www.samajalive.in
Saturday, December 6, 2025
23.1 C
Bhubaneswar

ସେମିକନ୍‌‌ ଇଣ୍ଡିଆ-୨୦୨୪ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ସେମିକଣ୍ଡକ୍ଟର ହବ୍‌‌ ପାଲଟିବ ଭାରତ

ନୂଆଦିଲ୍ଲୀ:  ଗ୍ରେଟର ନୋଏଡାରେ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିଜ ମହାକୁମ୍ଭ ଆରମ୍ଭ ହୋଇଛି। ଇଣ୍ଡିଆ ଏକ୍ସପୋ ମାର୍ଟରେ ଆୟୋଜିତ ତିନି ଦିନିଆ ସେମିକନ୍‌‌ ଇଣ୍ଡିଆ-୨୦୨୪କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ଯ୍ୟକ୍ରମ ଅବସରରେ ପୁଞ୍ଜିପତିମାନଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିବେ। ଭାରତକୁ ଆଗାମି ବର୍ଷରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବି କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ସ୍ୱରୂପ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ସେମିକଣ୍ଡକ୍ଟର ଉତ୍ପାଦନକାରୀ ଶିଳ୍ପ ସଂସ୍ଥା ଏବଂ ବ୍ୟବହାର କରୁଥିବା କମ୍ପାନୀ ଗୁଡିକର ପ୍ରତିନିଧି ଯୋଗ ଦେଇଛନ୍ତି। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ୱାର୍କ ଫୋର୍ସ ପାଭେଲିୟନରେ ଡେଭଲ୍ପମେଣ୍ଟ ପାଭେଲିୟନକୁ ମଧ୍ୟ ଉଦଘାଟନ କରୁଛନ୍ତି।
ଏହି ତିନି ଦିିନିଆ ସେମିକନରେ ୧୭ଟି ଦେଶର ୨୫୫ ପ୍ରତିନିଧି ଭାଗ ନେଇଛନ୍ତି। ଭାରତ ସମେତ ଆମେରିକା, ଜାପାନ ଏବଂ ସାଉଥକୋରିଆ ଭଳି ପ୍ରମୁଖ ଦେଶର ପୁଞ୍ଜିପତି ଏଥିରେ ସାମିଲ ହେବାକୁ ପହଞ୍ଚିଛନ୍ତି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରର ସେମିକଣ୍ଡକ୍ଟର କମ୍ପାନୀ ନିଜର ଷ୍ଟଲ ପକାଇଛନ୍ତି। ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲାର୍ସେନ ଆଣ୍ଡ ଟର୍ବୋ କମ୍ପାନୀ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଲାଗି ୨୫ଶହ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗ କରିବ। ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତ କିପରି ବିଶ୍ୱ ହବ୍‌‌ ପାଲଟିବ ସେନେଇ ପୁରା ରଣନୀତି ପ୍ରସ୍ତୁତ କରାଯିବ।

- Advertisement -

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories