www.samajalive.in
Tuesday, December 9, 2025
15.1 C
Bhubaneswar

ସର୍ପ ଧରାଳି ବନ୍ଧୁ ଯୋଗୀନାଥ

କଳାପଥର: ବାଙ୍କୀ ନିକଟସ୍ଥ ଧଳାପଥର ଗ୍ରାମ ମିଛାପଣ୍ଡା ସାହିରେ ଯୋଗୀନାଥ ଦାସ ସପରିବାର ସହିତ ବାସ କରନ୍ତି। ସେ ହସ୍ତ ତନ୍ତ୍ରରେ ବୁଣାକାର କାମ କରି ଜୀବନ ନିର୍ବାହ କରନ୍ତି। ଏତଦ୍ ବ୍ୟତିତ ସାପ ଧରିବା କାମ ମଧ୍ୟ କରିଥାନ୍ତି। କୈାଣସି ବ୍ୟକ୍ତିଙ୍କ ଘରେ ସାପ ପ୍ରବେଶ କଲେ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ଯାଆନ୍ତି। ସାପକୁ ଧରି ବସ୍ତାରେ ବାନ୍ଧି ବନ ବିଭାଗର କର୍ମ୍ମଚାରୀଙ୍କୁ ହସ୍ତାନ୍ତର କରନ୍ତି ଅଥବା ନିଜେ ପରିଶ୍ରମ କରି ଜଙ୍ଗଲରେ ଛାଡି ଦେଇ ଆସନ୍ତି। ଦୀର୍ଘ ୨୫ ବର୍ଷ ଧରି ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ବହୁ ଜନ ଜୀବନ ଓ ସର୍ପ ଭୟରୁ ସ୍ଥାନୀୟ ଅଞ୍ଚଳକୁ ରକ୍ଷା କରି ଆସୁଛନ୍ତି। ମାତ୍ର କେବେହେଲେ ସେ କାହାଠାରୁ ପାରିଶ୍ରମିକ ନିଅନ୍ତି ନାହିଁ। ପଚାରିଲେ କୁହନ୍ତି “ମାନବ ସେବା ମାଧବ ସେବା ସଙ୍ଗେ ସମାନ”। ତେଣୁ ଏହି ସେବାକୁ ଜୀବନର ବ୍ରତ ରୂପେ ସେ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହା ଜାରି ରଖିବେ ବୋଲି ସେ କହିଛନ୍ତି। ତାଙ୍କର ଏହି ନିସ୍ୱାର୍ଥପର ସେବା ମନବୃତ୍ତି ଓ ମହତ୍‍ ଗୁଣ ପାଇଁ ଆଗାମୀ ଦିନରେ କଳାପଥର ସମାଜ ପ୍ରତିନିଧି ମାନସ ରଞ୍ଜନ ସାହୁଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦେବା ପାଇଁ କଳାପଥର-ଧଳାପଥର ସମାଜସେବୀ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ନବକିଶୋର ମହାରଣାଙ୍କ ଠାରୁ ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories