୧ ଲକ୍ଷ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି। ଏହା ସହିତ ସେମାନଙ୍କ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ୨ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି। ଏହି ନୂଆ ବେତନ ଏବଂ ପେନସନ ୨୦୨୩ ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହେବ। ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲରେ ସାଂସଦମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories