www.samajalive.in
Tuesday, December 9, 2025
16.1 C
Bhubaneswar

ରାତିରେ ବୁଲୁଛି ଭୂତ: ଗାଏବ ହେଉଛନ୍ତି ମଣିଷ !

ନୂଆଦିଲ୍ଲୀ: ଯୁଗ ବଦଳୁଛି, ବଦଳୁଛି ମଣିଷ। ବଦଳୁଛି ଆମ ଚରିତ୍ର ଓ ମାନସିକତା। କିନ୍ତୁ ଆଜି ବି ଲୁଚିଛି ଆମର ସେହି କଳା ଇତିହାସ। ବିଜ୍ଞାନ ବି ଏହାକୁ ପରିବର୍ତ୍ତନ କରିପାରିନାହିଁ। ନିଜ ଅଜାଣତରେ ମଣିଷ ସେହି ଚକ୍ରବ୍ୟୁହୋରେ ଫସିଯାଉଛି। ଜୀବନ ମୃତ୍ୟୁ ଘଡିସନ୍ଧି ମୁହୁର୍ତ୍ତରେ ନିଜର ଅସ୍ତିତ୍ଵକୁ ହରାଇ ଦେଉଛି। ବିଜ୍ଞାନ ଯୁଗରେ ଆଜି ବି ଏମିତି କିଛି ସ୍ଥାନ ରହିଛି , ଯାହା ନାଁ ଶୁଣିଲେ ଲୋମଟାଙ୍କୁରୀ ଉଠେ। ଏମିତି ଏକ ସ୍ଥାନ ରହିଛି ରାଜସ୍ଥାନର ରାଜଧାନୀ ଜୟପୁରରେ। ହଳଦିଆ ରଙ୍ଗର କୋଠା, ଦେଖିବାକୁ ଖୁବ୍ ଆକର୍ଷଣୀୟ । ଦେଶର କୋଣ ଅନୁକୋଣରୁ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ହେଲେ ଏଠାରେ ଭୂତ ଥିବା ବିଶ୍ଵାସ କରାଯାଏ। ୧୭୩୪ ମସିହାରେ ରାଜା ମାନ ସିଂ ଏହାକୁ ନିର୍ମାଣ କରିଥିଲେ। ୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଥିଲା। ଏହା ଦେଖିବାକୁ ଏତେ ବଡ ଯେ ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଲିବାକୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଲାଗେ। କୁହାଯାଏ ସେ ନିଜ ଝିଅ ମାନଙ୍କ ପାଇଁ ଏହି ମହଲ ନିର୍ମାଣ କରିଥିଲେ।  ଶୁଣିବାକୁ ମିଳେ ଯେତେବେଳେ ରାଜା ଏହି ମହଲ ନିର୍ମାଣ କରୁଥିଲେ , ସେତେବେଳେ ଅପରାହ୍ନ ସମୟରେ ନିର୍ମାଣ କରାଯାଇଥିବା କାନ୍ଥ ରାତିରେ ଆପେ ଆପେ ଭାଙ୍ଗିଯାଇଥିଲା। ଏହାପରଠାରୁ ସେଠାରେ ଭୂତ ଥିବା ଖର୍ଚ୍ଚା ହୁଏ। ୧୦ ଦିନ ପୂର୍ବରୁ ଜୟପୁରରେ ରହୁଥିବା ଦୁଇ ଭାଇ ଆଶିଷ ଏବଂ ରାହୁଲ ଏହି ମହଲକୁ ବୁଲିବାକୁ ଯାଇଥିଲେ। ହେଲେ ସେଠାରୁ ଜଣେ ମୃତ ଅବସ୍ଥାରେ ମିଳିଥିବାବେଳେ ଅନ୍ୟ ଜଣଙ୍କର ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଏବେ ବି ଖୋଜାଖୋଜି ଜାରି ରହିଛି। ଯାହା ଘଟଣାକୁ ଆହୁରି ରହସ୍ୟାମୟ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories