ଚାକିରୀରେ ସୁରକ୍ଷା ଓ ସାମାଜିକ ନିରାପତ୍ତା ଦାବି କଲା ଓଡ଼ିଶା ଜଳସାଥି ମହାସଂଘ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରୁ ଆସିଥିବା ଜଳସାଥି ମାନେ ସୋମବାର ଏକ ବିଶାଳ ରାଲି ଆୟୋଜନ କରି ସେମାନଙ୍କର ବିଭିନ୍ନ ଦାବିପୁରଣ ସକାଶେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଲକ୍ଷ୍ମୀ ଟକିଜ ଛକରୁ ଶୋଭାଯାତ୍ରାରେ ବାହାରି ମହାଂସଘର ସଦସ୍ୟ ମାନେ ଆରଡିସିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଏହା ପରେ ଏକ ୬ ଜଣିଆ ପ୍ରତିନିଧି ମଣ୍ଡଳରେ ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ, ଜୋନାଲ ସଭାନେତ୍ରୀ ବିଳାସିନୀ ପ୍ରଧାନ, ଲୋକେଶ୍ୱରୀ ରଣା, ଜ୍ୟୋତ୍ସ୍ନା କିଷାନ, ପିଙ୍କି କୋଠାରିଆ, ସ୍ମିତା ସେଠି ଓ ଡା. ରାଜାରାମ ଷଡଙ୍ଗୀ ସାମିଲ ହୋଇ ଦାବିପତ୍ର ଆରଡିସିଙ୍କୁ ପ୍ରଦାନ କରିଥିଲେ। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଚାକିରୀ ନିୟମିତ କରିବା, ସର୍ବ ନିମ୍ନ ମଜୁରୀ ନିର୍ଦ୍ଧାରଣ, ନିର୍ଦ୍ଧିଷ୍ଟ ଦରମା, ବୋନସ, ପ୍ରୋଭିଡେନ୍ଟ ଫଣ୍ଡ ଓ ବୀମା ଭୁକ୍ତ ଆଦି ୨୦ ଦଫିଆ ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼଼, ବଲାଙ୍ଗୀର, ଦେବଗଡ଼଼, ଝାରସୁଗୁଡା, ସୁନ୍ଦରଗଡ଼଼, ରାଉରକେଲା, ଢ଼େଙ୍କାନାଳ ଓ ଅନୁଗୁଳ ଜିଲାରୁ ଜଳସାଥି ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନା ସବିତା ପାଣି, ସଂଯୁକ୍ତା ବିଶ୍ୱାଳ, ରଶ୍ମିତା ମହାପାତ୍ର, ପୁଷ୍ପଲତା ବାବୁ, ରଶ୍ମିତା ଦେବତା, ରଶ୍ମିତା ରାଉତ, ଅମିତା ମହାପାତ୍ର, ସୀମା ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।
Comments are closed.