www.samajalive.in
Saturday, December 6, 2025
15.1 C
Bhubaneswar

ରାତିରେ ବୁଲୁଛି ଭୂତ: ଗାଏବ ହେଉଛନ୍ତି ମଣିଷ !

ନୂଆଦିଲ୍ଲୀ: ଯୁଗ ବଦଳୁଛି, ବଦଳୁଛି ମଣିଷ। ବଦଳୁଛି ଆମ ଚରିତ୍ର ଓ ମାନସିକତା। କିନ୍ତୁ ଆଜି ବି ଲୁଚିଛି ଆମର ସେହି କଳା ଇତିହାସ। ବିଜ୍ଞାନ ବି ଏହାକୁ ପରିବର୍ତ୍ତନ କରିପାରିନାହିଁ। ନିଜ ଅଜାଣତରେ ମଣିଷ ସେହି ଚକ୍ରବ୍ୟୁହୋରେ ଫସିଯାଉଛି। ଜୀବନ ମୃତ୍ୟୁ ଘଡିସନ୍ଧି ମୁହୁର୍ତ୍ତରେ ନିଜର ଅସ୍ତିତ୍ଵକୁ ହରାଇ ଦେଉଛି। ବିଜ୍ଞାନ ଯୁଗରେ ଆଜି ବି ଏମିତି କିଛି ସ୍ଥାନ ରହିଛି , ଯାହା ନାଁ ଶୁଣିଲେ ଲୋମଟାଙ୍କୁରୀ ଉଠେ। ଏମିତି ଏକ ସ୍ଥାନ ରହିଛି ରାଜସ୍ଥାନର ରାଜଧାନୀ ଜୟପୁରରେ। ହଳଦିଆ ରଙ୍ଗର କୋଠା, ଦେଖିବାକୁ ଖୁବ୍ ଆକର୍ଷଣୀୟ । ଦେଶର କୋଣ ଅନୁକୋଣରୁ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ହେଲେ ଏଠାରେ ଭୂତ ଥିବା ବିଶ୍ଵାସ କରାଯାଏ। ୧୭୩୪ ମସିହାରେ ରାଜା ମାନ ସିଂ ଏହାକୁ ନିର୍ମାଣ କରିଥିଲେ। ୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଥିଲା। ଏହା ଦେଖିବାକୁ ଏତେ ବଡ ଯେ ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଲିବାକୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଲାଗେ। କୁହାଯାଏ ସେ ନିଜ ଝିଅ ମାନଙ୍କ ପାଇଁ ଏହି ମହଲ ନିର୍ମାଣ କରିଥିଲେ।  ଶୁଣିବାକୁ ମିଳେ ଯେତେବେଳେ ରାଜା ଏହି ମହଲ ନିର୍ମାଣ କରୁଥିଲେ , ସେତେବେଳେ ଅପରାହ୍ନ ସମୟରେ ନିର୍ମାଣ କରାଯାଇଥିବା କାନ୍ଥ ରାତିରେ ଆପେ ଆପେ ଭାଙ୍ଗିଯାଇଥିଲା। ଏହାପରଠାରୁ ସେଠାରେ ଭୂତ ଥିବା ଖର୍ଚ୍ଚା ହୁଏ। ୧୦ ଦିନ ପୂର୍ବରୁ ଜୟପୁରରେ ରହୁଥିବା ଦୁଇ ଭାଇ ଆଶିଷ ଏବଂ ରାହୁଲ ଏହି ମହଲକୁ ବୁଲିବାକୁ ଯାଇଥିଲେ। ହେଲେ ସେଠାରୁ ଜଣେ ମୃତ ଅବସ୍ଥାରେ ମିଳିଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଏବେ ବି ଖୋଜାଖୋଜି ଜାରି ରହିଛି। ଯାହା ଘଟଣାକୁ ଆହୁରି ରହସ୍ୟାମୟ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories