ଅପରାହ୍ନ ୪ଟା ମୁଖ୍ୟ ଖବର

ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ଭୁବନେଶ୍ଵରରୁ ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ଯାଇ ନୀଳମାଧବଙ୍କୁ ଦର୍ଶନ କଲେ ମହାମହିମ.. ବିଶ୍ଵାବସୁ ସମ୍ପ୍ରଦାୟର ମହାଯଜ୍ଞରେ ହେଲେ ସାମିଲ..

କ୍ରିକେଟ ମ୍ୟାଚ ବେଳେ ତାମିମ ଇକବାଲଙ୍କୁ ହୃଦଘାତ.. ଢାକା ପ୍ରିମିୟର ଲିଗ(ଡିପିଏଲ) ମ୍ୟାଚ ସମୟରେ ବାଂଲାଦେଶୀ ଖେଳାଳି ତାମିମ ଇକବାଲ ହୃଦଘାତର ଶିକାର.. ଡାକ୍ତରଖାନାରେ ଭର୍ତ୍ତି..

ଦୁର୍ନୀତି ଓ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ବିଦା ହୋଇଛନ୍ତି ୧୫୯ ବାବୁ.. ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲିଖିତ ଉତ୍ତର..

ଆଜିଠୁ କମିବ କାଳବୈଶାଖୀ ବର୍ଷା.. ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ.. ଆସନ୍ତାକାଲିଠୁ ପାଗରେ ଆସିବ ପରିବର୍ତ୍ତନ.. ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ୪ରୁ ୫ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ଅନୁମାନ..

ଆକ୍ସନ ମୋଡ୍‌ରେ ଦିଲ୍ଲୀ ହାଇକୋର୍ଟ.. ଜଷ୍ଟିସ ଯଶବନ୍ତ ବର୍ମାଙ୍କ ନ୍ୟାୟିକ ଦାୟିତ୍ବ ପ୍ରତ୍ୟାହୃତ.. ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ଜବତ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ..

Comments are closed.