www.samajalive.in
Wednesday, December 10, 2025
16.1 C
Bhubaneswar

ରୂପା କପ୍‌ରେ ସୁନା ଚା’: ଦାମ୍ ଶୁଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ : ଚା , ଏହି ନାମ ସହିତ ସମେସ୍ତ ପରିଚିତ। ଅଧିକାଂଶ ଲୋକ ଚା ରୁ ହିଁ ନିଜର ଦିନ ଆରମ୍ଭ କରିଥାନ୍ତି। ସାଧାରଣତଃ ରାସ୍ତାକଡରେ ଥିବା ଢାବା କୁହଁ ବା ପଞ୍ଚତାରକା ହୋଟେଲ। ସବୁଠୁ ଉପଲବ୍ଧ ରହିଥାଏ ଚା। ଭିନ୍ନ ଭିନ୍ନ ସ୍ଥାନରେ ଚା ର ଦର ଟିକିଏ ଉଚ୍ଚ ନିଚ୍ଚା ରହିଥାଏ । କିନ୍ତୁ ଏହା ଆମ ଭାରତୀୟ ସଂସ୍କୃତିରେ ଏକ ଖାସ୍ ମହତ୍ତ୍ଵ ରହିଥାଏ। ଦୁବାଇରେ ଏପରି ଏକ ରେସ୍ତୋରାଁ ରହିଛି, ଯେଉଁଠାରେ ଗୋଟିଏ କପ୍ ଚା ର ମୂଲ୍ୟ ଲକ୍ଷେ ଟଙ୍କା ରହିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହାର ମାଲିକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ସୁଚେତା ଶର୍ମା। ସେ ଗ୍ରାହକ ମାନଙ୍କୁ ରୂପା କପରେ ୨୪ କ୍ୟାରେଟ୍ ର ସୁନା ପତ୍ର ପକାଇ ଏହି ସ୍ଵତନ୍ତ୍ର ଚା କୁ ପରଷିଥାନ୍ତି। ଯଦି କେହି ଗ୍ରାହକ ସେହି କପ୍‌କୁ ଘରକୁ ନେବା ପାଇଁ ଚାହିଁବେ , ତେବେ ତାକୁ ନେଇପାରିବେ। କେବଳ ଚା ନୁହେଁ ସେଠାରେ ଗୋଲ୍ଡ ସୋଭିନିୟର କଫି ମଧ୍ୟ ଉପଲବ୍ଧ। ନିକଟରେ ଜଣେ ଫୁଡ୍ ବ୍ଲଗା ରେସ୍ତୋରାଁରେ ସୁନା ଚା ଏବଂ କଫି ପରଷା ଯିବାର ଏକ ଭିଡିଓ ସେୟାର କରିଥିଲେ। ଯାହା ପରେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories