ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଅର୍ଶଳା ପଞ୍ଚାୟତର ଦୁର୍ଗାପୁର ଗ୍ରାମର ଜଣେ ମହିଳା ପୂର୍ବାହ୍ନରେ ହୁଡି ନିକଟସ୍ଥ ପୋଖରୀ ନିକଟକୁ ଗାଧେଇବା ପାଇଁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି। ଦୁର୍ଗାପୁର ଗ୍ରାମର କିରାନୀ ନାଏକଙ୍କ ସ୍ତ୍ରୀ ସାରି ନାଏକ ହୁଡି ନିକଟସ୍ଥ ପୋଖରୀକୁ ଗାଧେଇବା ପାଇଁ ଯାଇ ଥିବା ସମୟରେ ହୁଡିପଟୁ ଭାଲୁଟି ଓହ୍ଲାଇ ଆସି ସାରିକୁ ଆକ୍ରମଣ କରିଥିଲା। ଭାଲୁଟି ସାରଥିର ହାତୀ ପେଟ ଏବଂ ଛାତିକୁ ରାମ୍ଫୁଡି ଦେଇଥିଲା। ସାରି ଭାଲୁ ସହିତ ଲଢେଇ କରିବା ସହିତ ଜୋରରେ ପାଟି କରିବାରୁ ଭାଲୁଟି ଭୟଭୀତ ହୋଇ ପୁଣିଥରେ ହୁଡିକୁ ଚାଲି ଯାଇଥିଲା। ପୋଖରୀ ନିକଟରୁ ସାରଥିର ପାଟି ଶୁଣି ଗ୍ରାମ ଲୋକମାନେ ଯାଇ ପହଞ୍ଚିଥିଲେ। ସାରିକୁ ସେଠାରୁ ଉଦ୍ଧାର କରି ପ୍ରଥମେ ଝୁମ୍ପୁରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା କରିବା ପାଇଁ ନେଇଥିଲେ। ଝୁମ୍ପୁରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା କରିବା ପାଇଁ ପଠାଇଥିବା ଜଣାଯାଇଛି।

Comments are closed.